ଏ ବର୍ଷ ଆସିପାରେ ବହୁ ସଂଖ୍ୟାରେ ବାତ୍ୟା !..ଏମିତି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି ବିଶ୍ୱ ପାଣିପାଗ କେନ୍ଦ୍ର

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଢିବ ବାତ୍ୟା ର ସଂଖ୍ୟା ଏହି ବର୍ଷ ବହୁ ସଂଖ୍ୟା ରେ ଆସିପାରେ ବାତ୍ୟା ଲାଲିନା ପ୍ରଭାବ ରେ ଆସିବ ବାତ୍ୟା ଏମିତି ଆଶ୍ଚର୍ଯ୍ୟ ଜନକ ଖବର ଦେଇଛି ବିଶ୍ୱ ପାଣିପାଗ କେନ୍ଦ୍ର । ଗ୍ରୀଷ୍ମ ମଣ୍ଡଳିୟ ପ୍ରଶାନ୍ତ ମହାସାଗର ରେ ତାପମାତ୍ରା କମ୍ ରହୁଥିବାରୁ ଲାଲିନା ସୃଷ୍ଟି ହୋଇଛି । 2020 ସେପ୍ଟେମ୍ବର ରୁ ଆରମ୍ଭ ହୋଇଥିବା ଲାନିନା ଦ୍ୱତିୟ ବର୍ଷ ଲାଗି ମଧ୍ୟ ଜାରି ରହିଛି । ଯଦିଓ ଗତ ଜାନୁଆରୀ ରେ ଏହା କିଛି ପରିମାଣ ରେ ଦୂର୍ବଳ ହୋଇଥିଲା । ଏହା ଏପ୍ରିଲ ଠାରୁ ପୁଣି ଶକ୍ତି ଗୋଟାଉଛି ।

ବିଶ୍ୱ ପାଣିପାଗ ସଂସ୍ଥା ଅନୁସାରେ 2023 ମଧ୍ୟ ଲାନିନା ରହିବାର ବହୁତ ସମ୍ଭାବନା ରହିଛି । ଯଦି ଏହା ସତ ହେଉଛି ତେବେ ଏହା 72 ବର୍ଷ ର ରେକର୍ଡ ଭାଙ୍ଗିବ । ତେବେ ସମୁଦ୍ର ଉତ୍ତାପ କମ୍ ଯୋଗୁଁ ଏହା ବାୟୁ ମଣ୍ଡଳ ରୁ ଅଧିକ ଉତ୍ତାପ ଶୋଷଣ କରୁଛି । ବାୟୁ ପ୍ରଭାବ ରେ ପରିବର୍ତନ ଯୋଗୁଁ ଋତୁ ଚକ୍ର ରେ ବି ଅନିୟମିତତା ହୋଇଛି । ତେଣୁ ବିଶ୍ୱର କେତେକ ସ୍ଥାନରେ ଏହି ବର୍ଷ ବାତ୍ୟା ର ସଂଖ୍ୟା ଅଧିକ ବଢିବ ।

batya

ତେବେ ଅଧିକ ଶକ୍ତିଶାଳୀ ବାତ୍ୟା ହେବାର ସମ୍ଭାବନା ନେଇ ପାଣିପାଗ ବିଶେଷଜ୍ଞ୍ୟ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରିଛନ୍ତି । ଚଳିତ ବର୍ଷ ମେ ରେ ଭାରତ ଓ ପାକିସ୍ତାନ ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସହ ସର୍ବାଧିକ ତାପମାତ୍ରା 51 ଡୀଗ୍ରି ରେକର୍ଡ ହୋଇଛି । ସେହି ପରି ଇୟୁରୋପ , ଆମେରିକା ଏବଂ କାନାଡା ରେ ମଧ୍ୟ ଗ୍ରୀଷ୍ମ ପ୍ରଭାହ ହୋଇଛି । ଗରମ ପାଣିପାଗ ହେତୁ ଅତ୍ୟାଧିକ ଗରମ , ପ୍ରବଳ ଶୀତ ଏବଂ ପ୍ରବଳ ବର୍ଷା ହୋଇଥାଏ ।

ଏହି ବର୍ଷ ଶୀତ କାନାଡା ରେ ପାଣିପାଗ ଜାହାର ସତ୍ୟତମ ଉଦାହରଣ ହୋଇଥାଏ । ଗତ ଦୁଇ ଦିନ ହେଲା କାନାଡା ର ଟରେଣ୍ଟରେ ଗ୍ରୀଷ୍ମ ପ୍ରଭାବ ଲାଗି ରହିଛି । ଗତ କାଲି ତାପମାତ୍ରା 45 ଡୀଗ୍ରି ରହିଥିଲା ଆଦ୍ର ବାୟୁ ରେ ଅଧିକ ଆଦ୍ରତା ଯୋଗୁଁ 40 ଡୀଗ୍ରି ପରି ଲାଗୁଥିଲା । ଭାରତ ରେ ମଧ୍ୟ ଏହିଥର ବାତ୍ୟା ର ପ୍ରଭାବ ଅଧିକ ହେବାର ସମ୍ଭାବନା ରହିଛି ।

batya

1970 ରୁ 2021 ମଧ୍ୟରେ ଦେଶକୁ 125 ରୁ ଅଧିକ ବାତ୍ୟା ଆସିଛି । ଯେଉଁଥିରେ 45 ହଜାର ରୁ ଅଧିକ ଲୋକଙ୍କ ମୃ-ତ୍ୟୁ ଘଟିଛି । ଯଦି ଓଡିଶା କଥା ଦେଖିବା ତେବେ ଓଡିଶା ବିଶ୍ୱର ଷଷ୍ଟ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ ଭାବେ ପରିଗଣିତ ହୋଇଛି । ଦେଶରେ ଉପକୂଳ ରେ ପ୍ରାୟ 17 ପ୍ରତିଶତ ଓଢିଶା ରେ ଥିଲେ ହିଁ ଓଡିଶା 35 ପ୍ରତିଶତ ବାତ୍ୟା ଏବଂ ଜୁଆର ର ସମ୍ମୁଖୀନ ହେଉଛି । ଗତ 10 ବର୍ଷ ରେ 7 ଟି ପ୍ରବଳ ରୁ ଅତି ପ୍ରବଳ ସାମୁଦ୍ରିକ ବାତ୍ୟା ଓଡିଶା ଉପକୂଳ ଦେଇ ଗତି କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *