ସରକାର ଙ୍କ ବଡ ଘୋଷଣା ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ଏବେ ପୂରଣ ହେବ । ଜାଣନ୍ତୁ କେମିତି ?

Army 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋଦି ସରକାର ଖୁବଶୀଘ୍ର ଆଣୁଛନ୍ତି ନୂଆ ଯୋଜନା। ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ପୂରା ହେବ। ଏଣିକି ଦେଶର ପ୍ରତିଟି ଯୁବକ ଚାହିଁଲେ ସେନାରେ ସାମିଲ ହୋଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହ ମଧ୍ୟରେ ଅଗ୍ନିପଥ ଯୁଜନା ନେଇ ବଡ ଘୋଷଣା କରିପାରନ୍ତି। ଘୋଷଣା ପୂର୍ବରୁ ତିନି ସେନା ମୁଖ୍ୟ ଯଥା ସ୍ଥଳ ସେନା ମୁଖ୍ୟ ମନୋଜ୍ ପାଣ୍ତେ, ବାୟୁ ସେନା ମୁଖ୍ୟ ଏୟାରଚିତ୍ ପାର୍ଶାଲ ବି. ଆର. ଚୌଧୁରୀ ଏବଂ କଉସେନା ମୁଖ୍ୟ ଆର. ହରିକୁମାର ପି. ଏମ୍ ନରେନ୍ଦ୍ର ମୋଦି ଙ୍କ ସହ ଏହି ଯୋଜନା ବାବଦରେ ଆଲୋଚନା କରିଛନ୍ତି।

ଏହି ଯୋଜନା ଅନୁସାରେ ଯୁବକ ମାନେ କମ୍ ସମୟ ପାଇଁ ଅର୍ଥାତ୍ ୪ ବର୍ଷ ପାଇଁ ସେନାରେ ସାମିଲ ହୋଇପାରିବେ। ସେନାରେ ସାମିଲ ହୋଇ ଦେଶର ସେବା କରିପାରିବେ। ଏଥିପାଇଁ କମ୍ ବୟସ୍କ ଯୁବକଙ୍କୁ ଚିହ୍ନଟ କରାଯିବ, ଆଉ ୪ ବର୍ଷ ସେନାରେ ରହି ମାଟି ମାଁ ପାଇଁ ସେବା କରିବାର ସୁଯୋଗ ଦିଆଯିବ। ୪ ବର୍ଷ ପୂରା ହେବା ପରେ ସେନାରେ ସାମିଲ ହୋଇଥିବା ଯବାନ ମାନଙ୍କୁ ମୁକ୍ତ କରିଦିଆଯିବ।

Army

ସବୁଠୁ ବଡ କଥା ହେଉଛି ସେନାରେ ୪ ବର୍ଷ ପୂରିବା ପରେ ଯୁବକଙ୍କୁ ଅନ୍ୟଥ୍ର ଚାକିରି ସୁବିଧା ଯୁଗାଇଦେବା ପାଇଁ ଭାରତୀୟ ସେନା ପକ୍ଷରୁ ପ୍ରାଧାନ୍ୟ ଦିଆଯିବ। ଏହାସହିତ ଯେଉଁମାନେ ସେନାରେ ରହି ଭଲ ପଦର୍ଶନ କରିଥିବେ, ଯେଉଁମାନଙ୍କ ଦକ୍ଷତା ଭଲ ଥିବ ସେମାନଙ୍କୁ ସେନାରେ ସାମିଲ କରାଯାଇପାରିବ । ଏଠାରେ କହି ରଖୁଛୁ କି ଯଦି ସେହି ସମୟରେ ସେନାରେ ଭର୍ତ୍ତି ପାଇଁ କୋଣସି ନିଯୁକ୍ତି ସୁଯୋଗ ବାହାରିଥିବ, ତେବେ ଯାଇ ଦକ୍ଷ ଯୁବକଙ୍କୁ ସେନାରେ ସାମିଲ କରାଯାଇପାରିବ।

ତାହାବି ସେନାରେ ସାମିଲ ହୋଇଥିବା ଯୁବକଙ୍କ ମଧ୍ୟରୁ ହିଁ ମାତ୍ର ୨୫ ବର୍ଷର ଯୁବକଙ୍କୁ ହିଁ ସେନାରେ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯିବ। ତେବେ ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍ ପ୍ରଜେକ୍ଟ ଅଟେ। ଏହି ଯୋଜନା ସଫଳ ହେଲେ ଏହା ଦ୍ୱାରା ଯୁବପିଢି ବେଶ୍ ଉପକୃତ ହେବେ।

Army

ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେନାରେ ସାମିଲ ହେବାକୁ ଚାହୁଥିବା ଅନେକଙ୍କ ଯୁବକଙ୍କ ସ୍ୱପ୍ନ ପୂରା ହୋଇପାରିବ। ଖାସ୍ କରି ସେହିମାନେ ଉପକୃତ ହୋଇପାରିବେ, ଯେଉଁମାନେ ସେନାରେ ସାମିଲ ହେବାକୁ ଚାହୁଁଥିଲେ ବି କୌଣସି କାରଣ ରୁ ପଛରେ ରହିଯାଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *