ଛାତ୍ରଛାତ୍ରୀ ମାନଙ୍କ ପାଇଁ ବଡ଼ ଘୋଷଣା ଜାରି କଲେ ସରକାର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବଡ ଘୋଷଣା ଜାରି କଲେ ସରକାର । ଆପଣ ମାନେ ସମସ୍ତେ ଜାଣିଛନ୍ତି ଏବେ ରାଜ୍ୟରେ ଖରାଛୁଟି ମଧ୍ୟ ଚାଲିଛି। ତେବେ ଆସନ୍ତା ୧୭ ତାରିଖ ଠାରୁ ସ୍କୁଲ ଖୋଲିବାକୁ ଥିବାବେଳେ ଅର୍ଥାତ୍ ଖରାଛୁଟି ପରେ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ। ଏନେଇ ଉଷେବା ପକ୍ଷରୁ ଜାରି ହେଲା ନିୟମାବଳୀ। ଖରାଛୁଟି ପରେ ନୂଆ ଶିକ୍ଷା ବର୍ଷ। ଖରାଛୁଟି ପରେ କିପରି ସ୍କୁଲରେ ପାଠପଢା ହେବ ସେନେଇ ଉଷେବା ପକ୍ଷରୁ ଜାରି ହୋଇଛି ନିୟମାବଳୀ ।

ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଞୀୟ ଦନ୍ତଙ୍କୁ ଉଷେବା ରାଜ୍ୟ ପ୍ରକଳ୍ପ ଅନୁପମଚାର ସେଠି ଲେଖିଛନ୍ତି। ଖରାଛୁଟି ସରିବାପରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବାରୁ କିପରି ଶିକ୍ଷାଲାଭ ଆରମ୍ଭ କରାଯିବ ସେନେଇ ଚିଠି ରେ ଉଲ୍ଲେଖ ରହିଚି। ଶତପ୍ରତିଶତ ସିଲାବସ୍ ସାରିବା ଦିନରେ ପଦକ୍ଷେପ ନେବାକୁ ସମସ୍ତ ଡିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

school

ସବୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକର ପାଠ ପଢା ସମୟ ସମ୍ଭନ୍ଧରେ ଆଲୋଚନା କରିବେ। କିଭଳି ଭାବେ ସଠିକ୍ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ। କରୋନା କାଳରେ କ୍ଷତି ଭରଣ ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମ ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଉଁ ଭଳି ଦୁଇପ୍ରକାର ପୁସ୍ତକ ପାଇଁବେ ସେ ଦିଗରେ ପ୍ରଧାନ ଶିକ୍ଷକ ଧ୍ୟାନ ଦେବେ ।

ଶ୍ରେଣୀ ଓ ବିଷୟ ଭିତ୍ତିକ ପାଠପଢ଼ା ସମୟ ସାରଣୀ ପ୍ରତି ଶ୍ରେଣୀ ଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ। ଛାତ୍ରଛାତ୍ରୀ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପ୍ରୟାସ ମଧ୍ୟ କରାଯିବ। ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠପଢ଼ା ସହ ନିୟମିତ ପାଠପଢ଼ା ମଧ୍ୟ ପ୍ରଦାନ କରାଯିବ ।

school Staff

ଶିକ୍ଷକ ମାନେ ପାଠପଢ଼ାରେ ହୋଇଥିବା କ୍ଷତି ଭରଣ ପାଇଁ ସ୍ୱତନ୍ତ୍ର ଯୋଜନା କରିବେ। ସି.ଆର.ସି ମାନେ ନିଜ ପୋଷ୍ଟରେ ପାଠପଢ଼ା ଉପରେ ତୀକ୍ଷଣ ନଜର ରଖିବା ସହ ରୀତି ନୀତି ଯାଞ୍ଚ୍ କରିବେ। ଛାତ୍ରଛାତ୍ରୀ ସୁରକ୍ଷା ଓ ନିରାପତ୍ତା କୁ ଶିକ୍ଷାନୁଷ୍ଠାନ କତୃପକ୍ଷ ପ୍ରାଥମିକତା ଦେବେ। ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟସ୍ ପିଲାଙ୍କ ପ୍ରଦାନ ପୂର୍ବରୁ ପ୍ରଧାନ ଶିକ୍ଷକ ତାଙ୍କୁ ଯାଞ୍ଚ୍ କରିବେ ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମ୍ୟରଞୀନ ଦାସ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *