ଓଡିଶା ମୁହାଁ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ । ଆଜି ଛୁଇଁ ପାରେ ଓଡ଼ିଶା ।

rain

ଓଡିଶା ମୁହାଁ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ଆଜି ଛୁଇଁ ପାରେ ଓଡ଼ିଶା । ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୁଳ ଅଛି । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷୀଣ ଓଡ଼ିଶାର କିଛି ଅଞ୍ଚଳ ରେ ସକ୍ରିୟ ରହିଛି ମୌସୁମୀ ବର୍ଷା ଏବଂ ପାର୍ଶ୍ଵବର୍ତୀ ଜିଲ୍ଲାରେ ବି ବର୍ଷା ହୋଇଛି। କୋରାପୁଟ, ରାୟଗଡା, ମାଲକାନାଗିରି ଓ ଢେଙ୍କାନାଳ ସମେତ ବିଭିନ୍ନ ସ୍ଥାନ ରେ ଆଜି ରେକର୍ଡ ହୋଇଛି ପ୍ରାକ ମୌସୁମୀ ବର୍ଷା ଫଳରେ ଗରମ ଓ ଗୁଳୁଗୁଳି ରୁ ଆସ୍ୱସ୍ତି ମିଳିଛି।

ଆଗାମୀ ତିନିଦିନ ପାଇଁ ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ଜନିତ ବର୍ଷା ନେଇ ୟୋଲ ୱାର୍ଣ୍ଣିଁ ଜାରି ହୋଇଛି। ଆଜି 5 ଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ।

rains

ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଯଦିଓ ଦକ୍ଷୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ମୌସୁମୀ ବର୍ଷା ର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ପଶ୍ଚିମ ଓଡ଼ିଶାରେ ଗରମ ଅନୁଭୂତ ହୋଇଛି। ଗତକାଲି 10 ରୁ ଅଧିକ ସହରରେ 40° ରୁ ଅଧିକ ତାପମାତ୍ରା ଦେଖିବାକୁ ମିଳିଥିବାବେଳେ ସୋମବାର ଦିନ 2 ଟି ସହରର ତାପମାତ୍ରା 40° ଉପରେ ଥିଲା। କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଥିବା ଯୋଗୁ ଅସହ୍ୟ ଗୁଳୁଗୁଳି ରୁ ଲୋକଙ୍କୁ ମୁକ୍ତି ମିଳିଛି।

ଆଜି ଯେହେତୁ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ଏବଂ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ଯାହା ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ମିଳିଛି। ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ସବୁ ଥର ଜୁନ 20 ତାରିଖ ମଧ୍ୟ ରେ ଓଡ଼ିଶା ଛୁଇଁଥାଏ । ଚଳିତବର୍ଷ ମୌସୁମୀ ବାୟୁ ଆସିବାରେ ଡେରି ହୋଇଥିବାରୁ କିଛି ଜିଲ୍ଲାରେ ବର୍ଷା ହୋଇଛି ।

rains

ସେପଟେ ଦୁଇଦିନ ହେବ ପ୍ରବଳ ତାତି ଓ ଗୁଳୁଗୁଳି ରେ ସିଝୁଛି ଭୁବନେଶ୍ବର କିନ୍ତୁ ଆଜି ସକାଳ ପାଖରୁ ଯଦିଓ ବେଶୀ ଖରା ନାହିଁ କି ବେଶୀ ତାତି ନାହିଁ କିନ୍ତୁ ଗୁଳଗୁଳି ଅନୁଭୂତ ହେଉଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *