ଜୁନ୍ 17 ରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ନୁଆ ନିୟମ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଛି ବଡ ଖବର ଯେମିତିକି ଆପଣମାନେ ଜାଣିଛନ୍ତି ଏବେ ସାରା ରାଜ୍ୟରେ ଏବେ ସମସ୍ତ ବିଦ୍ୟାଳୟ ଓ ସ୍କୁଲ ଗୁଡିକ ରେ ଛୁଟି ରହିଛି। ତେବେ ଏହା ଆସନ୍ତା 17 ତାରିଖ ରେ ଖୋଲିବାକୁ ଥିବାବେଳେ ଜାରି ହୋଇଛି କିଛି ନୂଆ ନିୟମ । ତେବେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ଅନୁସାରେ ସମଗ୍ର ରାଜ୍ୟର ବିଦ୍ୟାଳୟ ମାନଙ୍କରେ ଏବେ ଖରା ଛୁଟି ଲାଗିରହିଛି । ଖରା ଛୁଟି ସରିବା ପରେ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ ।

ନୂଆ ଶିକ୍ଷା ବର୍ଷରେ ଯେପରି ଶତ ପ୍ରତିଶତ ପାଠ୍ୟ ଖସଡ଼ା ଶେଷ ହେବ ଓ ପିଲାଙ୍କୁ ଠିକ ଢଙ୍ଗରେ ଶିକ୍ଷା ଦାନ ହେବ ଏଥି ପାଇଁ ପ୍ରସ୍ତୁତ ହୋଇଛି ନିୟମାବଳି। ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(OSEPA) ପକ୍ଷରୁ ଏହି ନିୟମାବଳି ଜାରି ହୋଇଛି । ଏ ନେଇ ଜିଲ୍ଲା ସମସ୍ତ ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ,OSEPA ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଏ ନେଇ ଚିଠି ଲେଖିଛନ୍ତି ।

school Staff

ଚିଠିରେ ଉଲ୍ଲେଖ ଅଛି ଯେ କରୋନା କାଳରେ ପାଠ ପଢାରେ ହୋଇଥିବା କ୍ଷତି ଭରଣ ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟ କ୍ରମ ର ପୁସ୍ତକ ପଢାଯିବ । ସବୁ ବିଦ୍ୟାର୍ଥି ଯେପରି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନ ଶିକ୍ଷକ ଧ୍ୟାନ ଦେବେ। ଶ୍ରେଣୀ ଓ ବିଷୟ ଭିତ୍ତିକ ପାଠପଢ଼ା ସମୟ ସାରଣ ପ୍ରତି ଶ୍ରେଣୀ ଗୃହ ରେ ବିଦ୍ୟାର୍ଥି ଙ୍କ ପାଇଁ ଲଗାଯିବ । ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ ।

ତେବେ ସେମାନଙ୍କୁ ପୃଥକ୍ ପୃଥକ୍ ଭାବେ ଅତିରିକ୍ତ ପାଠ ପଢା ଯିବା ସହ ନିୟମିତ ପାଠ ପ୍ରଦାନ କରାଯିବ ବୋଲି ଚିଠି ରେ ଦର୍ଶାଇଛନ୍ତି OSEPA କତୃପକ୍ଷ । ତେବେ କରୋନା ମହାମାରି ଯୋଗୁଁ ଗତ ଦୁଇ ବର୍ଷ ହେଲା ସିଲାବସ୍ ର ଶତ ପ୍ରତିଶତ ପଢା ନ ହୋଇ ପାରୁଥିବା ହେତୁ ପାଠ ପଢା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ତେବେ ଚଳିତ ଶିକ୍ଷା ବର୍ଷରେ ସ୍କୁଲ ପାଠ ପଢା ସମ୍ପୁର୍ଣ୍ଣ ସ୍ବଭାବିକ ହେବ ବୋଲି ଆଶା ଥିବାବେଳେ ଶତ ପ୍ରତିଶତ ପାଠ୍ୟ ଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ DO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

school

ଏହା ସହିତ ଶିକ୍ଷକମାନେ ପାଠପଢ଼ା ରେ ହୋଇଥିବା କ୍ଷତି ପୂରଣ ପାଇଁ ସ୍ୱତନ୍ତ୍ର ଯୋଜନା କରିବେ । ତେବେ CRC ମାନେ ନିଜ କ୍ଲାସ ରେ ପାଠପଢ଼ା ଉପରେ ତୀକ୍ଷ୍ଣ ନଜର ରଖିବା ସହ ରୀତିନୀତି ଯାଞ୍ଚ କରିବେ। ତେବେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା କୁ ଶିକ୍ଷା ଅନୁଷ୍ଠାନ ର କତୃପକ୍ଷ ପ୍ରାଥମିକତା ଦେବେ ।

ବିଦ୍ୟାର୍ଥି ମାନଙ୍କ ପାଇଁ ଉପଯୋଗୀ ପରିବେଷ ବିଦ୍ୟାଳୟ ରେ ସ୍ରୁଷ୍ଟି କରାଯିବ । ପ୍ରତି ପାଠ୍ୟକ୍ରମ ର ବିଷୟ ଗତ ନୋଟ୍ ପିଲାଙ୍କୁ ପ୍ରଦାନ ପୂର୍ବରୁ ପଧାନ ଶିକ୍ଷକ ତାହାର ଯାଞ୍ଚ କରିବେ। ଏ ଦିଗରେ ପଦକ୍ଷେପ ନେବାକୁ ସମସ୍ତ DO ଓ DCP ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଚିଠି ରେ ଉଲ୍ଲେଖ ଅଛି କରାହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *