ଆଜିଠାରୁ ପ୍ରବଳ ବର୍ଷିବ | ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ |

rain 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରବଳ ବର୍ଷା ଓ କାଳ ବୈଶାଖୀ ପାଇଁ ୟେଲୋ ଓ୍ବାନିଙ୍ଗ ଜାରୀ କଲା ପାଣିପାଗ ବିଭାଗ। ତେବେ ଅପାରହ୍ନ ସୁଧା ରାଜ୍ୟର ୧୮ଟି ଜିଲ୍ଲାରେ ଝଡ ବର୍ଷା ହେବ। ସେଥିମଧ୍ୟରୁ ୩ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ବାକି ୧୫ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହିତ କାଳ ବୈଶାଖୀର ସମ୍ଭାବନା ରହିଛି।

ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ଗୁରୁବାର ଠାରୁ ଦକ୍ଷିଣ ଓଡିଶାର କିଛି ଅଞ୍ଚଳର ପହଞ୍ଚି ସାରିଥିବା ବେଳେ ଏପଯ୍ୟନ୍ତ ରାଜ୍ୟକୁ ଅଗ୍ରସର ହେଇ ପାରୁନାହିଁ। ତେବେ ରାଜ୍ୟର ଅନୁକୂଳ ପାଗ ରହିଥିବାରୁ ଆସନ୍ତା ୨ ଦିନ ଭିତରେ ମୌସୁମୀ ସମଗ୍ର ରାଜ୍ୟକୁ ଅଗ୍ରସର ହେବାର ସମ୍ଭାବନା ରହିଛି।

rains

ଆଉ ସେପଟେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଓଡିଶାର ଅଧିକାଂଶ ଜିଲ୍ଲା ଗୁଡିକର ଅଧିକାଂଶ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରାରେ କୌଣସି ବଡ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଜାରି ସତର୍କ ସୂଚନାରେ କୁହାଯାଇଛି। ଆଉ ଏ ପରିସ୍ଥିତିରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତମାମ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳ ବୈଶାଖୀ ଜନିତ ଝଡବର୍ଷାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର।

ତେବେ ଆଜି ମଧ୍ୟାହ୍ନ ସୁଧା ରାଜ୍ୟର ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି।

rains

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟ ମଧ୍ୟରେ ୩ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେସବୁ ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର। ଆଉ ଏହାକୁ ଦୃଷ୍ଟିରେ ରଖି ଅନ୍ୟ ୧୮ଟି ଜିଲ୍ଲା କୁ ୟେଲୋ ଓ୍ବାନିଙ୍ଗ ଜାରି କରାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *