ପୁଣି ଓଡିଶାକୁ ମାଡି ଆସୁଛି ପ୍ରବଳ ବର୍ଷା, ପାଣିପାଗ ବିଭାଗ ଦେଲେ ବଡ ସୂଚନା । ଏହି 7ଟି ଜିଲ୍ଲାକୁ ଆଲର୍ଟ ଜାରି |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ନୂଆ ରିପୋର୍ଟ ଜାରି ହୋଇଛି । ଆଜି ମଧ୍ୟ 7 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଓଡିଶା ର କେଉଁ ଜିଲ୍ଲା କୁ ଏହାର ପ୍ରଭାବ ପଡିବ କେବେ ଆସିବ ମୈଶୁମୀ ବାୟୁ । ତେବେ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଖବର ଜାହାକି ବିଶେଷଜ୍ଞ୍ୟ ମାନଙ୍କ ମାନଙ୍କ ନୂଆ ଆପଡେଟ ।

ତେବେ ବନ୍ଧୁଗଣ ରାଜ୍ୟ ରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ ପ୍ରବଳ ଗରମ ଯୋଗୁଁ ଜନ ଜିବନ ଅସ୍ତ ବ୍ୟସ୍ତ ହୋଇଛି । ପୁଣି ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟି ରେ ରଖି ପଶ୍ଚିମ ଓଡିଶା ର ସାତ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ବିଭାଗ ର ସୂଚନା ଅନୁସାରେ ଆଜି ପଶ୍ଚିମ ଓଡିଶା ର 7 ଜିଲ୍ଲା କୁ ଅର୍ଥାତ , ସୋନପୁର , ବରଗଡ , ବଲାଙ୍ଗିର , ବୈଦ୍ଧ , ଝାଡସୁଗୁଡା , କଳାହାଣ୍ଡି ଏବଂ ନୂଆ ପଡା ପାଇଁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rains

ଏପଟେ ପ୍ରବଳ ଗରମ ଏବଂ ଖରାକୁ ଦୃଷ୍ଟି ରେ ରଖି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷ ସତର୍କ କରାଜାଇ ଥିବା ବେଳେ ସେପଟେ ଆଜି ଉପକୂଳ ସମେତ ପାର୍ଶ୍ୱ ବର୍ତି ଜିଲ୍ଲା ଗୁଡିକର ଆଶ୍ୱସ୍ତି ଆଣିପାରେ ବର୍ଷା । ଉପକୂଳ ଅଞ୍ଚଳ ର ଅନେକ ସ୍ଥାନରେ ଆକାଶ ମେଘାଛନ୍ନ ରହିପାରେ ବୋଲି ସୂଚନା ମିଳିଛି । ତେବେ ଏହା ଛଡା IMD ର ନିର୍ଦ୍ଧେଶକ ମୂତ୍ୟୁଞୟ ମହାପାତ୍ର କହିଛନ୍ତି ଯେ ଆସନ୍ତା ଜୁନ 15 ରୁ ଉତ୍ତର ଭାରତ ର ମୈଶୁମୀ ବାୟୁ ଛୁଇଁବ ଏବଂ ବର୍ଷା ଆରମ୍ଭ ହୋଇଯିବ ।

ସୂଚନା ରହିଛି କି ମେ 29 ରେ ମୈଶୁମୀ ବାୟୁ କେରଳ ଛୁଇଁଥିଲା । ଏଥର ନିର୍ଦ୍ଧାରିତ ସମୟ ର ଦୁଇ ଦିନ ପୂର୍ବରୁ ମୈଶୁମୀ ବାୟୁ ପହଁଚି ଥିଲା । ହେଲେ ଜୁନ 1 ମଧ୍ୟରେ ହାରାହାରି ମାତ୍ରା ରେ ବର୍ଷା ମଧ୍ୟ ହୋଇଛି । ତେବେ ପାଣିପାଗ ବିଭାଗ ର ସାମାନ୍ୟ ବର୍ଷାର ଆକଳନ ହାରା ହାରି 50 ବର୍ଷ ହିସାବ ରେ କରିଥାଏ । ତେବେ 96 ରୁ 104 ପ୍ରତି ବର୍ଷ ବର୍ଷା କୁ ସାମାନ୍ୟ ବୋଲି କୁହାଯାଏ । ତେବେ ପୂରା ବର୍ଷା ଋତୁ ରେ 87 ସେଣ୍ଟିମିଟର ବର୍ଷା କୁ ସାମାନ୍ୟ ବର୍ଷା ବୋଲି କୁହାଯାଏ ।

rain

ତେବେ ମୈଶୁମୀ ବାୟୁ ଉପରେ ଭାରତ ର କୃଷି ଏବଂ ଅର୍ଥ ବ୍ୟବସ୍ଥା ନିର୍ଭର କରେ । ଏବଂ ବର୍ଷା ଋତୁ ରେ ପୂରା ବର୍ଷ ର 70 ପ୍ରତିଶତ ବର୍ଷା ହୋଇଥାଏ । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ , ଆଶାମ୍ , ଦକ୍ଷିଣ ପଶ୍ଚିମ ବଙ୍ଗ , ମଘାଳୟ , ସିକିମ୍ , ଓ କର୍ଣ୍ଣାଟକ ର କିଛି ଅଂଶରେ ଭଲ ବର୍ଷା ହୋଇଛି । ଏବେ ପଶ୍ଚିମା ପବନ ବହୁଥିବାରୁ କେରଳ , ଲକ୍ଷାଦ୍ୱୀପ , କର୍ଣ୍ଣାଟକ ରେ ଆଗାମୀ 5 ଦିନରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *