ମହଙ୍ଗା ହେବ ଋଣ, ବଢିବ ଇଏମଆଇ !

EMI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହଙ୍ଗା ହେବ ଋଣ, ବଢିବ EMI ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି। ବଢାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍। ଯାହା ଆଶଙ୍କା କରାଯାଉଥିଲା ସେହାହିଁ ହେଲା। ଆର୍ଥିକ ମାନ୍ଦା ଅବସ୍ଥା ଓ ଦରଦାମ ବୃଦ୍ଧି କୁ ନେଇ ଲୋକମାନେ ଚିନ୍ତା ରେ ଥିବାବେଳେ, ଆଜି ଭରତୀୟ ରିଜର୍ଭ ବ୍ୟାଙ୍କ୍ ସୁଧ ହାର ବା ରେପୋ ରେଟ୍ କୁ ବୃଦ୍ଧି କରିଛି। ସୁଧ ହାର ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଁଛି। ଫଳରେ ରେପୋ ରେଟ୍ ୪.୯ ପ୍ରତିଶତ ରେ ପହଞ୍ଚିଯାଇଛି।

ତେବେ ଏହାର ଅର୍ଥ ହେଉଛି, ଏବେ ସାଧାରଣ ଲୋକଙ୍କୁ ସେମାନଙ୍କର ଋଣ ପାଇଁ ଅଧିକ ପରିମାଣର EMI ଦେବାକୁ ପଡିବ। ଏହା ବାଦ୍ R.B.I ଚଳିତ ଆର୍ଥିକ ବର୍ଷରେ ମୁଦ୍ରା ସ୍ଥିତି ୬.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ତେବେ ସାଧାରଣତଃ ମୁଦ୍ରା ସ୍ଥିତି ୨ରୁ ୬ ପ୍ରତିଶତ ମଧ୍ୟରେ ରହିବା ଅର୍ଥନୀତି ପାଇଁ ଭଲ ଖବର। ହେଲେ ଏହା ୬.୭ ପ୍ରତିଶତ ରହିବା ଆଦୌ ଶୁଭଙ୍କର ନୁହେଁ ବୋଲି ଅର୍ଥନୀତିକ ବିଷାରଦ ମାନେ ମତ ଦେଇଚନ୍ତି।

rbi

ତେବେ R.B.I ର ମୁଦ୍ରା ନୀତି କମିଟିର ସମସ୍ତ ୬ ଜଣ ସଦଶ୍ୟ ରେପୋ ରେଟ୍ ବୃଦ୍ଧି କରିବା ସପକ୍ଷରେ ରଖିଚନ୍ତି। ଏହି କମିଟିର ମୁଖ୍ୟ ହେଉଚନ୍ତି ନିଜେ R.B.I ଗଭର୍ନର ଶକ୍ତିକାନ୍ତ ଦାସ। ମୁଦ୍ରା ନୀତି ବୈଠକ ରେ ଦେଶର ଅର୍ଥନୀତି ଉପେର ଆଲୋଚନା ହୋଇଥିଲା। ଏହା ପରେ ରେପୋ ରେଟ୍ କୁ ୪.୯ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଯଦି ଆଗକୁ ବିଶ୍ୱ ବଜାରରେ ମାନ୍ଦା ଅବସ୍ଥା ଲାଗିରହିବ ତାହାଲେ R.B.I ତାର ଅଗଷ୍ଟ ବୈଠକରେ ମଧ୍ୟ ରେପୋ ରେଟ୍ କୁ ଆହୁରି ବୃଦ୍ଧି କରିବ ବୋଲି କୁହାଯାଇଛି।

କିନ୍ତୁ ପୂର୍ବଭଳି ରିଜର୍ଭ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଗତ ମାସରେ ମୁଦ୍ରା ନୀତି କମିଟି ରେପୋ ରେଟ୍ କୁ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା। ସେହିଭଳି ଏପ୍ରିଲ ମାସରେ ଦେଶର ମୁଦ୍ରା ସ୍ଥିତି ୮ ବର୍ଷ ର ରେକର୍ଡ ଭାଙ୍ଗି ୭.୭୯ ପ୍ରତିଶତ ରହିଥିବା ମୁଦ୍ରା ନୀତି ବୈଠକରେ ଆଲୋଚନା ହୋଇଛି। ଏଥିରେ ସୁଧାର ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାର ଆବଶ୍ୟକତା ମଧ୍ୟ ରହିଥିବା ବୈଠକରେ ମତ ପ୍ରକାଶ କରିଥିଲେ।

rbi

ସେହିପରି ଚଳିତ ଆର୍ଥିକ ବର୍ଷରେ ଦେଶର ମୁଦ୍ରା ସ୍ଥିତି ୫.୭ ପ୍ରତିଶତ ରହିବ ବୋଲି R.B.I ଏପ୍ରିଲ ମାସରେ ଆକଳନ କରିଥିଲେ। ହେଲେ ଏବେ ମୁଦ୍ରା ସ୍ଥିତି ୬.୭ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଉଛି। ସେହିଭଳି ଶକ୍ତିକାନ୍ତ ଦାସ କହିଚନ୍ତି କି ମୁଦ୍ରା ସ୍ଥିତି ର ରିସ୍କ ଏବେ ବି ଜାରି ରହିଚି। ଟମାଟୋ, ଔଷଧିୟ ଦରର ହଠାତ୍ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରା ସ୍ଥିତି ବଢିଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି କ୍ୱାଟରେ ମୁଦ୍ରା ସ୍ଥିତି ୬ ପ୍ରତିଶତ ଉପେର ରହିବ। ତେବେ R.B.I ମୁଦ୍ରା ସ୍ଥିତି କୁ ନିୟନ୍ତ୍ରଣ ମଧ୍ୟରେ ଆଣିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଚନ୍ତି। ଦେଶର ଅଭିବୃଦ୍ଧି ହାର ପୂର୍ବପରି ୭.୨ ପ୍ରତିଶତ ରହିବ ବୋଲି R.B.I ଆକଳନ କରିଛନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *