ଉପକୂଳ ମୁହାଁ ମୌସୁମୀ, ଚାରି ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଶାରେ ଆଗକୁ ଆଗକୁ ବଢୁଛି ମୌସୁମୀ। ତିନିଦିନ ପରେ ସାରା ଓଡିଶା ଛୁଇଁବ ମୌସୁମୀ। କିଛିଦିନ ଧରି ରାତିଦିନ ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ରାଜ୍ୟ ବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କଟକ ଓ ଭୂବନେଶ୍ୱର ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ। ପ୍ରାକ୍ ମୌସୁମୀର ପ୍ରଭାବରେ ରାଜ୍ୟର ପାଣିପାଗ ବଦଳିଥିବା ଲକ୍ଷ୍ୟ କରାଯାଇଛି।

ଏବେ ସୁଧା ୬ଟି ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଲାଣି। ଶନିବାର ରାଜ୍ୟର ଆଉ କିଛି ଜିଲ୍ଲାକୁ ଛୁଇଁବ ମୌସୁମୀ। ଉତ୍ତର ଓଡିଶା ବ୍ୟତୀତ ବାକି ଅଞ୍ଚଳର ମୌସୁମୀ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ରାଜଧାନୀରେ ମଧ୍ୟ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ପୂର୍ବନୁମାନରେ ଏଭଳି ଆଶା ଦେଖାଇଛନ୍ତି। ସେପଟେ ରାଜ୍ୟରେ ଶନିବାର ଭଲ ବର୍ଷା ହୋଇଛି।

rains

ଆସନ୍ତା ୩ ରୁ ୪ ଦିନ ଭିତରେ ଆଉ କିଛି ଅଞ୍ଚଳରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରାଯାଇଛି। ରବିବାର ରାଜଧାନୀ ସମେତ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ଉତ୍ତର ଓଡିଶା ବ୍ୟତୀତ ବାକି ଅଞ୍ଚଳ ମାନଙ୍କରେ ରବିବାର ମୌସୁମୀ ବର୍ଷା ହୋଇପାରେ।

ଆଜି ଅପରାହ୍ନରୁ ରାତି ମଧ୍ୟରେ ଏହି ବର୍ଷା ସମ୍ଭାବନା ଅଧିକ ରହିଛି। ଏଥି ନିମନ୍ତେ ସୋମବାର ଏହି ସବୁ ଜିଲ୍ଲା ମାନଙ୍କରେ ମୌସୁମୀ ଛୁଇଁବା ନେଇଁ ଘୋଷଣା ହୋଇପାରେ। ସେହିଭଳି ବର୍ଷା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା କମିବ। ଭୁବନେଶ୍ୱର ତାପମାତ୍ରା ଆହୁରି ୩ ରୁ ୪ ଡିଗ୍ରି କମିବ। ଜୁନ୍ ରେ ମୌସୁମୀ ବର୍ଷା କମ୍ ରହିବ ବୋଲି ଆଗକୁ ଆକଳନ କରାଯାଉଛି। ଅର୍ଥାତ୍ କିଛି ଜିଲ୍ଲାରେ ଅଧିକ ବର୍ଷା ହବା ବେଳେ ଅନ୍ୟ କିଛି ସ୍ଥାନରେ ବର୍ଷା ନହୋଇ ପାରେ।

rain

ଶନିବାର ଦିନ ଲକ୍ଷ୍ୟ କରାଯାଇଛି କୋରାପୁଟ,କନ୍ଧମାଳ, ନୂଆପଡା, ନୟାଗଡ଼, ବାଲେଶ୍ୱର ରେ ଭଲ ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର ବନ୍ଧୁ ଗାଁରେ ସର୍ବାଧିକ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *