ସ୍କୁଲ ପିଲାଙ୍କ ପାଇଁ ସରକାରଙ୍କର ବଡ ଘୋଷଣା । ମିଳିବ ଟଙ୍କା

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ ପାଇଁ ଆସିଛି ଆଉ କିଛି ବଡ ଖବର ପୁଣି ଆପଣଙ୍କୁ ମିଳିବ ନାହିଁ ସାଇକେଲ ତେବେ ଏହି ନେଇ ସରକାର ଙ୍କ ପକ୍ଷ ରୁ ନୂଆ ଘୋଷଣା ନଜର ପକେଇବା । ଏହା ଛଡା ମେ ବଦଳରେ ପୁଣି ଜୁନ ରେ ହେବାକୁ ଯାଉଛି ସ୍କୁଲ ଛୁଟି । କୋରନା ପାଇଁ ଶିକ୍ଷା ବ୍ୟବସ୍ଥା ର ମେରୁଦଣ୍ଡ ଭାଙ୍ଗି ଜାଇ ଥିବା ବେଳେ ଧିରେ ଧିରେ ସ୍ୱଭାବିକ ହେଉଛି ଶିକ୍ଷା ବ୍ୟବସ୍ଥା । ତେବେ ଏହାରି ମଧ୍ୟରେ ବିଦ୍ୟାଳୟ ରେ ପିଲା ଙ୍କ ଅନୁପସ୍ତିରେ ଏବେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିଦ ଛଡେଇ ନେଇଛି । ପିଲା ମାନେ କାହିଁକି ବିଦ୍ୟାଳୟ ଆସୁ ନାହାଁନ୍ତି । ସେହି ନେଇ ତଦନ୍ତ ଆରମ୍ଭ ହୋଇଛି ।

school

ଚଳିତ ମେଟ୍ରିକ ପରିକ୍ଷା ରେ 43 ହଜାର ଛାତ୍ରଛାତ୍ରୀ ଅନୁପସ୍ତିତ ଘଟଣା ସାମ୍ନା କୁ ଆସିଲା ପରେ ତନ୍ନାଘନ୍ନା ଚାଲିଛି । କେଉଁଠୀ ରହିଲା ତୃଟି ଏତେ ସଂଖ୍ୟକ ପିଲା କାହିଁକି ଅଧାରୁ ପାଠ ଛାଡିଲେ କେଉଁ କାରଣ ପାଇଁ ପରିକ୍ଷା ଦେବାକୁ ଆସିଲେ ନାହିଁ । ଏହି ନେଇ ସ୍କୁଲ ସ୍ତରରୁ ଖୋଳତାଳ ଚାଲିଥିବା ବେଳେ ନବମ ଶ୍ରେଣୀ ରେ ନାମ ଲେଖା ହୋଇଥିବା 30 ପ୍ରତିଶତ ଛାତ୍ରଛାତ୍ରୀ ଆଦୁ କ୍ଲାସ କରିବାକୁ ଆସୁନଥିବା କଥା ସାମ୍ନା କୁ ଆସୁଛି ।

ତେବେ ଏହିବର୍ଷ ନିସ୍ପତି ହୋଇଛି ଯେ ପିଲା ସ୍କୁଲ କୁ ଆସିଲେ ହିଁ ସାଇକେଲ ପାଇବେ । ନାମ ଲେଖାଇ ସ୍କୁଲ ଆସୁ ନଥିଲେ ସାଇକେଲ ବାବଦ କୁ ଅର୍ଥ ପ୍ରଦାନ ହେବ ନାହିଁ । ସାଇକେଲ ଅର୍ଥ ବଣ୍ଟନ ପୂର୍ବରୁ ଜିଲ୍ଲା ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ପିଲାଙ୍କ ତଥ୍ୟ ଭଲ ଭାବେ ଯାଞ୍ଚ କରିବେ । ତେବେ ସ୍କୁଲ ଗୁଡିକ ଛାତ୍ରଛାତ୍ରୀ ଙ୍କ ସଂମ୍ପର୍କରେ ତଥ୍ୟ ଦେଉଛନ୍ତି । ତାହା କେତେ ଠିକ୍ ସବୁ ପିଲା ସ୍କୁଲ ଆସୁଛନ୍ତି କି ନାହିଁ । କାଗଜ କଲମ ରେ ନାମ ଲେଖାଜାଇ ସାଇକେଲ ଅର୍ଥ ନେଉଛନ୍ତି । ସେହି ନେଇ ତୃଣମୂଳକ ଅନୁଧ୍ୟନ କରିବେ ।

Results

ଏହା ସହିତ ମେଟ୍ରିକ ପରିକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଜାଇଛି । ତେବେ ଦଶମ ଶ୍ରେଣୀ ସହିତ SOS ଏବଂ ମଧ୍ୟମା ପରିକ୍ଷା ଖାତା ମୂଲ୍ୟାୟନ ହୋଇଛି । ତେବେ ରାଜ୍ୟରେ ମୋଟ 158 ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କାର୍ଯ୍ୟକ୍ରମ ହୋଇଛି । ତେବେ ଏହି ଖାତା ଦେଖା ପକ୍ରିୟା 10 ରୁ 12 ଦିନ ଚାଲିବ । ତେବେ ମିଳୁଥିବା ସୂଚନା ମୁତାବକ ଜୁନ ମାସ ରେ ଦଶମ ଶ୍ରେଣୀ ର ଫଳ ପ୍ରକାଶ ପାଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *