ପୁଣି ବଢ଼ିବକି ଖରା ଛୁଟି ଦେଖନ୍ତୁ ସରକାର କଲେ ବଡ଼ ଘୋଷଣା ।

school 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟର ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ସରିବାପରେ କିଭଳି ଭାବେ ବିଦ୍ୟାଳୟରେ ଏବେ ପାଠପଢ଼ା ଯିବ ସେନେଇ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଉତ୍ସବା ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡି.ଓ ଓ ଜିଲ୍ଲା ପ୍ରକଳ୍ପ ସଂଯୋଗ ଡି.ସି.ପି ଙ୍କ ଉତ୍ସେବା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଚିଠି ଲେଖିଛନ୍ତି।

ତେବେ ଚିଠି ରେ ଉଲ୍ଲେଖ କରିଛନ୍ତି ଯେ ଖରାଛୁଟି ସରିବା ପରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ। ତେବେ ଠିକଣା ଢଙ୍ଗରେ ଶିକ୍ଷା ଦାନ ଆରମ୍ଭ କରିବାକୁ ନୟମାବଳୀ ଦିଆଯାଇଛି। ଶତପ୍ରତିଶତ ପାଠ୍ୟକ୍ରମ ଖସଡ଼ା ସରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡ.ଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ ପାଠପଢା ସମ୍ବନ୍ଧରେ ଆଲୋଚନା କରିବେ। ଏନେଇ କପରି ସଠିକ୍ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ।

school Staff

ତେବେ କରୋନା କାଳରେ କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଉଁଭଳି ୨ ପ୍ରକାର ପୁସ୍ତକ ପାଇଁବେ ସେ ଦିଗରେ ପ୍ରଧାନ ଶିକ୍ଷକ ଧ୍ୟାନ ଦେବେ। ଶ୍ରେଣୀ ବିଷୟ ଭିତ୍ତିକ ପାଠାପଢା ସମୟ ସାରଣୀ ପ୍ରତି ଶ୍ରେଣୀ ଗୃହ ରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ।

ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ। ତେବେ ଶିକ୍ଷକ ପାଠପଢା ରେ ହୋଇଥିବା କ୍ଷତିଭରଣା ପାଇଁ ସ୍ୱତନ୍ତ୍ର ଯୋଜନା କରିବେ। ସି.ଆର.ସି ମାନେ ନିଜ କ୍ଲଷ୍ଟରେ ପାଠପଢା ଉପରେ ତୀକ୍ଷଣ ନଜର ରଖିବା ସହିତ ରୀତିମତ ଯାଞ୍ଚ କରିବେ। ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନରାପତ୍ତାକୁ ଶିକ୍ଷାନୁଷ୍ଠାନ କତ୍ତୃପକ୍ଷ ପ୍ରଥମିକତା ଦେବେ।

school

ବିଦ୍ୟାର୍ଥୀଙ୍କ ଉପଯୋଗୀ ପରିବେଶ ବିଦ୍ୟାଳୟ ସୃଷ୍ଟି କରାଯିବ। ଶିକ୍ଷକ ଶିକ୍ଷତ୍ରୀଙ୍କ ଠିକ୍ ଭାବେ ପଢଉଛନ୍ତି କି ନାହିଁ ସେ ଦିଗରେ ପ୍ରଧାନ ଶିକ୍ଷକ ଧ୍ୟାନ ଦେବେ। ତେବେ ଶିକ୍ଷକ ପାଠପଢା ତଥ୍ୟ ବିଦ୍ୟାଳୟର ସ୍ୱତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ କରାଯାଇଛି। ପ୍ରତି ପାଠ୍ୟକ୍ରମର ବିଷୟ ଗତ ନୋଟ୍ ପିଲାଙ୍କ ପ୍ରଦାନ ପୂର୍ବରୁ ପ୍ରଧାନ ଶିକ୍ଷକ ତାକୁ ଯାଞ୍ଚ କରିବେ। ଏ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡି.ଓ, ଓ ଡି.ସି.ପି କୁ ନିର୍ଦ୍ଦେଶ ଦିଆଯାଏ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *