ଆସନ୍ତା କାଲି ଠାରୁ ପ୍ରବଳ ବର୍ଷିବ ଏହି ସବୁ ଜିଲ୍ଲା କୁ ସତର୍କ ସୂଚନା ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବର୍ତମାନ ସମୟ ରେ ରାଜ୍ୟ ରେ ଜାରି ରହିଛି ମୌସୁମୀ ବର୍ଷା । ତେବେ ଏହି ମଧ୍ୟରେ ପାଣିପାଗ ବିଭାଗ ପକ୍ଷ ରୁ ଆସୁଛି ଆଉ କିଛି ନୂଆ ରିପୋର୍ଟ ଜାହାକି ଆଜି ପାଇଁ ମଧ୍ୟ କିଛି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ସହିତ ବିଜୁଳୀ ଘଡଘଡି ର ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ଆସନ୍ତୁ ନଜର ପକେଇବା ସେହି ଜିଲ୍ଲା ଗୁଡିକ କଣ ରହିଛି । କଣ ରହିଛି ପାଣିପାଗ ବିଭାଗ ର ନୂଆ ରିପୋର୍ଟ ।

ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ରାଜ୍ୟ ରେ ଜାରି ରହିଛି ମୌସୁମୀ ବର୍ଷା ବିଭିନ୍ନ ଜିଲ୍ଲା ରେ ସାମାନ୍ୟ ରୁ ମଧ୍ୟମ ଧରଣ ର ବର୍ଷା ହେଉଛି । ତେବେ ଆସନ୍ତା 5 ଦିନ ଅର୍ଥାତ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ଅଧିକାଶଂ ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ ରୁ ସୂଚନା ଦିଆଜାଇଛି ।

rains

ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ , ଝାଡସୁଗୁଡା , ସୁ୍ଦରଗଡ , ସମ୍ବଲପୁର , ଦେଓଗଡ , କଉଁଝର , ମୟୁରଭଞୀ , ନୂଆପଡା , ବଲାଙ୍ଗିର , ନବରଙ୍ଗପୁର , କଳାହାଣ୍ଡି , ମାଲକାନାଗିରି , କୋରାପୁଟ , ରାୟଗଡା , ଏବଂ ଗଜପତି ଜିଲ୍ଲା ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କିଛି ଜିଲ୍ଲା ମାନଙ୍କରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହାକୁ ଦୃଷ୍ଟି ରେ ରଖି ଏହି ବୁ ଜିଲ୍ଲା ପାଇଁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହି ପରି ଆସନ୍ତା କାଲି ବରଗଡ , ନୂଆପଡା , କଳାହାଣ୍ଡି , ନବରଙ୍ଗପୁର , ଏବଂ ମାଲକାନାଗିରି ଜିଲ୍ଲା ର କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ଏପଟେ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ପ୍ରଭାବ ରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳୀ ଘଡଘଡି ସହିତ ପ୍ରବଳ ବର୍ଷା ହେଉଛି । ତେବେ ଅଧିକାଶଂ ଅଞ୍ଚଳ ରେ ଆକାଶ ମେଘାଛନ୍ନ ରହୁଛି ।

rains

ଗତ କାଲି ଝାଡଖଣ୍ଡ ଅଞ୍ଚଳ ରେ ଥିବା ଘୂର୍ଣ୍ଣିଂ ବଳୟ ରବିବାର ଉତ୍ତର ଆଭ୍ୟନ୍ତରଣିୟ ଓଡିଶା ଏବଂ ତାର ପାର୍ଶ୍ୱବର୍ତ୍ତି ଅଞ୍ଚଳ ରେ ସମୁଦ୍ର ପତନ ଠାରୁ ବାୟୁ ମଣ୍ଡଳ ରେ 4.5 କିଲୋମିଟର ଯାଏ ବ୍ୟାପିଛି । ତେବେ ଏହାର ପ୍ରଭାବ ରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷ ରୁ ସୂଚନା ଦିଆଜାଇଛି ।

ତେବେ ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ ଆଭ୍ୟନ୍ତରଣିୟ ଓଡିଶା ର ଅଳ୍ପ କେତେକ ସ୍ଥାନ ଏବଂ ଉପକୂଳ ଓଡିଶା ର କିଛି ଅଞ୍ଚଳ ରେ ବିଜୁଳୀ ଘଡଘଡି ସହିତ ବର୍ଷା ହୋଇପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *