ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, 13 ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନର ବଡ ଖବର ପାଣିପାଗ ବିଭାଗ କୁ ନେଇ ବଡ ସୂଚନା ବାତ୍ୟା ଭୟ ବାତ୍ୟା ଠାରୁ କମ୍ ନୁହେଁ କାଳବୈଶାଖୀ । 24 ଘଣ୍ଟା ମଧ୍ୟରେ କାଳବୈଶାଖୀ 13 ଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି । କେଉଁ କେଉଁ ଜିଲ୍ଲା କୁ ସତର୍କ ସୂଚନା ଜାରି କରାଜାଇଛି । ଓ କେଉଁ ଜିଲ୍ଲାରେ ବଜ୍ରପାତ ଏବଂ ବର୍ଷା ର ସମ୍ଭାବନା ରହିଛି ଓ କେଉଁ ଜିଲ୍ଲା କୁ କାଳବୈଶାଖୀ ଭୟ ରହିଛି ସବୁ କିଛି ଏଠାରେ ଜାଣିନେବା ।

ତେବେ ବନ୍ଧୁଗଣ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି ,କୋରାପୁଟ ,ନବରଙ୍ଗପୁର , କଳାହାଣ୍ଡି ରାୟଗଡ଼ ,କନ୍ଧମାଳ ,ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳ ବୈଶାଖୀ ଜନିତ ଘୂର୍ଣ୍ଣିଝଡ ସହିତ ବଜ୍ରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟି ରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ 13 ଗୋଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rains

ସେହି ପରି ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର,ରାୟଗଡ଼ା, କନ୍ଧମାଳ,ବୈଦ୍ଧ,ଅନୁଗୁଳ ,ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ , ନୟାଗଡ଼ , ଯାଜପୁର ,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ରେ କୁହାଯାଇଛି ।

ତେବେ ଭୁବନେଶ୍ୱର ଓ ତାର ଆଖପାଖ ଅଞ୍ଚଳରେ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଆକାଶ ମେଘୁଆ ରହିବା ସହିତ ମଧ୍ୟମ ରୁ ହାଲୁକା ବର୍ଷା ହେବା ସହ ବଜ୍ରପାତର ସମ୍ଭାବନା ରହିଛି । ଆଜି ରାତି ସୁଦ୍ଧା କାଳବୈଶାଖୀର ସମ୍ଭାବନା ରହିଛି ସେଥିପାଇଁ ସତର୍କ ସୂଚନା ଜାରି ହୋଇଛି । ଓଡ଼ିଶାର ବାକି ଜିଲ୍ଲାରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି ।

rains

ସେହିପରି ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡ଼ିକର ର ଦିନର ତାପମାତ୍ରା ରେ ସେପରି କୌଣସି ବଡ ଧରଣର ପରିବର୍ତ୍ତନ ଘଟିବାର ସମ୍ଭାବନା ରହିନାହିଁ ଏହା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ତେବେ 23 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ଝଡ ବର୍ଷା ର ସମ୍ଭାବନା ରହିଛି । 22 ତାରିଖରୁ ଆସୁଛି ଆଉ ଗୋଟିଏ ଲଘୁଚାପ ହୋଇ ପାରେ ବାତ୍ୟା ଏହି ନେଇ ଆଶଙ୍କା ଉପୁଜୁଛି ତେବେ ଆଗକୁ ଲଘୁଚାପ ସୃଷ୍ଟି ହେବା ପରେ ଏନେଇ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *