ପୁଅ ହେବ ନା ଝିଅ ସେ ପାଇଁ ପୁରୁଷ ଦାୟୀ ! D.R RK ROY

boy or the girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପରେ ବହୁତ ଦମ୍ପତି ଶୀଘ୍ର ସନ୍ତାନ ଚାହାଁନ୍ତି ଆଉ କେହି କେହି ଡେରି ରେ ସନ୍ତାନ ଚାହିଁ ଥାଆନ୍ତି । ଏହା ବ୍ୟତିତ ଅନେକ ଲୋକ ରହିଛନ୍ତି ଯେଉଁ ମାନେ କେବଳ ପୁତ୍ର ସନ୍ତାନ ହିଁ ପ୍ରାପ୍ତି କରିବା ପାଇଁ ଚାହିଁନ୍ତି । ହେଲେ ଏହା ସହିତ ଆଜିକାଲି ଯୁଗରେ ପୁଅ ଏବଂ ଝିଅ ମଧ୍ୟରେ କୌଣସି ତଫାତ ରହିନାହିଁ କାରଣ ଝିଅ ମାନେ ପୁଅ ମାନଙ୍କ ଠାରୁ କୌଣସି କାମରେ ମଧ୍ୟ ପଛୁଆ ନାହାଁନ୍ତି ।

ଆପଣ ଜାଣି ଥିବେ ଯେ ଜନ ଗଣନା ସଂଖ୍ୟା ରେ ଆମ ଦେଶରେ ଝିଅ ମାନଙ୍କର ସଂଖ୍ୟା ପୁଅ ମାନଙ୍କ ଠାରୁ ବହୁତ କମ ଅଟେ । ଏହାର ଗୋଟିଏ କାରଣ ହେଲା ବହୁତ ଲୋକ ରହିଛନ୍ତି ଯେଉଁ ମାନେ ଝିଅ ଚାହୁଁ ନାହାଁନ୍ତି। ଯାହା ଫଳରେ ଶିଶୁ ଜନ୍ମ ହେବା ପୂର୍ବରୁ ହିଁ ତାକୁ ସେମାନେ ଗର୍ଭରୁ ହିଁ ମାରି ଦିଆଯାଉଛି । ଏହା ବହୁତ ବଡ଼ ପାପ ଅଟେ କାରଣ ଝିଅ ହେଉ କିମ୍ବା ପୁଅ ସେ ଆମ ସନ୍ତାନ ତେଣୁ ଏମିତି ଭାବିବା ଠିକ ନୁହେଁ ।

baby

ପ୍ରାୟତଃ ଲୋକ ଅଛନ୍ତି ଯେଉଁ ମାନେ ପୁଅ ହେଉ କିମ୍ବା ଝିଅ ହେଉ ତାହାର ଦୋଷ କେବଳ ମହିଳା ମାନଙ୍କୁ ହିଁ ଦିଆଯାଏ ହେଲେ ଆମେ ଜାଣି ରଖିବା ଉଚିତ କି ଏଥିରେ କେବଳ ପୁରୁଷ ହିଁ ଦାୟୀ ଅଟନ୍ତି । ତେବେ ମଣିଷ ଙ୍କ ଶରୀର ରେ 23 ଯୋଡ଼ା କ୍ରୋମୋଜମ ମଧ୍ୟରୁ 1 ଯୋଡ଼ା ସେ-କ୍ସ କ୍ରୋମୋଜମ ରହିଥାଏ । ଏହି 1 ଯୋଡ଼ା କ୍ରୋମୋଜମ ମହିଳା ଙ୍କ ପାଖରେ XX ରହିଥିବା ବେଳେ ପୁରୁଷ ଙ୍କ ପାଖରେ XY ରହିଥାଏ ।

ତେବେ ମହିଳା ଙ୍କ ପାଖରେ କେବଳ ଝିଅ ଜନ୍ମ କରିବାର ହିଁ କ୍ରୋମୋଜମ ରହିଛି। ହେଲେ ପୁରୁଷ ଙ୍କ ପାଖରେ ଉଭୟ ପୁଅ ଓ ଝିଅ ଜନ୍ମ କରିବାର କ୍ରୋମଜୋମ ରହିଅଛି । ଯେବେ ମହିଳା ଙ୍କ ଡିମ୍ବାଣୁ ପୁରୁଷ ଙ୍କ ଧାତୁ ସହ ମିଶି ଥାଏ ଏବଂ ଏହା X କ୍ରୋମୋଜମ ସହ ମିଶିଲେ ଝିଅ ସନ୍ତାନ ହୋଇଥାଏ | ଆଉ ଯଦି ମହିଳା ଙ୍କର ଡିମ୍ବାଣୁ Y କ୍ରୋମୋଜମ ସହ ମିଶି ଥାଏ ତେବେ ପୁଅ ଜନ୍ମ ହୋଇ ଥାଏ ।

baby

ତେଣୁ ପୁଅ ହେଉ କିମ୍ବା ଝିଅ ଏଥିପାଇଁ କେବେ ବି ଏକ ମହିଳା ଙ୍କୁ ଦାୟୀ କରିବା ଉଚିତ ନୁହେଁ । କାରଣ ପୁଅ ହେବ କି ଝିଅ ହେବ ଏହା ପୁରୁଷ ଙ୍କ ହାତରେ ରହିଥାଏ ଓ ଏଥିପାଇଁ କେବଳ ପୁରୁଷ ହିଁ ଦାୟୀ ଅଟନ୍ତି । ଏହା ସହିତ କେବେ କନ୍ୟା ସନ୍ତାନ ହେଲେ ମହିଳା ଙ୍କୁ ନିନ୍ଦା ନ କରି ସନ୍ତାନ କୁ ଆପଣେଇ ନେବା ଉଚିତ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *