ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଗଲା ମୌସୁମୀ ଓ ଆରମ୍ଭ ହେବ ଝଡ ବର୍ଷା। ଗତ କିଛି ଦିନ ହେଲା ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବଳ ଗରମ ଅନୁଭବ ହେବାରେ ଲାଗିଛି। ଏବେ ପ୍ରବଳ ଖରାରେ ଅସ୍ତବ୍ୟସ୍ତ ସାଧାରଣ ଲୋକ ମାନଙ୍କ ଜନ ଜୀବନ। ଟାଣ ଖରାରୁ ଟିକିଏ ବି ତ୍ରାହି ମିଳୁନି । ପ୍ରଚଣ୍ଡ ଖରା ଗରମରେ ବ୍ୟତିବ୍ୟସ୍ତ ହୋଇ ପଡିଲେଣି ଜନସମାଜ । ଖରାରୁ ମୁକ୍ତି ପାଇବା ପାଇଁ କିଏ ଘରୁ ବାହାରୁନି ତ କିଏ ଛାଇରେ ରହିବା ଉଚିତ ମନେ କରୁଛି ।
ହେଲେ ବର୍ତମାନ ଏଥିରୁ ମୁକ୍ତି ପାଇବାକୁ ଯାଉଛନ୍ତି ରାଜ୍ୟର ଲୋକମାନେ। ରାଜସ୍ଥାନ ଏବଂ ଦିଲ୍ଲୀ ସହିତ କିଛି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ପ୍ରବଳ ଝଡ ବର୍ଷା ଆସିବା ଫଳରେ ମୌସୁମୀ ପରିବର୍ତ୍ତନ ହୋବ। ଫଳରେ ଆସନ୍ତା 3 ଦିନ ମଧ୍ୟରେ 2 ଡୀଗ୍ରି ରୁ 3 ଡୀଗ୍ରି ତାପମାତ୍ରା ହ୍ରାସ ପାଇବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ସୂଚନା ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ 8 ଓ 9 ତାରିଖରେ ପ୍ରବଳବର୍ଷାର ସମ୍ଭାବନା ରହିଛି। ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ପ୍ରବଳ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସାମ ,ମେଘାଳୟ, ମଣିପୁର, ମିଜୋରାମ , ତ୍ରିପୁରାରେ ମଧ୍ୟ ପ୍ରବଳ ବର୍ଷା ନେଇ ସୂଚନା ରହିଛି। ଜାମ୍ମୁ ଓ କାଶ୍ମୀର, ଉତ୍ତରାଖଣ୍ଡ,ଲଦାଖ ଆଦି ସ୍ଥାନରେ ବିଜୁଳି ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସୂଚନା ରହିଛି।
ଏହି ସବୁ ସ୍ଥାନରେ ତାପମାତ୍ରା 3 ଡୀଗ୍ରି ରୁ 4 ଡୀଗ୍ରି ମଧ୍ୟରେ ହ୍ରାସ ପାଇବ । ପଞାବ ହରିୟାଣା, ଚଣ୍ଡୀଗଡ଼ ଆଦି ସ୍ଥାନରେ 40 ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଓଡିଶାର ପାଣିପାଗ ବିଭାଗରୁ କୌଣସି ସୂଚନା ଜାରି କରାଯାଇ ନଥିଲେ ବି ବର୍ଷା ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଏପ୍ରିଲ ମାସରେ ବାତ୍ୟା ମଧ୍ୟ ସୃଷ୍ଟି ହୋଇଥିଲା। ସେଥିପାଇଁ ଏହାକୁ ନେଇ ଅନେକ ଆଶଙ୍କା ରହିଛି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।