ତାତି ରୁ ମିଳିବ ଶାନ୍ତି, ଆସୁଛି ବଡ଼ ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତାତି ରେ ସିଝୁଛି ସାରା ଓଡିଶା ଏତିକି ବେଳେ ପାଣିପାଗ ବିଭାଗ ପକ୍ଷ ରୁ ଆସିଛି ଏକ ବଡ ଖବର । ମେ 4 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଛି ଘୂର୍ଣ୍ଣିଂ ବଳୟ 5 ତାରିଖ ରେ ହେବ ଲଘୁଚାପ । ଏହି ଗରମ ତାତି ରୁ ନିସ୍ତାର ପାଇବା ପାଇଁ ଏହାଠୁ ବଢି ଖୁସୀ ଖବର ଆଉ କିଛି ହୋଇ ନପାରେ ।

ତେବେ ତାତି ରୁ ମିଳିବ ନିସ୍ତାର ହିଟ ୱେବ ରେ ଲାଗିବ ବ୍ରେକ ଆସନ୍ତା ମେ 4 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର ।5 ତାରିଖ ସୁଧା ଏହା ଘନିଭୂତ ହୋଇ ଲଘୁଚାପ ରେ ପରିଣତ ହେବ ଜାହା ଫଳ ରେ ଦେଶରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ ଲଘୁଚାପ ସାମାନ୍ୟ ଆସ୍ୱସ୍ଥି ଆଣିବାର ସମ୍ଭାବନା ରହିଛି ।

rain

ତେବେ ମେ 4 ତାରିଖ 2022 ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଜାହାର ପ୍ରଭାବ ରେ ପରବର୍ତି 24 ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସୃଷ୍ଟି ହେବାର 24 ଘଣ୍ଟା ମଧ୍ୟରେ ଆହୁରୀ ଅଧିକ ଘନିଭୂତ ହେବାର ସମ୍ଭାବନା ରହିଛି । ସେହି ପରି ବେଳେ ଦେଶର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ର ତାପମାତ୍ରା ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଛି । ରାଜଧାନୀ ଦିଲ୍ଲୀ ତତଲା କଢା ରେ ଭାଜି ହେଉଥିବା ବେଳେ ଆଜିର ପାରା 46 ଡୀଗ୍ରି ଛୁଇଁଠି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ମଧ୍ୟପ୍ରଦେଶ , ଜାମ୍ମୁକାଶ୍ମିର , ପଞାବ , ହରିଆଣା ରେ ବି ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଘରୁ ବାହାରିବା ମୁସକିଲ ହୋଇ ପଡୁଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପଶ୍ଚିମ ଦିଗରେ ତାପମାତ୍ରା ଆହୁରୀ 2 ଡୀଗ୍ରୀ ବଢିବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟ ପାଇଁ ହିଟ ୱେବ ଜାରି ହୋଇଛି । ସେହି ପରି ଆଜି ଓଡିଶା , ପଶ୍ଚିମ ବଙ୍ଗ , ଝାଡଖଣ୍ଡରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *