ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ବିବାହ ନିମନ୍ତେ ଆଜି ଜଗତସିହଂପୁର ସବରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆବେଦନ କରାଯାଇଛି । ତେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ପ୍ରେମ ସଂମ୍ପର୍କ କୁ ନେଇ ବହୁ ବିବାଦ ଉପୁଜିଥିବା ବେଳେ ଆଜି ଉଭୟ ବିଜୟ ଶଙ୍କର ଏବଂ ତାଙ୍କ ପ୍ରେମିକା ସୋମାଲିକା ଦାସ ଜଗତସିହଂପୁର ସବରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରି ମେରେଜ ପାଇଁ ଆବେଦନ କରିଛନ୍ତି ।
ଦିବଙ୍ଗତ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲର ଯୁବ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେଉଳିଗ୍ରାମେଶ୍ୱର ଅଞ୍ଚଳରେ ସଂଗ୍ରାମ କେଶରୀ ଦାସଙ୍କ ଝିଅ ସୋମାଲିକା ଦାସଙ୍କୁ ଦୀର୍ଘ ଦିନ ହେବ ଭଲ ପାଇ ଆସୁଥିଲେ ।
ମାତ୍ର ଗତ କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ସୋମାଲିକା ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହାକୁ ନେଇ ବିବାଦ ବଢିବାରୁ ବିଜୟ ଶଙ୍କର ଙ୍କ ନାମରେ ସୋମାଲିକା ଜଗତସିହଂପୁର ଏସପି ଅଖିଳେଶ୍ୱର ସିହଂ ଙ୍କୁ ଅଭିଯୋଗ କରିଥିଲେ ।
ଆଜି ଏହି ଘଟଣା କୁ ନେଇ ଉଭୟ ପକ୍ଷ ତଥା ବିଜୟ ଶଙ୍କର ଏବଂ ସମାଲିକା ଓକିଲୋ ଙ୍କ ସହଯୋଗରେ ଜଗତସିଂହପୁର ସବ ରେଜିଷ୍ଟର ଅଫିସରେ ପହଁଚିଥିଲେ ଏବଂ ବିବାହ ପାଇଁ ଆବେଦନ କରିଥିବା କହିଛନ୍ତି । ବିଜୟ ଶଙ୍କର ଙ୍କ ମାଆ ଙ୍କ ଦେହ ଭଲ ନଥିବାରୁ ସେ କିଛି କହିବାକୁ ମନା କରିଥିବା ବେଳେ ବିବାହ ଆବେଦନକୁ ନେଇ ସୋମାଲିକା ଖୁସି ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।