ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ସମାଜରେ ସବୁ ସ୍ଥାନରେ ଝିଅ ମାନଙ୍କୁ ପୁଅ ମାନଙ୍କ ତୁଳନାରେ କମ୍ ବୋଲି ମାନାଯାଏ । ଝିଅ ମାନଙ୍କ ପ୍ରତି ବହୁତ ପ୍ରତିବନ୍ଧକ ରହିଥାଏ । ଯେତେବେଳେ ବି ସେମାନେ କିଛି କରିବାକୁ ଓ ଆଗକୁ ବଢିବାକୁ ଚାହାନ୍ତି ସେତେବେଳେ ତାଙ୍କୁ ସାମାଜିକ ପାରିବାରିକ ସମସ୍ୟାକୁ ପାର କରିବାକୁ ପଡେ । ତେବେ ଆଜିର ଏହି ଆଧୁନିକ ସମାଜରେ ଝିଅ ମାନେ ବହୁତ ଆଗକୁ ଗଲେଣି ସେମାନେ ନିଜ ଇଚ୍ଛା ଅନୁସାରେ ଯାହାବି ଚାହୁଁଛନ୍ତି ତାହା କରିପାରୁଛନ୍ତି । ଏବଂ ଏବେ ବାପାଙ୍କ ସମ୍ପତିରେ ପୁଣି ଝିଅ ଓ ପୁଅ ଉଭୟଙ୍କର ଅଧିକାର ରହିଛି ।
ହେଲେ ନିକଟରେ ଏହି ଅଧିକାର କୁ ସୁପ୍ରିମକୋର୍ଟ କିଛି ନୂଆ ରାୟ ଜଣେଇଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତେବେ ସୁପ୍ରିମ କୋର୍ଟ ଘୋଷଣା କରିଛନ୍ତି ଯେ ଯଦି କେହି ଝିଅ ନିଜ ବାପାଙ୍କ ଠାରୁ ଅଲଗା ରହିଥାଏ ଓ ନିଜ ବାପାଙ୍କ ସହିତ କିଛି ସମ୍ପର୍କ ନରଖି ଥାଏ ଆଉ ସେହି ପରିସ୍ଥିତିରେ ବାପା ଝିଅର ଖର୍ଚ୍ଚ ନେବାକୁ ବାଧ୍ୟ ନୁହଁନ୍ତି । ତେବେ ଏହି ଘୋଷଣା ଗୋଟିଏ ଛାଡପତ୍ର କେସରୁ ଜଣା ପଡିଥିଲା ତେବେ ସେହି ଛାଡପତ୍ର ର ଶେଷ ରାୟରେ ସୁପ୍ରିମକୋର୍ଟ ଏମିତି ବୟାନ ଦେଇଥିଲେ । ଏବଂ ଏହି ଛାଡପତ୍ର ଜଷ୍ଟିସ୍ ସଂଜୟ କିଶନ କୌଲ ଓ ଏମଏମ ସୁନ୍ଦରେଶ ଙ୍କ ମଧ୍ୟରେ ହେଇଥିଲା ।
ତେବେ ସେହି ଛାଡପତ୍ରରେ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଅର୍ଥ ଦାବି କରିଥିଲେ ଆଉ ଅଦାଲତ ଏହାକୁ ମାନି ସ୍ୱାମୀଙ୍କୁ କହିଥିଲେ କି ସେ ସ୍ତ୍ରୀର ସବୁ ଦାବି ପୂରଣ କରିବା ସହିତ 10 ଲକ୍ଷ ଟଙ୍କା ଜମା କରିବାକୁ । ଏବଂ ସେହି ସବୁ ଜମା କରିବାର ସମୟ 2 ମାସ ରହିଥିବା ବେଳେ ସେହି ସଂମ୍ପତି ଉପରେ କେବଳ ସ୍ତ୍ରୀର ଅଧିକାର ରହିବ ହେଲେ ଝିଅର ସେଥିରେ କୌଣସି ଅଧିକାର ରହିବ ନାହିଁ ବୋଲି କୋର୍ଟ କହିଛନ୍ତି ।
ହେଲେ ମହିଳା ସେହି କଥାରେ ରାଜି ହେଇ ନଥିଲେ ଏବଂ ଅଭିଯୋଗ କରିଥିଲେ କି ସେ ଝିଅର ପାଠପଢା ଏବଂ ବିବାହର ଖର୍ଚ୍ଚ କେମିତି ବହନ କରିବେ । ତେବେ ସେତେବେଳେ ସେହି ଦମ୍ପତିଙ୍କ ଝିଅର ବୟସ 20 ହୋଇଛି ତେଣୁ ମହିଳାଙ୍କ କଥା ଶୁଣି କୋର୍ଟ କହିଥିଲେ କି ଝିଅର ବୟସ ଅନୁସାରେ ସେ ନିଜ ଭବିଷ୍ୟତ ବିଷୟରେ ନିଜେ ନିଷ୍ପତ୍ତି ନେଇ ପାରିବ । ତେବେ ଏ ସଂମ୍ପର୍କରେ ସ୍ତ୍ରୀ କି ଝିଅ କେହି ବି ସେହି ଯୁବକ ପାଖରୁ କୌଣସି ପ୍ରକାର ଅର୍ଥ ଦାବି କରିପାରିବ ନାହିଁ । ଯଦି ବାପା ଚାହିଁବେ ତ ନିଜ ଇଚ୍ଛାରେ ଝିଅକୁ ସାହାଯ୍ୟ କରିପାରିବେ ଏଥିରେ କିଛି ଅସୁବିଧା ନାହିଁ ବୋଲି କୋର୍ଟ ଜଣାଇ ଦେଇଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।