10 ବର୍ଷରେ ଡୋରି ଲାଗିଲାନି , 5 ଦିନରେ ଡୋରି ଲାଗିଲା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ତ ନିହାତି ଭାବରେ ହ୍ୟୁମାନ ସାଗରଙ୍କୁ ଜାଣିଥିବେ। ସେ ଓଡିଶାର ଜଣେ ପ୍ରମୁଖ ସଙ୍ଗୀତ କଳାକାର ଅଟନ୍ତି । ତାଙ୍କ ଗୀତ ଗୁଡିକ ଲୋକ ମାନଙ୍କୁ ଅନେକ ମାତ୍ରାରେ ପସନ୍ଦ ଆସିଥାଏ ଏବଂ ତାଙ୍କର ନୂଆ ଗୀତକୁ ଶୁଣିବା ପାଇଁ ଜନ ସାଧାରଣ ସବୁବେଳେ ଚାହିଁ ରହିଥାନ୍ତି। ହ୍ୟୁମାନ ସାଗର ଅନେକ ଫିଲ୍ମରେ ନିଜର ଗୀତ ଗାଇଛନ୍ତି । ଓ ସେହି ଗୀତ ଗୁଡିକ ମଧ୍ୟ ଅନେକ ମାତ୍ରାରେ ହିଟ ହୋଇଛି। ତେବେ ବର୍ତ୍ତମାନ ସମୟରେ କୌଣସି କାରଣ ପାଇଁ ବିବାଦ ମଧ୍ୟକୁ ଆସିଥିଲେ ହ୍ୟୁମାନ ସାଗର। ଏହି କଥାକୁ ନେଇ ଅନେକ ମାତ୍ରାରେ ବିବାଦ ଦେଖାଦେଇଥିଲା ।

ତେବେ ଏହାକୁ ନେଇ କିଛି ବିଶେଷ ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ କେବଳ ଯୀଶୁଙ୍କ ଗୀତ ବୋଲୁଥିଲେ ଏବଂ ବର୍ତମାନ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ମଧ୍ୟ ବୋଲିବେ ହ୍ୟୁମାନ ସାଗର। ତେବେ ପ୍ରଶ୍ନ ଉଠୁଛି ଯେ ଏବେ ବଦଳିଗଲାକି ହ୍ୟୁମାନ ସାଗରଙ୍କ ସ୍ୱର। ଯଦି ପ୍ରସଂଶକ ହ୍ୟୁମାନ ସାଗରଙ୍କ ଧର୍ମ ଦେଖି ତାଙ୍କ ଗୀତ ଶୁଣୁନାହାନ୍ତି ତେବେ କାହିଁକି ସେ ଗୀତ ଗାଇବେ ବି ନଗାଇବେ ଏକଥା କହୁଛନ୍ତି । ଯୀଶୁଙ୍କ ଗୀତ ତ ଗାଉଛନ୍ତି ହେଲେ ମହାପ୍ରଭୁ ଜଗନ୍ନାଥଙ୍କ ଗୀତ ଗାଇବା ବେଳକୁ କାହିଁକି ମନା କରିଦେଉଛନ୍ତି। କହୁଛନ୍ତି ଏହା ମୋ ଧର୍ମରେ ନାହିଁ। ଏମିତି କିଛି ଅଭିଯୋଗ ଆଣିଥିଲେ ଜାପାନୀ ଭାଇ।

human

ଏହା ପରେ ପରେ ହ୍ୟୁମାନ ସାଗର ନିଜ ଫେସବୁକ ପେଜରେ ଏକ ଏଭଳି ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖାଅଛି ଯେ ଦଣ୍ଡବତ ହେଲି ମୁଁ କାଳିଆ ପାଖରେ। ବାଧ୍ୟହୋଇ ଏବେ ଦଣ୍ଡବତ ହୋଇଛନ୍ତି ନା ବିବାଦରୁ ବଞ୍ଚିବାକୁ ଦଣ୍ଡବତ ହୋଇଛନ୍ତି। ନା ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଭାଵ ସୃଷ୍ଟି ହେବା କାରଣରୁ ଦଣ୍ଡବତ ହୋଇଛନ୍ତି ହ୍ୟୁମାନ ସାଗର।

ତେବେ ପ୍ରଶ୍ନ ଉଠୁଛି ହ୍ୟୁମାନ ସାଗର ଜାଣିଶୁଣି ଏମିତ ବିବାଦ ସୃଷ୍ଟି କରୁଛନ୍ତି ନା ଏସବୁ ତାଙ୍କ ଭିତରେ ମଧ୍ୟ ଅଛି। ତେବେ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ଏହାକୁ ନେଇ ଜଣାପଡିନାହିଁ। ବାସ୍ତବିରେ ସେ ଏକଥା କହିଛନ୍ତି ନା କହିନାହାନ୍ତି ଏକଥା ଜାପାନୀ ବାବୁଙ୍କ ଅଭିଯୋଗ ଆଧାରରେ ହିଁ କୁହାଯାଉଛି। ହେଲେ ଆଜି ଯାଏଁ ହ୍ୟୁମାନ ସାଗର ମହାପ୍ରଭୁ ଜଗନ୍ନାଥଙ୍କ ଗୋଟେ ମଧ୍ୟ ଭଜନ ଗାଇ ନାହାନ୍ତି।

human-sagar

ତେବେ ଯାହା ବି ହେଉ ଡେରିରେ ଆସନ୍ତୁ ପଛେ ବୁଦ୍ଧି ଉଦୟ ହୋଇ ଆସନ୍ତୁ। ତେବେ ବୋଧ ହୁଏ ଏଭଳି କିଛି ବୁଦ୍ଧି ଉଦୟ ହୋଇଥିବା କଥା ଏବେ କହୁଛନ୍ତି ହ୍ୟୁମାନ ସାଗରଙ୍କ ପ୍ରଶଂସକ। ତେବେ କେବଳ ଦେଖିବାକୁ ବାକି ରହିଲା କେତେ ଭକ୍ତି ସହିତ ଏହି ଭଜନ ଗାଉଛନ୍ତି ହ୍ୟୁମାନ ସାଗର।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *