ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ରାଜ୍ୟ ରେ ପ୍ରତିଦିନ 6.00 ଟା ରୁ 9.00 ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିଛି । ଆଉ କିଛି ଦିନ ପୂର୍ବରୁ ଗ୍ରୀଷ୍ମ ପ୍ରଭାବ କୁ ନଜର ରେ ରଖି ସରକାର 5 ଦିନ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ । ଆଉ ଏହି ମଧ୍ୟରେ ଆସୁଛି ଆଉ କିଛି ବଡ ସୂଚନା ମେ ମାସରେ ପୁଣି ହୋଇ ପାରେ ଗ୍ରୀଷ୍ମ ଛୁଟି । ଯେମିତି କି ଆପଣ ମାନେ ଜାଣିଥିବେ ଏହିଥର ଗ୍ରୀଷ୍ମ ଛୁଟି କୁ ହ୍ରାସ କରାଜାଇ ଆସନ୍ତା ଜୁନ 6 ରୁ 16 ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ ।
ତେବେ ଏହି ମଧ୍ୟରେ ଆସୁଛି ଆଉ କିଛି ନୂଆ ଖବର । ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଲାଗି ବିଦ୍ୟା ପ୍ରବେଶ କାର୍ଯ୍ୟ କ୍ରମ କରାଯିବ । ପାଠ ପଢା ଆରମ୍ଭ ହେବାର 3 ମାସ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ପଢିବା ଶୈଳି କୁ ପ୍ରାଥମିକତା ଦେଇ ଶିକ୍ଷକ ଶିକ୍ଷୟତ୍ରୀ ପଢେଇବେ । ତେବେ ଦ୍ୱିତୀୟ ଶ୍ରେଣୀ ପିଲା ମାନଙ୍କୁ ଶିକ୍ଷକ ମାନେ ପ୍ରଥମ ଶ୍ରେଣୀ ପାଠ ତଥା foundation literacy and numeracy ବହି ପଢେଇବେ ।
ତିନି ମାସ ମଧ୍ୟରେ କ୍ଲାସ କରି ପିଲା ମାନଙ୍କୁ ସମସ୍ତ ସମସ୍ତ ବିଷୟ ରେ ଶିକ୍ଷା ପ୍ରଦାନ କରିବା ପାଇଁ ଗଣ ଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ଏହା ସହିତ ମେ 2 ରୁ ଜୁନ 4 ପର୍ଯ୍ୟନ୍ତ ତୃତୀୟ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କ ପାଠପଢା କେମିତି ହେବ ସେହି ନେଇ ନିର୍ଦ୍ଧେଶାବଳୀ ଜାରି ହୋଇଛି । ତେବେ ଏହି ଛାତ୍ରଛାତ୍ରୀ ଙ୍କ ପାଇଁ ଦିନ ଶ୍ରେଣୀ ବିଷୟ ଅନୁସାରେ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ । ଏବଂ ବହୁତ ଜଲ୍ଦି ଏହି ବିଷୟ ରେ ସ୍କୁଲ କତୃପକ୍ଷ ଙ୍କୁ ଆବଗତ କରାଯିବ ।
ତେବେ କୋରନା ସମୟ ରେ କ୍ଷେତି ହୋଇ ଥିବା ପାଠପଢାକୁ ଦୃଷ୍ଟିରେ ରଖି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କ ନୂତନ ଚିନ୍ତାଧାରା ମାଧ୍ୟମରେ ପଢାଇବେ । ସକାଳ 6.00 ରୁ 9.00 ଯାଏ କ୍ଲାସ ହେଉଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିର୍ଦ୍ଧାରିତ ସମୟ ରେ ସ୍କୁଲ ରେ ପହଁଚିବା ପାଇଁ କୁହାଜାଇଛି ।
ଏହା ସହିତ କେନ୍ଦ୍ରିୟ ଏବଂ ନୋବଦୟ ବିଦ୍ୟାଳୟ ଗୁଡିକ ମେ ମାସରେ ଗ୍ରୀଷ୍ମ ଛୁଟି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଜୁନ 6 ରୁ 16 ଯାଏ ଖରା ଛୁଟି ଘୋଷଣା କରିଛନ୍ତି । ଏପଟେ ଖରା ଛୁଟି କୁ ନେଇ ବିଭିନ୍ନ ମହଲ ରୁ ପ୍ରତିବାଦ ପରେ ଜୁନ ବଦଳରେ ମେ 17 ରୁ 31 ଯାଏ ଗ୍ରୀଷ୍ମ ଛୁଟି ଘୋଷଣା କରିବେ ବୋଲି ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।