ସ୍ୱାମୀ ସନ୍ତୁଷ୍ଟ ନ କରିପାରିବାରୁ ସ୍ତ୍ରା ପହଞ୍ଚି ଗଲା କୋର୍ଟରେ – କହିଲା ମୋ ସ୍ୱାମୀର ନାହିଁ..

husband

ଆପଣ ମାନେ ସମସ୍ତଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ୱାଗତ । ଆପଣ ମାନେ ଜାଣିଥିବେ ଏବେ ବିବାହର ଋତୁ ଚାଲିଛି । ଏହି ଋତୁରେ ଅନେକ ଲୋକ ବିବାହ କରୁଥିବା ବେଳେ ଆପଣଙ୍କ ଆଖ ପାଖରେ କେହି ନା କେହି ବାବାହ କରୁଥିବାର ଆପଣ ଦେଖିବାକୁ ପାଉଥିବେ । ତେବେ ବିବାହ ଦୁଇ ମନକୁ ଏକାଠି କରେ , ଦୁଇ ହୃଦୟକୁ ସତା ଜନ୍ମ ପାଇଁ ବାନ୍ଧି ରଖିବାରେ ସାହାର୍ଯ୍ୟ କରେ ବୋଲି କୁହାଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବୁ , ଜାହା ପଢିଲେ ଆପଣ ବିଶ୍ୱାସ କରି ପାରିବେନି ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଏପରି ମାମଲା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ,  ଜାହା ଜାଣିଲା ପରେ କାହାକୁ ବି ବିଶ୍ୱାସ ହେଉ ନି । କରୋନା କାଳରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣେ ଯୁବକ ପତ୍ନୀଙ୍କ ସାମାଜିକ ଦୂରତା ରକ୍ଷା କରିଥିଲେ। ଏପରି ପରିସ୍ଥିତିରେ ସେହି ଯୁବକଙ୍କ ସ୍ତ୍ରୀ ଫ୍ୟାମିଲି କୋର୍ଟକୁ ପହଞ୍ଚିଥିଲେ ଏବଂ ଛାଡ଼ପତ୍ର ପାଇଁ ଦାବି କରିଥିଲେ। ମହିଳା ତାଙ୍କ ସ୍ୱାମୀଙ୍କ ପୌରୁଷତା ଉପରେ ସନ୍ଦେହ କରିଥିଲେ। ଏହା ପରେ ସ୍ୱାମୀଙ୍କୁ ନିଜ ପୁରୁଷ ପଣିଆର ପ୍ରମାଣ ଦେବାକୁ ପଡ଼ିଥିଲା। ଯାହା ପରେ ମାହୋଲ୍ ଶାନ୍ତ ହୋଇଥିଲା।

marred

ସୂଚନା ମୁତାବକ, କରୋନା ମହାମାରୀ ସମୟରେ ଜୁନ୍ ୨୯ତାରିଖରେ ଭୋପାଳ ବାସିନ୍ଦା ଜଣେ ଯୁବକଙ୍କ ବିବାହ ହୋଇଥିଲା। ସେହି ସମୟରେ ତାଙ୍କ ଶାଶୁ ଘରର କେତେକ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ଯାହା ଫଳରେ ତାଙ୍କ ମନରେ କରୋନା​‌ ପ୍ରତି ଡର ସୃଷ୍ଟି ହୋଇଥିଲା ଏବଂ ନିଜ ପତ୍ନୀଙ୍କଠୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରିଥିଲେ। ଏପରିକି ସେ ବିବାହ ପରେ ନିଜ ଦାମ୍ପତ୍ୟ ଦାୟିତ୍ବ ନିର୍ବାହ କରିନଥିଲେ। ଏହି କାରଣରୁ ତାଙ୍କ ପତ୍ନୀ ଅସନ୍ତୁଷ୍ଟ ହୋଇଥିଲେ ଏବଂ ବାପଘରକୁ ଚାଲି ଯାଇଥିଲେ।

କୁହାଯାଉଛି ଯେ ବାପଘରକୁ ଯିବାର ପାଖାପାଖି ୫ମାସ ପରେ ପତ୍ନୀ ଭୋପାଳ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ସେ କହିଥିଲେ ଯେ ତାଙ୍କ ସ୍ବାମୀ ଫୋନରେ ଭଲ ଭଲ କଥା କହୁଛନ୍ତି କିନ୍ତୁ କେବେ ବି ତାଙ୍କ ପାଖକୁ ଆସୁ ନାହାନ୍ତି। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ମଧ୍ୟ ହୋଇଥିଲା,କିନ୍ତୁ ଏହାର କିଛି ସମାଧାନର ବାଟ ବାହାରିନଥିଲା। ଏପରି କ୍ଷେତ୍ରରେ ଫ୍ୟାମିଲି କୋର୍ଟରେ ଉଭୟଙ୍କ କାଉନସିଲିଂ କରାଯାଇଥିଲା। ସୂଚନା ମୁତାବକ,ଛାଡ଼ପତ୍ର ଆବେଦନରେ ମହିଳା ନିଜ ସ୍ୱାମୀଙ୍କ ଉପରେ ନଂପୁସକ ହେବାର ଅଭିଯୋଗ କରିଥିଲେ।

ଏହା ପରେ କାଉନସିଲିଂ ସମୟରେ ସ୍ୱାମୀଙ୍କୁ ମେଡିକାଲ୍ ଟେଷ୍ଟ୍ କରିବାକୁ କୁହାଯାଇଥିଲା। ଏପରି ପରିସ୍ଥିତିରେ ସ୍ୱାମୀ ନିଜର ମେଡିକାଲ୍ ଟେଷ୍ଟ୍ କରାଇଥିଲେ ଏବଂ ତାଙ୍କ ସାର୍ଟିଫିକେଟ୍ କୋର୍ଟରେ ଜମା କରାଇଥିଲେ। ଏହା ପରେ ଜଣା ପଡ଼ିଥିଲା ଯେ ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ୍। ଫ୍ୟାମିଲି କୋର୍ଟ ଉଭୟଙ୍କୁ ବୁଝାଇଥିଲେ ଏବଂ ମହିଳାଙ୍କୁ ତାଙ୍କ ସ୍ୱାମୀ ସହ ଶାଶୁ ଘରକୁ ପଠାଇଥିଲେ। ତେବେ ଶୁଣିବାକୁ ଅଜବ ଲାଗୁଥିଲେ ବି ଏହି କଥାଟି ସମ୍ପୁର୍ଣ୍ଣ ରୁପେ ସତ ଘଟଣା ଅଟେ । ଯୁବକ କାଉନସିଲିଂରେ କହିଥିଲେ ବିବାହ ପରେ ପରେ ତାଙ୍କ ପତ୍ନୀଙ୍କ ଘରଲୋକେ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ ଡର ଥିଲା ଯେ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପାରନ୍ତି। ଏହି କାରଣରୁ ସେ ନିଜ ସ୍ତ୍ରୀଙ୍କ ପାଖକୁ ଯାଇନଥିଲେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *