କମିବ ଖାଇବା ତେଲ ଦର। ଜାଣନ୍ତୁ କେବେ କମିବ କେତେ ଟଙ୍କା ମାର୍କେଟ ରେ ବିକ୍ରି ହେବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଦିନ ହେଲା ଖାଇବା ତେଲର ଦର ବୃଦ୍ଧି ପାଇବାରେ ଲାଗିଥିଲା। ଯାହାଦ୍ୱାରା ସାଧାରଣ ଲୋକମାନେ ବହୁତ ଚିନ୍ତିତ ଏବଂ ହଇରାଣ ହେଉଥିଲେ। ତେବେ ଏହି ତେଲ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିଛି। ଉପଭୋକ୍ତା ମାନଙ୍କ ହିତକୁ ଧ୍ୟାନରେ ରଖି ସରକାରଙ୍କ ତରଫରୁ ପାମ, ସୋୟାବିନ୍, ସୂର୍ଯ୍ୟମୁଖି ର ଅଶୋଧିତ ତେଲ ଉପରେ କୃଷି ସେଷ୍ ଏବଂ କଷ୍ଟମ ଡ୍ୟୁଟି ବା ଆମଦାନୀ ଶୁଳ୍କ ହଟାଇ ଦିଆଯାଇଛି।

ଏହା ସହିତ ପ୍ରୋସେସିଂ ତେଲ ଉପରେ ଆମଦାନୀ ଶୁଳ୍କ ସାମାନ୍ୟ ମଧ୍ୟ ହ୍ରାସ ହୋଇଛି। ସରକାରଙ୍କ ଏହିପରି ପଦକ୍ଷେପ ପାଇଁ ସାଧାରଣ ଲୋକଙ୍କୁ ମହଙ୍ଗା ମାଡରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହି ତିନୋଟି ଖାଇବା ତେଲ ଉପରେ ବର୍ତ୍ତମାନ 17.5 ପ୍ରତିଶତ ହାରରେ ମୂଳ ଆମଦାନୀ ଶୁଳ୍କ ଲାଗୁ ହୋଇଛି । ପୂର୍ବରୁ ଏହା 32.5 ପ୍ରତିଶତ ରହିଥିଲା ।

oil

ଆଜିଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉ ଥିବା ବେଳେ ଆସନ୍ତା ମାର୍ଚ୍ଚ 2022 ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଇଣ୍ଡିଆ ରେ ଟାକ୍ସେସ ଏଣ୍ଡ କଷ୍ଟ୍ୟୁମ୍ ପକ୍ଷରୁ ଏଥି ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ବର୍ତ୍ତମାନ ଖାଇବା ତେଲ ଲିଟର ପିଛା 15 ଟଙ୍କା ହ୍ରାସ ପାଇବାର ସମ୍ଭାବନା ରହିଛି ।

ସେହିପରି ବେଳେ ଅଶୋଧିତ ପାମ ତେଲ ଉପରେ ମଧ୍ୟ ବର୍ତ୍ତମାନ 7.5 ପ୍ରତିଶତ କୃଷି ଭିତ୍ତିଭୂମି ବିକାଶ ସେଷ୍ ଲାଗିବ । ସେହିପରି ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଏବଂ ଅଶୋଧିତ ସୋୟାବିନ ତେଲ ଉପରେ 5 ପ୍ରତିଶତ ଲାଗିବ ବିକାଶ ସେଷ୍ । ଏହା ପୂର୍ବରୁ ବିକାଶ ସେଷ 20 ପ୍ରତିଶତ ରହିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *