ଚଉଠି ରାତି ଦିନ ନିଜ ବୟ ଫ୍ରେଣ୍ଡ ସହ ପଳେଇଗଲା ସ୍ତ୍ରୀ । ତା ପରେ ବର ନିଜ ଶାଳୀ ସହ କରିଦେଲା ଏମିତି କାମ..

boyfriend

ଆପଣ ମାନେ ସମସ୍ତଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ୱାଗତ । ଆପଣ ମାନେ ଜାଣିଥିବେ ଏବେ ବିବାହର ଋତୁ ଚାଲିଛି । ଏହି ଋତୁରେ ଅନେକ ଲୋକ ବିବାହ କରୁଥିବା ବେଳେ ଆପଣଙ୍କ ଆଖ ପାଖରେ କେହି ନା କେହି ବିବାହ କରୁଥିବାର ଆପଣ ଦେଖିବାକୁ ପାଉଥିବେ । ତେବେ ବିବାହ ଦୁଇ ମନକୁ ଏକାଠି କରେ , ଦୁଇ ହୃଦୟକୁ ସତା ଜନ୍ମ ପାଇଁ ବାନ୍ଧି ରଖିବାରେ ସାହାର୍ଯ୍ୟ କରେ ବୋଲି କୁହାଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବୁ , ଜାହା ପଢିଲେ ଆପଣ ବିଶ୍ୱାସ କରି ପାରିବେନି ।

ତେବେ ଚତୁର୍ଥୀ ପୂର୍ବରୁ ଫେରାର ହୋଇଗଲା ନବବଧୂ । ଗୋଟିଏ ପଟେ ଭୋଜିଭାତର ଆୟୋଜନ ଚାଲିଥିବା ବେଳେ ପ୍ରେମିକ ସହ ନବବଧୂ ହୋଇଗଲା ଫେରାର । ଗୁରୁବାର ଦିନ ଚତୁର୍ଥୀ ସହ ଥିବା ରିସେପ୍ସନ୍ ପାର୍ଟି। ଗୁରୁବାର ଭୋରରୁ ନବବଧୂ ଜଣଙ୍କ ଫେରାର ହୋଇଯାଇଛନ୍ତି । ଓଡିଶା ର ଅନୁଗୁଳ ସହର ଉପକଣ୍ଠରେ ଘଟିଥିବା ଏଭଳି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି , ତେବେ ବୋହୁ କୁଆଡେ ଗଲା ଜଣା ପଡି ନଥିଲା ।

ମାତ୍ର ସବୁଠୁ ଚର୍ଚ୍ଚାର ବିଷୟ ଜାହା ସମସ୍ତଙ୍କୁ ଆର୍ଶ୍ଚର୍ଯ୍ୟ କରିଛି ତାହା ହେଉଛି ନବବଧୂ ଫେରାର ହୋଇଯିବା ପରେ ବଡ ଭଉଣୀ ସହ ଆସିଥିବା ସାନ ଭଉଣୀ ଭିଣୋଇକୁ ବିବାହ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ଦିନ ଅନୁଗୁଳ ସହର ଉପକଣ୍ଠର ଜଣେ ଯୁବକ କାଙ୍ଗୁଲା ଅଞ୍ଚଳରେ ବିବାହ କରିଥିଲେ , ବିବାହ ଉଭୟ ପରିବାରର ମିଳିତ ସହଯୋଗରେ ହୋଇଥିଲା । ବିବାହ ପରେ ପୁଅ-ବୋହୂ ଘରକୁ ଫେରିଥିବା। ସାଥୀରେ ନୁଆବୋହୁ ସହ ସାନଭଉଣୀ ମଧ୍ୟ ଆସିଥିଲେ ।

ଚତୁର୍ଥୀ ଦିନ ରିସେପ୍ସନ୍ ପାର୍ଟି ମଧ୍ୟ ଥିଲା। ଗୁରୁବାର ରାତିରୁ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା , ସମସ୍ତ ପ୍ରସ୍ତୁତି ଶୁରୁ ଖୁରୁରେ ଚାଲିଥିଲା । ସମସ୍ତେ ଭୋଜି ପାଇଁ ବ୍ୟସ୍ତ ଥିବାବେଳେ ଭୋର୍‌ରୁ ନବବଧୂ ଫେରାର ହୋଇଯାଇଥିଲେ। ତେବେ ନବବଧୂ ଜଣଙ୍କ ତାଙ୍କ ପ୍ରେମିକ ସହିତ ଫେରାର ହୋଇଯାଇଥିବା ଜଣାପଡିଥିଲା । ଘରଲୋକ ଏହା ଜାଣିବା ପରେ ସେମାନଙ୍କ ପିଛା କରିଥିଲେ ହେଲେ ସେମାନେ କେଉଁଆଡେ ପଳାଇ ଯାଇଥିଲ ।

ଝିଅ ପଳାଇବା ଜାଣି ସକାଳୁ ଝିଅ ଘର ଲୋକ ପହଞ୍ଚିଥିଲେ। ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ପରେ ସାଥୀରେ ଆସିଥିବା ନାବାଳିକା ଶାଳୀଙ୍କ ସହ ଯୁବକଙ୍କ ବିବାହ ହୋଇଥିଲା । କନ୍ୟା ନାବାଳିକା ବୋଲି ଜଣାପଡ଼ିବା ପରେ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚିଥିଲା । ୧୮ ବର୍ଷ ନହେବା ପର୍ଯ୍ୟନ୍ତ ଝିଅକୁ ଶାଶୂ ଘରକୁ ନପଠାଇବାକୁ ଚୁକ୍ତି କରିଥିବା ଜଣାପଡିଛି। ନାବାଳିକା ତାଙ୍କ ବାପା-ମାଙ୍କ ସହ ଘରକୁ ଫେରିଯାଇଥିବା ଜଣାପଡ଼ିଛି। ତେବେ ଅନେକ ଲୋକ ଏହି କଥାକୁ ଏବେ ସୋସିଆଲ ମିଡିଆରେ ଭାଇରାଲ କରୁଥିବାର ଦେଖିବାକୁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *