ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରାତନ କାଳରୁ ଗୁରୁ ଶିଷ୍ୟ ସମ୍ପର୍କ ଏକ ପବିତ୍ର ସମ୍ପର୍କ ଭାବେ ମନାଯାଏ। ହେଲେ ଆଜି କାଲି କେତେକ ଗୁରୁ ଓ ଶିଷ୍ୟ ଏହି ପବିତ୍ର ସମ୍ପର୍କକୁ ବଦନାମ କରି ଦିଆଜାଉଛି । ଆପଣ ଅନେକ ଏଭଳି ଖବର ଶୁଣିଥିବେ ଯେଉଁଥିରେ ଗୁରୁ ନିଜ ଶିଷ୍ୟ ଙ୍କ ସହ ଅସଦାଚରଣ କରିଥାନ୍ତି। ଜଣେ ନାବାଳିକା ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ଅଧିକାରୀ ତାଙ୍କ ସହ ଅସଦାଚରଣ କରିବା ସହିତ ଅଶାଳୀନ ମନ୍ତବ୍ୟ ଦେଉଥିଲେ।
ଏହାର ଅଶ୍ଳୀଳ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହା ହେଉଛି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଥିବା ଏକ କଳା ଛିଟାର ଖବର। ଖବର ଆସିଛି ଉଦଳା ଥାନା ଅନ୍ତର୍ଗତ ଶାଳଖୁଣ୍ଟା ବିଦ୍ୟାଳୟରୁ। ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ କିଛି ଦିନ ହେଲା ବିଦ୍ୟାଳୟକୁ ଆସିନଥିଲେ। ସେ ବିଦ୍ୟାଳୟକୁ ଫେରିବାରୁ ପ୍ରଧାନଶିକ୍ଷକ ବ୍ରଜମୋହନ ମାଝୀ ଏବଂ ମେଟ୍ରୋନ ଜୟନ୍ତୀ ପାତ୍ର ତାଙ୍କୁ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
ଏହି ଘଟଣା ସଂପର୍କରେ କାହାକୁ ଜଣାଇଲେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ ପ୍ରଧାନଶିକ୍ଷକ ଏବଂ ମେଟ୍ରୋନ। ତେବେ ଏନେଇ ଛାତ୍ରୀଙ୍କ ପରିବାର ଉଦଳା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଉଭୟ ପ୍ରଧାନଶିକ୍ଷକ ଏବଂ ମେଟ୍ରୋନ ଖରାପ ବ୍ୟବହାର କରୁଛନ୍ତି ।
ଝିଅ ଗାଧୋଇବା ବେଳେ ତାର ଫଟୋ ଓ ଭିଡିଓ କରି ମେଟ୍ରୋନ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ ଝିଅର ଜୀବନ ବର୍ବାଦ କରିଦେବେ ସେମାନେ କହିଛନ୍ତି । ଏବଂ ଝିଅ ଅନ୍ୟ କେଉଁଠି ପାଠ ପଢିପାରିବନି ବୋଲି ଧମକ ଦିଅନ୍ତି ପ୍ରଧାନଶିକ୍ଷକ। ତେବେ ଉଭୟ ପ୍ରଧାନଶିକ୍ଷକ ଏବଂ ମେଟ୍ରୋନ ଗଣମାଧ୍ୟମରେ କିଛି କହିବାକୁ ମୁହଁ ଖୋଲି ନାହାଁନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।