ଶୁକ୍ରାଣୁ ବୃଦ୍ଧି ପାଇଁ ପୁରୁଷମାନଙ୍କୁ ଏହି ଟିପ୍ସ ମାନିବାକୁ ପଡ଼ିବ ।

man

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଜନନ ପାଇଁ ଶୁକ୍ରାଣୁର ଆବଶ୍ୟକତା ରହିଥାଏ। ହେଲେ ଏହାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଅନେକ ଧାରଣା ରହିଛି। ଆଜି ପର୍ଯ୍ୟନ୍ତ ଆମ ଦେଶରେ ଯୌ-ନ ଜୀବନ ସମ୍ପର୍କିତ କୌଣସି ଚର୍ଚ୍ଚା ଖୋଲାଖୋଲି ଭାବରେ ହୁଏନାହିଁ । ତେଣୁ ଲୋକମାନଙ୍କ ମଧ୍ୟରେ ଏପରି ଭ୍ରାନ୍ତ ଧାରଣା ଓ ଭୟ ଜନ୍ମ ହୋଇଥାଏ। ଆଜି ଆମେ ଏ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ। ଯାହାକୁ ଜାଣିଲେ ଆପଣଙ୍କ ଭ୍ରମ ଦୂର ହୋଇଯିବ।

10 ସପ୍ତାହରେ ତିଆରି ହୋଇଥାଏ ଶୁକ୍ରାଣୁ । ସ୍ଖଳନ ପରେ ପୁଣି ଥରେ ଶୁକ୍ରାଣୁ ତିଆରି ହେବା ପାଇଁ ପ୍ରାୟ 10 ସପ୍ତାହ ସମୟ ଲାଗେ। ସର୍ବପ୍ରଥମେ ଅଣ୍ଡକୋଷରେ ଶୁକ୍ରାଣୁ ତିଆରି ହୁଏ। ପରେ ପରିପକ୍ୱ ହେବା ପାଇଁ ଏହା ଏପିଡିଡିମିସ କୁ ଚାଲିଯାଏ। ସେଠାରୁ ନଳୀ ମାଧ୍ୟମରେ ଯାଇ ବୀର୍ଯ୍ୟ ମୁଣିରେ ଥିବା ବୀର୍ଯ୍ୟରେ ମିଶି ଯାଏ। ପରେ ପ୍ରୋଷ୍ଟେଟ୍ ବା ପୁରଷଗ୍ରନ୍ଥୀରୁ ଅନ୍ୟ ଦ୍ରବ୍ୟ ଏଥିରେ ମିଶିବା ପରେ ବୀର୍ଯ୍ୟ ସ୍ଖଳନ ପାଇଁ ପ୍ରସ୍ତୁତ ହୁଏ ।

sm

ଶୁକ୍ରାଣୁ ତିଆରି ବନ୍ଦ ହୁଏ ନାହିଁ । ମହିଳାଙ୍କ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ବୟସରେ ଡିମ୍ବାଣୁ ତିଆରି ହେବା ବନ୍ଦ ହୋଇଯାଏ। ହେଲେ ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁ ତିଆରି ହେବା ବନ୍ଦ ହୋଇ ନଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ପୁରୁଷଙ୍କ କ୍ଷେତ୍ରରେ ଶୁକ୍ରାଣୁ ତିଆରି କମି ଯାଏ। ହେଲେ ଏହା ଜୀବନ ସାରା ତିଆରି ହୁଏ ।

ମାସରେ 4 ଥର ସ୍ଖଳନ ଆବଶ୍ୟକ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଶୁକ୍ରାଣୁର ଗୁଣବତ୍ତା ବଜାଇ ରଖିବାକୁ ହେଲେ ଗୋଟିଏ ମାସରେ 4 ଥର ବୀର୍ଯ୍ୟ ସ୍ଖଳନ ହେବା ନିହାତି ଆବଶ୍ୟକ। କମ୍‌ ମାତ୍ରାରେ ବୀର୍ଯ୍ୟ ସ୍ଖଳନ ହେଲେ ଶୁକ୍ରାଣୁ ସଂଖ୍ୟା କମିଯିବାର ଆଶଙ୍କା ଥାଏ। ସେହିଭଳି ବାରମ୍ବାର ସ୍ଖଳନ ହେଲେ ମଧ୍ୟ ଶୁକ୍ରାଣ ସଂଖ୍ୟା କମିଯାଏ ହେଲେ ଏହାର ଗୁଣବତ୍ତାରେ କୌଣସି ପ୍ରଭାବ ପଡେ ନାହିଁ ।

ମିଲିଗ୍ରାମ ପ୍ରତି 15 ରୁ 100 ମିଲିୟନ ଶୁକ୍ରାଣୁ ହେବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସାଧାରଣ ଭାବେ ଶୁକ୍ରାଣୁର ଗଣତି 15 ରୁ 100 ମିଲିୟନ ପ୍ରତି ମିଲିଗ୍ରାମ ହେବା ଆବଶ୍ୟକ ଅଟେ। ବାପା ହେବା ପାଇଁ ଏହି ସାଧାରଣ ଭାବେ ଶୁକ୍ରାଣୁର ଅନୁପାତ ଏପରି ରହିବା ଆବଶ୍ୟକ।

କଣ ଖାଇଲେ ଶୁକ୍ରାଣୁ ବୃଦ୍ଧି ପାଇଥାଏ । ଶୁକ୍ରାଣୁ ବୃଦ୍ଧି ପାଇଁ ପୁରୁଷ ମାନେ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ଅଟେ। ଏଥିପାଇଁ ଗାଜର ଜୁସ, ବାଦାମ, ରସୁଣ ଓ ପିଆଜ ଅଧିକ ଖାଇବା ଆବଶ୍ୟକ। ଏଗୁଡ଼ିକ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *