ହେ ପ୍ରଭୁ, ଆଜି ରାତିରୁ ଓଡିଶାକୁ ପ୍ରଚଣ୍ଡ ଝଡପବନ

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଡ ଅପଡେଟ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ଝଡ ବର୍ଷା ର ସମ୍ଭାବନା ପାଣିପାଗ ବିଭାଗ ତରଫ ରୁ ଏହି ସବୁ ଜିଲ୍ଲା କୁ ରହିଲା ସତର୍କ ସୂଚନା । ତେବେ ବେଶ କିଛି ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ପରେ ଏବେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଜାଇଛି । ତେବେ ବିଭାଗ କହିଛି ରାଜ୍ୟରେ ଦୁଇ ଦିନ ଧରି ବଜ୍ରପାତ ସହିତ ଝଡ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

rains

ପାଣିପାଗ କେନ୍ଦ୍ର ନିର୍ଦ୍ଧେଶ ଏଚ ଆର ବିଶ୍ୱାସ କହିଛନ୍ତି ଯେ ଉତ୍ତର ଓଡିଶା ଉପକୂଳ ଓଡିଶା ଏବଂ ଦକ୍ଷିଣ ଉପକୂଳ ଓଡିଶା ର ବିଭିନ୍ନ ସ୍ଥାନରେ ଘ଼ଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବରଗ଼ଡ, ସମ୍ବଲପୁର , ଝାଡସୁଗୁଡା , ସୁ୍ନ୍ଦରଗଡ , କେଉଁଝର , ଅନୁଗୁଳ , ଦେଓଗଡ , ଢେଙ୍କାନାଳ , କଟକ , ଜାଜପୁର , ଜଗତସିହଂପୁର ଜିଲ୍ଲା ରେ ଝଡ ବର୍ଷା ର ରହିଛି ସମ୍ଭାବନା ।

ସେହି ପରି 15 ଟି ଜିଲ୍ଲା କୁ ବଜ୍ରପାତର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବା ସହିତ ପବନ ସହିତ ବିଜୁଳୀ ଘଡଘଡି ମାରିବାର ସମ୍ଭାବନା ରହିଛି । ନବରଙ୍ଗପୁର , ସମ୍ବଲପୁର , ଏବଂ ଚାନ୍ଦବାଲୀରେ କୀଳବୈଶାଖୀ ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଆସନ୍ତା 24 ଘଣ୍ଟା ରେ ବଜ୍ରପାତ ନେଇ 15 ଟି ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rains

ତେବେ ଗତ କାଲି ପଶ୍ଚିମ ଆଭ୍ୟନ୍ତରଣିୟ ଓଡିଶା ର ଗ୍ରୀଷ୍ମ ପ୍ରଭାବ ଟିକେ କମିଥିଲା । ହେଲେ ତାର ପୂର୍ବ ଦିନ 4 ଗୋଟି ସହର ର ତାପମାତ୍ରା 40 ଡୀଗ୍ରି ଉପରେ ରହିଥିଲା । 43 ଡୀଗ୍ରି ସହିତ ବୈଦ୍ଧ ରାଜ୍ୟ ର ସବୁଠୁ ଉତପ୍ତ ସହର ଭାବେ ଜଣା ପଡିଥିଲା । ତେବେ ଆସନ୍ତା 24 ଘଣ୍ଟା ରେ ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା , କଟକ , ଜଗତସିହଂପୁର , ପୁରୀ , ଖୋର୍ଦ୍ଧା , ନୟାଗଡ , ଗଞାମ୍ ଆଦି ଜିଲ୍ଲା ରେ ଗୋଟିଏ ରୁ ଦୁଇଟି ସ୍ଥାନରେ ବଜ୍ରପାତ ନେଇ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

ସେହି ପରି ଉପକୂଳ ଓଡିଶା ର କିଛି ଅଞ୍ଚଳ , ମୟୁରଭଞୀ ,ଢେଙ୍କାନାଳ , କନ୍ଧମାଳ , ଏବଂ ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞ୍ୟାନ ପକ୍ଷରୁ ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *