ହେ ପ୍ରଭୁ, ଆସୁଛି ଛାତିଥରା ବାତ୍ୟା କରିମ୍, ପୁଣି ଓଡିଶା ଉପରେ ଆସିପାରେ ବାତ୍ୟା ବିପତ୍ତି ।

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୋଡା ବାତ୍ୟା କୁ ନେଇ ବିପଦ ଭାରତ ମହାସାଗର ରେ ନୂଆ ବାତ୍ୟା ସୃଷ୍ଟି ହେଉଛି ଜାହାର ନାମ ରହିଛି କରିମ୍ । ଆସନ୍ତୁ ଜାଣିନେବା ଏହି କରିମ୍ ର ଗତିପଥ ବର୍ତମାନ ସମୟ ରେ କଣ ରହିଛି କେଉଁ କେଉଁ ଅଞ୍ଚଳ କୁ ରହିଛି ବିପଦ ସଂଙ୍କେତ । ତେବେ ଗତ ସପ୍ତାହ ରେ ଆଣ୍ଡାମାନ ସାଗର ନିକଟରେ ସାଇକ୍ଲୋନ ଆସାନୀ ରୂପ ନେବାକୁ ଲାଗିଥିଲା । ଏବଂ ସପ୍ତାହକ ମଧ୍ୟରେ ଧିରେ ଧିରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପଶ୍ଚିମବଙ୍ଗ , ଆନ୍ଦ୍ରପ୍ରଦେଶ ଏବଂ ଓଡିଶା ଭଳି ରାଜ୍ୟରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ବହିଥିଲା ।

ବର୍ତମାନ ଉପକୂଳ ବର୍ତି ରାଜ୍ୟ ଗୁଡିକ ରେ ଆସାନୀ ଦୂର୍ବଳ ହେଉଥିବାରୁ ଭାରତ ମହାସାଗର ରେ ଆଉ ଏକ ନୂତନ ଘୂର୍ଣ୍ଣିଂ ବଳୟ ଦେଖିବାକୁ ମିଳିଛି । ଜାହାର ନାମ ହେଲା କରିମ୍ ଭାରତ ପାଇଁ ଏହା ବିପଦ ସୃଷ୍ଟି କରୁଛି । ବର୍ତମାନ ସମୁଦ୍ର ମଧ୍ୟରେ ସାଇକ୍ଲୋନ କରିମ୍ ଗଠନ ହେଉଛି । କିଛି ରାଜ୍ୟର ପାଗରେ ପରିବର୍ତନ ଆଣିବାର ମଧ୍ୟ କ୍ଷେମତା ରହିଛି । ତେବେ ଚିତ୍ର ଦେଖିବା ପରେ ପାଣିପାଗ ବିଜ୍ଞାନୀ ମାନେ କହିଛନ୍ତି । ଭାରତ ମହାସାଗରର ଦକ୍ଷିଣ ଭାଗରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି ।

Karim

ଭାରତ ମହାସାଗର ରେ ଆସାନୀ ସହିତ ଆଉ ଏକ ଘୂର୍ଣ୍ଣି ବଳୟ ଶୀଘ୍ର ରୂପ ନେଉଛି । ଦକ୍ଷିଣ ଆଫ୍ରିକା ର ଦେଶ ସେଚେସ ଦ୍ୱାରା ଏହାର ନାମ କରଣ ହୋଇଛି । ଏହା ବର୍ତମାନ 112 କିଲୋମିଟର ବେଗରେ ଗତି କରୁଛି । ଜାହା ପରେ 140 କିଲୋମିଟର ବେଗ ରେ ପହଁଚି ପାରେ । ପାଣିପାଗ ବିଜ୍ଞାନୀ ମାନେ କହିଛନ୍ତି । ସମିକରଣ ର ଉତ୍ତର ଏବଂ ଦକ୍ଷିଣ ଦିଗରେ ବିପରିତ ଦିଗରେ ଗତି କରୁଥିବା ଜାଆଁଳା ସାଇକ୍ଲୋନ୍ ନୂଆ କଥା ନୁହେଁ ।

2019 ରେ ବଙ୍ଗୋପସାଗର ରେ ବାତ୍ୟା ଫନି ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସାଗର ରେ ବାତ୍ୟା ଲର୍ଣ୍ଣା ସୃଷ୍ଟି ହୋଇଥିଲା । ଫନି ଭିଷଣ ଆକାରରେ ଲେଣ୍ଡଫଲ ହୋଇଥିଲା ସେହି ସମୟ ରେ ପବନ ର ବେଗ 250 କିଲୋମିଟର ଥିଲା । ହେଲେ ସେହି ସମୟ ରେ ସୃଷ୍ଟି ହୋଇ ଥିବା ବାତ୍ୟା ଲୋର୍ଣ୍ଣା ର ପବନ ର ବେଗ ସର୍ବାଧିକ 70 କିଲୋମିଟର ଥିଲା ଏମିତି ଯୋଡା ବାତ୍ୟା ଉଭୟ ଉଭୟ ଙ୍କ ପ୍ରତି ଛବି ଅଟେ ।

batya

ଜାହା ସମାନ ବଳୟ ଅଟେ ହେଲେ ବିପରିତ ଦିଗରେ ରହିଥାଏ । ତେବେ ଏହି ପରି ମୋଡେଲ ପ୍ରାୟତଃ ପଶ୍ଚିମ ପ୍ରଶାନ୍ତ ମହାସାଗର ରେ ଦେଖା ଦିଏ । ତେବେ ବର୍ତମାନ ସମୟ ରେ ଭାରତ ମହାସାଗର ସୃଷ୍ଟି ହୋଇଛି ଦୁଇ ଦୁଇଟି ବାତ୍ୟା ଗୋଟିଏ ବାତ୍ୟା ଟଳିଜାଇ ଥିବା ବେଳେ ଆଉ ଗୋଟିଏ ବାତ୍ୟା ର ରହିଛି ଭୟ । ତେବେ ଏହି ନୂଆ ଝଡ କରିମ୍ କୁ ନେଇ କଣ ରହିବ ନୂଆ ଅପଡେଚ ଆମେ ଆପଣ ମାନଙ୍କୁ ଆଗାମୀ ସମୟରେ ଜଣେଇବୁ କେବଳ ଆମ ସହ ଯୋଡି ହୋଇ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *