ସିଂହ ରାଶି ଆଗାମୀ 44 ଦିନ 6 ଟି ବଡ଼ ଘଟଣା ଘଟିବାକୁ ଯାଉଛି ଆପଣଙ୍କ ଜୀବନରେ,ସିଂହ ରାଶିର ଲୋକ ଏହି କଥା କୁ ଯାହା ବି ହେଲେ ପଢନ୍ତୁ ।

shingha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି 44 ଦିନରେ ଗୋଟେ ଗ୍ରହ ଏପରି ରାଶି ପରିବର୍ତ୍ତନ କରୁଛି ଆପଣ କେବେ ଭୁଲି ପାରିବେ ନାହିଁ। ଆଗକୁ ଆସୁଥିବା 44 ଦିନ ଆପଣଙ୍କ ଜୀବନରେ କିଛି ଖାସ ଘଟିବାର ରହିଛି । ଏହା ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେବ। ଆମେ କଥା ହେବା ମଙ୍ଗଳ ଗ୍ରହ ବିଷୟରେ। ମଙ୍ଗଳ ରାଶି ସବୁଠୁ ପ୍ରଥମେ ଆପଣଙ୍କୁ ସନ୍ତାନ ସୁଖ ଦେଉଛନ୍ତି। ଯେଉଁ ମାନେ ସନ୍ତାନ ଚିନ୍ତାରେ ରହିଛନ୍ତି ସେମାନେ ସନ୍ତାନ ଲାଭ କରିବେ। ଯେଉଁ ମାନଙ୍କର ସନ୍ତାନ ରହିଛି ସେମାନଙ୍କୁ ଅଧିକ ଚିନ୍ତା କରିବାକୁ ହେବ। ପିଲାଙ୍କର ଚିଡି ଚିଡା ଗୁଣ ଅଧିକ ଚିନ୍ତାରେ ପକାଇବ। ସେଥି ପାଇଁ ଆପଣ ଅଧିକରୁ ଅଧିକ ବ୍ୟସ୍ତ ରହିବେ।

ଏବେ ସେହି ସବୁ ଅସୁବିଧା ଦୂର ହେବା ପାଇଁ ଯାଉଛି। ମଙ୍ଗଳ ଏବଂ ବୃହସ୍ପତି ଏକାଠି ଥିବାରୁ ପୁତ୍ର ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଏହି 44 ଦିନ ମଧ୍ୟରେ ସନ୍ତାନ ସୁଖ ମିଳିପାରେ ଏବଂ ଯେଉଁ ମାନଙ୍କର ସନ୍ତାନ ରହିଛନ୍ତି ସେମାନଙ୍କ ସଂଘର୍ଷ କମ ରହିବ। ଯେଉଁ କାରଣରୁ ଆପଣ ମଧ୍ୟ ପ୍ରସନ୍ନ ରହିବେ। ମଙ୍ଗଳ ଏବଂ ବୃହସ୍ପତି ଏଠାକୁ ଆସିବା ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଖୁସୀର ଖବର ଆଣିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ବହୁତ ମହତ୍ତ୍ଵ ପୂର୍ଣ୍ଣ ଅଟେ। ରାହୁ ଯେଉଁ ସମସ୍ୟା ଦେଉଥିଲେ ସେହି ସମସ୍ୟା ଏବେ ଦୂର ହେବ।

singha rashi

ଆପଣଙ୍କ ପରାକ୍ରମ ବଢିବ। ମଙ୍ଗଳ ରହିବା କାରଣରୁ ଆପଣଙ୍କ ଉତ୍ସାହ ବଢିବ। ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂରରେ ରହିବେ।ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ସମୟ। ଗୁରୁ ଏବଂ ମିତ୍ର ମାନଙ୍କ ସହିତ ବହୁତ ଭଲ ସମ୍ପର୍କ ହେବ। ଯେହେତୁ ମଙ୍ଗଳ ମିତ୍ର ଏବଂ ବୃହସ୍ପତି ଗୁରୁ ବୋଲି ମାନଯାଏ। ଏହି ଦୁହେଁ ଆପଣଙ୍କ ପଞ୍ଚମ ଘରେ ଅଛନ୍ତି। ଯାହାଦ୍ଵାରା ଆପଣଙ୍କୁ ସୁଦୃଢ ହେବ। ଏହା ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ହେଲେ ବିଦ୍ୟାର୍ଥୀ ମାନଙ୍କୁ ରାହୁ ଙ୍କର ଉପାୟ ମଧ୍ୟ କରିବାର ରହିଛି । ଯାହା ଫଳରେ ସେ ଶୁଭ ପରିଣାମ ପାଇବେ।

ତୃତୀୟ କଥାଟି ହେଲା ବ୍ୟାପାରି ମାନଙ୍କ ପାଇଁ ଅଛି। ଲାଭ ସ୍ଥାନରେ ମଙ୍ଗଳର ପ୍ରବେଶ ଆପଣଙ୍କୁ ଖେଳକୁଦ ସମ୍ବର୍ଦ୍ଧିତ ବ୍ୟାପାରରେ ଲାଭ ପ୍ରଦାନ କରିବ। ଡାକ୍ତର, ଯାନ୍ତ୍ରିକ ବ୍ୟବସାୟୀ ଏହି ସମୟରେ ଅର୍ଥ ଉପାର୍ଜନ କରିବେ। ଆପଣ ଆପଣଙ୍କ କର୍ମର ସୁଫଳ ପାଇବେ। ପୂର୍ବ ମାସରେ ଯେଉଁ ମଙ୍ଗଳ ସମ୍ବନ୍ଧୀୟ କାମ କରିଛନ୍ତି ତାର ଶୁଭ ଫଳ ଆସିଛି। ଝିଅ ମାନଙ୍କ ପାଇଁ ମଧ୍ୟ ଭଲ ସମୟ ଅଛି। ଯେଉଁ ମାନେ ସୁରକ୍ଷା ସମ୍ବର୍ଦ୍ଧିତ ଚାକିରୀ କରୁଛନ୍ତି ସେମାନଙ୍କ ଦରମା ବଢିପାରେ।

ଯେଉଁ ମାନେ ବିବାହ ଅପେକ୍ଷାରେ ରହିଛନ୍ତି ସେମାନଙ୍କୁ ଜନ୍ମଭୂମି ଠାରୁ ବହୁତ ଦୂରରେ ଭଲ ପ୍ରସ୍ତାବ ଆସିବ। ଆପଣଙ୍କ ବିବାହ ସ୍ଥିର ହେଇପାରେ। ଏହି ମଧ୍ୟରେ ଆପଣଙ୍କ ସ୍ବପ୍ନ ପୂରଣ ହେବ। ଏହି ସମୟରେ ଆପଣ ସାମାନ୍ୟ କ୍ରୋଧୀ ପ୍ରକୃତିର ରହିପାରନ୍ତି। ହେଲେ ଏହା ବେଶୀ କ୍ଷତି କରିବ ନାହିଁ ହେଲେ ଆପଣଙ୍କୁ ସ୍ୱଭାବରେ ନିୟନ୍ତ୍ରଣ ଆଣିବା ପାଇଁ ପଡ଼ିବ। କାରଣ ମଙ୍ଗଳ ଶକ୍ତି ଯୁଦ୍ଧର କାରଣ ଅଟନ୍ତି ଅଗ୍ନି ତତ୍ତ୍ୱ ପ୍ରଦାନ ଅଟନ୍ତି।

singha

ଭାଇ ମାନଙ୍କ ସହ କିଛି ମନାନ୍ତର ହେଇପାରେ। ଏଥିପାଇଁ ଆପଣ ସାବଧାନ ରହିବେ ଏବଂ କହିବା ସମୟରେ ନିୟନ୍ତ୍ରଣ କରିବେ। ଯେଉଁ ବ୍ୟକ୍ତି ଘର କିଣିବାକୁ ଚାହାଁନ୍ତି ବା ଘର ତିଆରି କରିବାକୁ ଚାହୁଁଛନ୍ତି ତେବେ ସମୟ ଅତ୍ୟନ୍ତ ଶୁଭ ରହିବ ।ଯଦି ଆପଣ ଶାରୀରିକ ପୀଡ଼ାରେ ରହିଛନ୍ତି ତେବେ ମଙ୍ଗଳ କାରଣରୁ ଆପଣ ସୁସ୍ଥ ହେଇଯିବେ। ଆପଣଙ୍କୁ ବଡ଼ ମାନଙ୍କ ସହଯୋଗ ପ୍ରାପ୍ତ ହେବ। ଏବେ ଆପଣଙ୍କ ଧନ ଏକତ୍ର ହେବାର ଅଛି। ଆପଣ ଯାହା ଆୟ କରୁଛନ୍ତି ତାହା ଏକତ୍ର ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *