କାଲି ଭାରତ ବନ୍ଦ – କଣ ଖୋଲା , କଣ ବନ୍ଦ ଜାଣନ୍ତୁ ।

Bharat Bandh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମେ 25 ଅର୍ଥାତ ଆସନ୍ତା କାଲି ଭାରତ ବନ୍ଦ । କାହିଁକି ଜାଣନ୍ତୁ । ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଭାରତ ସରକାର ଙ୍କର OBC ମାନଙ୍କର ଜାତୀ ଆଧାରିତ ଜନଗଣନା ନହେବା ବିରୋଧ ରେ ଭାରତ ବନ୍ଦ ଡାକରା ଦିଆ ଦିଆଜାଇଛି । ଆସନ୍ତା କାଲି ଅର୍ଥାତ 25 ତାରିଖ ରେ ଭାରତ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଦେଶର ସ୍ୱାଧୀନତା ର ଦିର୍ଘ 75 ବର୍ଷ ପରେ ମଧ୍ୟ OBC ମାନଙ୍କର ସ୍ୱତନ୍ତ୍ର ଜାତୀ ଭିତ୍ତିକ ଗଣନା ହୋଇ ନାହିଁ ।

ପଶୁ ପକ୍ଷୀ ମାନଙ୍କର ଗଣନା ହେଉଛି ହେଲେ OBC ମାନଙ୍କର ଜନଗଣନା ନାହିଁ । ପ୍ରଧାନ ମନ୍ତ୍ରୀ ସୁପ୍ରିମ କୋର୍ଟ ରେ ଏକ ସପଥ ପାଠ ଦେଇଛନ୍ତି ଯେଉଁଥିରେ OBC ମାନଙ୍କର ଜାତୀ ଭିତ୍ତିକ ଗଣନା ହେବ । ପ୍ରଧାନ ମନ୍ତ୍ରୀ ପ୍ରତିଦିନ ବିକାଶ ର କଥା କହୁଛନ୍ତି ହେଲେ OBC ମାନଙ୍କର ବିକାଶ ପାଇଁ OBC ମାନଙ୍କର ଜନସଂଖ୍ୟା ଜାଣିବା ଆବଶ୍ୟକ ଅଟେ । ଏହା ପରେ ମଧ୍ୟ OBC ଜନସଂଖ୍ୟା ର ତଥ୍ୟ ସଂଗ୍ରହ ହେଉ ନାହିଁ ।

Bharat Bandh

ଜାହା ଫଳରେ OBC ମାନଙ୍କୁ ବିକାଶ ରୁ ବଞ୍ଚିତ କରିବା ପାଇଁ ଏକ ଷଢଯନ୍ତ୍ର ଅଟେ । ଏହି ଗଣନା ନହେବା ଦ୍ୱାରା ଓଡିଶା ର ପଞ୍ଚାୟତ ରାଜ ନିର୍ବାଚନ ଏବଂ ମୁନସିପାଲଟି ନିର୍ବାଚନ ରେ OBC ମାନଙ୍କର ସଂରକ୍ଷଣ ସମାପ୍ତ ହେଉଛି । ଏହିଥି ପାଇଁ ଏହାକୁ ବିରୋଧ କରି ମେ 25,2022 ରେ ଭାରତ ବନ୍ଦ ଡାକରା ଦିଆଜାଇଛି ।

କୃଷକ ମାନଙ୍କୁ MST ଗ୍ୟାରେଣ୍ଟି ଆଇନ ଦାବିରେ ବେସରକାରୀ କ୍ଷେତ୍ର ରେ STS , SC , OBC ମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବି ରେ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ ପୂରଣ କରିବା ଦାବୀରେ ଏବଂ ଜଳ ,ଜଙ୍ଗଲ ଜମି ରୁ ଆଦିବାସୀ ମାନଙ୍କୁ ବିସ୍ତାପନ କରିବା ଆଦି ଦାବିରେ ଭାରତ ବନ୍ଦ ଡାକରା ଦିଆଜାଇ ଥିବା ଭୁବନେଶ୍ୱର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *