ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର: କେନ୍ଦ୍ର ସରକାର ହ୍ରାସ କଲେ କୋଟା, ଜାଣନ୍ତୁ ବର୍ତ୍ତମାନ ଜୁନ ଠାରୁ କେତେ ମିଳିବ ରାସନ

ration card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ରବି ଫସଲ ସିଜନରେ ରେକର୍ଡ କମ ଗହମ ଉତ୍ପାଦନର ଆଶା କରାଯାଉ ଥିବାରୁ କେନ୍ଦ୍ର ସରକାର ବୁଧବାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଗହମ ବଣ୍ଟନ ହ୍ରାସ କରିଛି । ସଂପୂର୍ଣ୍ଣ ଆକଳନକୁ ବଜାୟ ରଖିବା ପାଇଁ ହ୍ରାସ କରାଯାଇଥିବା ଗହମ କୋଟା ସ୍ଥାନରେ ଚାଉଳ ର ଆବଣ୍ଟନ କରାଯିବ । ସଂଶୋଧିତ ଆବଣ୍ଟନ ଅନୁଯାୟୀ, ତିନୋଟି ରାଜ୍ୟ ଯଥା, ବିହାର, କେରଳ ଏବଂ ଉତ୍ତରପ୍ରଦେଶ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ମାଗଣା ବଣ୍ଟନ ପାଇଁ କୈଣସି ଗହମ ମିଳିବ ନାହିଁ ।

ଏହା ବ୍ୟତୀତ ଅନ୍ୟ 8 ଟି ରାଜ୍ୟ ଯଥା-ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗର ଗହମ କୋଟା ହ୍ରାସ କରାଯାଇଛି । ଅବଶିଷ୍ଟ 25 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗହମ ଆବଣ୍ଟନରେ କୌଣସି ପରିବର୍ତ୍ତନ ହୋଇନାହିଁ । କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ପଠାଇଥିବା ସୂଚନାରେ କୁହାଯାଇଛି କି ସମସ୍ତ 36 ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଚାଉଳ ଓ ଗହମର ଆବଣ୍ଟନକୁ ପୁନର୍ବିଚାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

Ration

ଗହମ କୋଟା ହ୍ରାସ କରିବାର କାରଣ କମ କ୍ରୟ ବୋଲି କୁହାଯାଉଛି । କୁହାଯାଇଛି ଯେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟର ଚାଷୀଙ୍କଠାରୁ ଏଥର କମ୍ ଗହମ କ୍ରୟ କରାଯାଇଛି । ଏହି ରାଜ୍ୟଗୁଡିକରେ କୃଷକଙ୍କୁ ଖୋଲା ବଜାରରେ ବ୍ୟବସାୟୀଙ୍କ ଠାରୁ ନିଜ ଉତ୍ପାଦନର ସର୍ବନିମ୍ନ ସହାୟତା ମୂଲ୍ୟଠାରୁ ଅଧିକ ଦାମ୍ ମିଳିଛି । ପଞୀାବ ହରିୟାଣା ୟୁପିରେ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି ।

ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ କହିଛନ୍ତି ଯେ ଅତିରିକ୍ତ ଭାବରେ ପ୍ରାୟ 55 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଣ୍ଟନ କରାଯିବ ଓ ସମାନ ପରିମାଣର ଗହମ ସଞ୍ଚୟ ହେବ । ପାଣ୍ଡେ ଏହା ମଧ୍ୟ କହିଛନ୍ତି କି ଏହି ସଂଶୋଧନ କେବଳ PMGKAY ପାଇଁ ଅଟେ । ତଥାପି ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ 2013 ଅଧୀନରେ ରାଜ୍ୟ ସହ ଆବଣ୍ଟନ ଉପରେ ଆଲୋଚନା ଚାଲିଛି ।

Ration card update

ସେ କହିଛନ୍ତି ଯେ ଯଦି କିଛି ରାଜ୍ୟ NFSA ଅଧୀନରେ ଅଧିକ ଚାଉଳ ନେବାକୁ ଚାହାଁନ୍ତି ତେବେ ଆମେ ସେମାନଙ୍କ ଅନୁରୋଧକୁ ବିଚାର କରିବୁ । ସଂଶୋଧନ ପରେ PMGKAY ଅନ୍ତର୍ଗତ ପ୍ରତି ମାସରେ ସମୁଦାୟ ଗହମ ଆବଣ୍ଟନ 18.21-LMT ରୁ 7.12-LMT ହୋଇଯିବ । ସେହିଭଳି ପ୍ରତି ମାସରେ ଚାଉଳ ଆବଣ୍ଟନ 21.64 LMT ରୁ 32.73 LMT କୁ ବୃଦ୍ଧି ପାଇବ ।

ତଥାପି ରାଜ୍ୟମାନଙ୍କୁ ଗହମ ଓ ଚାଉଳର ମିଳିତ ଆବଣ୍ଟନ 39.87 LMT ରେ ସମାନ ରହିବ । ମନ୍ତ୍ରଣାଳୟର ଆକଳନ କରିଛି କି 195 ଲକ୍ଷ ମେଟ୍ରିକ ଟନ ଗହମ କ୍ରୟର ଅନୁମାନ କାରଯାଇଛି ଯାହା 444 ଲକ୍ଷ ମେଟ୍ରିକ୍ ଟନର ପ୍ରାରମ୍ଭିକ ଲକ୍ଷ୍ୟ ଓ 433 ଲକ୍ଷ ମେଟ୍ରିକ୍ ଟନର ପ୍ରକୃତ କ୍ରୟ ଠାରୁ ବହୁତ କମ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *