ଜାଣନ୍ତୁ କେଉଁ କର୍ମ ଅନୁସାରେ ମିଳେ ସ୍ତ୍ରୀଙ୍କୁ ଯୋନି, ଓ ପୁରୁଷଙ୍କୁ ।

wo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଲୋକ ମାନଙ୍କ ମନରେ ପ୍ରଶ୍ନ ଆସେ କି ମୃ-ତ୍ୟୁ ପରେ କଣ ହୋଇଥାଏ । କଣ ମୃ-ତ୍ୟୁ ପରେ ସମସ୍ତଙ୍କୁ ମୋକ୍ଷ ପ୍ରାପ୍ତି ହୁଏ । କଣ ଆତ୍ମା ପୁଣି ଥରେ ପୃଥିବୀ ପୃଷ୍ଠାରେ ଜନ୍ମ ନେଇଥାଏ ଓ କେଉଁ ରୂପରେ ଆସେ । କହିବାର ଅର୍ଥ ହେଉଛି କୌଣସି ପୁରୁଷର ମୃ-ତ୍ୟୁ ପରେ କଣ ସେ ଆର ଜନ୍ମରେ ସ୍ତ୍ରୀ ଭାବେ ଜନ୍ମ ନେଇଥାଏ ନା ପୁରୁଷ ଜନ୍ମ ହିଁ ନେଇଥାଏ ବା ପଶୁ ରୂପରେ ପୃଥିବୀ କୁ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ବିଷୟରେ ଆଧାରିତ କିଛି ବିଶେଷ ବାର୍ତ୍ତା ବିଷୟରେ ସୂଚନା ଦେବୁ ।

ପ୍ରାଚୀନ କାଳରେ ଭାରତ ଦେଶରେ ଭଗବାନ ଋଷି ଦେବାଙ୍କ ପୁତ୍ର ମହାରାଜା ଭାରତ ଶାସନ କରୁଥିଲେ । ତାଙ୍କର ଶାସନ କାଳ ପଦ୍ଧତି ଏତେ ସଠିକ ରହିଥିଲା ଯେ ଆଗାମୀ ସମୟରେ ଆମ ଦେଶର ନାମ ଭାରତ ରଖାଯାଇଛି । ତାଙ୍କ ଭଳି ତାଙ୍କ ସ୍ତ୍ରୀ ସର୍ବଗୁଣା ସଂମ୍ପୂଣ୍ଣା ଥିଲେ ଯାହାଙ୍କ ନାମ ପଞ୍ଚଜନି ଥିଲା । ଦୁହିଙ୍କର 5 ଗୋଟି ପୁତ୍ର ଓ ଭୋଗ ବିଳାସ ଜୀବନ ଥିଲେ ମଧ୍ୟ ରାଜା କେବେ ଖୁସି ରେ ନ ଥିଲେ ।

rushi

ରାଜା କହିଥିଲେ ସଂସାର ସୁଖ ଭୋଗ ବିଳାସରେ ନୁହେଁ ବରଂ ମୋକ୍ଷ ବା ମୁକ୍ତି ପାଇବାରେ ରହିଅଛି । ଏହା ପରେ ରାଜା ସମୟ କ୍ରମେ ନିଜର ରାଜ୍ୟ ତ୍ୟାଗ କରି ବନବାସ ଜାଇଥିଲେ । ସେ ମହାରୁଷି ପୁଲହାରଙ୍କ ଆଶ୍ରମରେ ରହି ନିଷ୍ଠାର ସହିତ ଭଗବତ ପ୍ରାପ୍ତିରେ ଲୀନ ରହିବାକୁ ଲାଗିଥିଲେ । ସମୟ କ୍ରମେ ରାଜା ଭାରତ ଭାରତ ମୁନି ହେବାରେ ଲାଗିଲେ । ସେ ସାଂସାରିକ ବନ୍ଧନରୁ ମୁକ୍ତି ହୋଇ ମୁକ୍ତି ପାଇବାର ଅଧିକାରୀ ହୋଇଗଲେ ।

ଦିନେ ଭାରତ ମୁନି ଜନ୍ମ ହୋଇଥିବା ହରିଣ ଛୁଆକୁ ଦେଖିଲେ ଯାହାର ମା ର ମୃତ୍ୟୁ ହୋଇଥିଲା । ହରିଣ ଛୁଆକୁ ଦେଖି ଭାରତ ମୁନୀଙ୍କର ଦୟା ଆସିଗଲା । ଏହା ପରେ ସେ ହରିଣ ଛୁଆକୁ ନେଇ ଆଶ୍ରମରେ ରଖି ତାକୁ ପାଳନ କରିବାରେ ଲାଗିଲେ । ଏହି ସମୟ ମଧ୍ୟରେ ଭାରତ ମୁନି ନିଜର ପୂଜା ପାଠ କଥା ଭୁଲିବାକୁ ଲାଗିଲେ । ଅନ୍ୟ ପକ୍ଷରେ ହରିଣ ଛୁଆ ବଡ ହେବାରେ ମଧ୍ୟ ଲାଗିଲା । ଭାରତ ମୁନି ହରିଣ ଛୁଆ ସ୍ନେହରେ ଏତେ ବୁଡିଗଲେ ଗଲେ ମୃତ୍ୟୁ ସମୟରେ ମଧ୍ୟ ତାକୁ ଖୋଜୁଥିଲେ ।

muni

ଆସନ୍ତା ଜନ୍ମରେ ଭାରତ ମୁନି ପୁର୍ନ୍ନବାର ହରିଣ ଛୁଆ ଭାବେ ଜନ୍ମ ନେଇ ଧରିତ୍ରିକୁ ଆସିବା ପରେ ସେ ନିଜର ଭୁଲ ବୁଝି ପାରିଲେ । ଏହା ପରେ କଠୋର ତପସ୍ୟା ଦ୍ଵାରା ସେ ପୁନବାର ମଣିଷ ରୂପ ନେଇଥିଲେ । ଏଥିରୁ ସ୍ପଷ୍ଟ ହେଉଛି ମଣିଷ ମୃତ୍ୟୁ ସମୟରେ ଯାହା ବୋଧ କରିଥାଏ ପର ଜନ୍ମରେ ସେହି ରୂପ ନେଇ ଜନ୍ମ ହୁଏ । ଯେଉଁ ନାରୀ ପୁରୁଷର କାମନାରେ ରହିଥାଏ ବା ପୁରୁଷ ନାରୀର କାମନାରେ ଥାଏ ପର ଜନ୍ମରେ ସେ ସେହି ରୂପରେ ଜନ୍ମ ହୁଏ । ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତି ସହିତ ଖରାପ ବ୍ୟବହାର କରେ ପର ଜନ୍ମରେ ସେହି ରୂପ ନେଇ ଜନ୍ମ ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *