Big Update : ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ପୂର୍ବରୁ ୯ ଜିଲ୍ଲାରେ ପ୍ରବଳ ବର୍ଷା |

Wind Karim

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆସିଲା ବଡ଼ ଖବର ପାଣି ପାଗ କୁ ନେଇ ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବାତ୍ୟା ହେବାର ଭୟ ବାତ୍ୟା ଅସାନୀ ପରେ ପୁଣି ଡରାଉଛି ବାତ୍ୟା କରିମ । ସେପଟେ ଓଡିଶାର ପିଛା ଛାଡୁନି କାଳ ବୈଶାଖୀ । କାଳ ବୈଶାଖୀ ପାଇଁ 9 ଟି ଜିଲ୍ଲା କୁ ସତର୍କ ସୂଚନା ଜାରି ହୋଇଛି । ଅସାନି ବାତ୍ୟା ଦୂର୍ବଳ ହେଉ ହେଉ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା କରିମ । ପୁଣି ବାତ୍ୟା ଆସୁଛି ଓ ଭୟ ବଢ଼ୁଛି । ଆଜିର ତାଜା ଖବର ବାତ୍ୟା କୁ ନେଇ କେତେ ଭୟଙ୍କର ହେବ ଏହି ବାତ୍ୟା ଓ କେଉଁଠି କରିବ ଲାଣ୍ଡଫଲ । କଣ ରହିଛି ବାତ୍ୟା କରିମ କୁ ନେଇ ଡିଟେଲ୍ସ ଇନଫର୍ମେସନ ଆସନ୍ତୁ ଜାଣିନେବା ।

ବାତ୍ୟା ଅସାନି ର ବିପଦ ଟଳିବା ପରେ ଆଉ ଏକ ବାତ୍ୟା ସୃଷ୍ଟି ହୋଇଥିଲା ଜଣା ପଡ଼ିଛି । ଯଦିଓ ପାଣିପାଗ ବିଭାଗ କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ନେଇ କୌଣସି ପ୍ରକାର ସୂଚନା ଦେଇ ନାହାଁନ୍ତି । ଦି ୱେଦର ନାମକ ଚାନ୍ନେଲ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁ ଥିରେ କୁହା ଯାଇଛି ଯେ ବାତ୍ୟା ଅସାନୀ ପରେ ପରେ ଦକ୍ଷିଣ ଭାରତ ମହାସାଗର ଉପରେ ଏହି ସାମୁଦ୍ରିକ ଝଡ କରିମ ଦାନା ବାନ୍ଧିବା ଆରମ୍ଭ କରିଛି । ଯାହା ଉପକୂଳ ବର୍ତି ଅଞ୍ଚଳ ପାଇଁ ଏକ ନୂଆ ସମ୍ଭାବ୍ୟ ବିପଦ ଅଟେ ।

Karim

ସାମୁଦ୍ରିକ ଝଡ କରିମ୍ ଏବେ ସମୁଦ୍ର ଉପରେ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବ ରେ କିଛି ରାଜ୍ୟର ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କରିମ କୁ ଦ୍ୱିତୀୟ ଶ୍ରେଣୀ ବାତ୍ୟାର ଶ୍ରେଣୀ ଭୁକ୍ତ କରା ଯାଇଛି । ଏହି ବାତ୍ୟା ର ପବନର ବେଗ ଘଣ୍ଟା ପ୍ରତି 120 ରୁ 140 କିଲୋମିଟର ରହିବ । ଅର୍ଥାତ୍ ଏହି ବାତ୍ୟା ରେ ଅଧିକ ବେଗରେ ପବନର ବହିବା ଫଳରେ କିଛି ପରିମାଣରେ ଧନ ଜୀବନ ଏବଂ ଚାଷ ଜମି ନଷ୍ଟ ହୋଇ ପାରେ ।

ତେବେ ବାତ୍ୟା କରିମ କେତେ ମାତ୍ରାରେ ବିପଦ ସୃଷ୍ଟି କରିବ ଏବଂ କେଉଁ ଅଞ୍ଚଳକୁ କ୍ଷତି ପହଞ୍ଚାଇବ ତାହା ଏହି ରିପର୍ଟରେ ଉଲ୍ଲେଖ ହୋଇ ନାହିଁ । ଗୁରୁତ୍ଵ ପୂର୍ଣ୍ଣ ଦିଗଟି ହେଲା ଉଭୟ ବାତ୍ୟା ଅସାନୀ ଓ କରିମ୍ ଦୁଇଟି ବିପରୀତ ଦିଗରେ ସୃଷ୍ଟି ହୋଇଛନ୍ତି । ଟ୍ୱିନ୍ ଟ୍ରପିକାଲ ସାଇକ୍ଲୋନ ପ୍ରାୟତଃ ସମ୍ମାନ ଦ୍ରଘିବାରେ ହେଲେ ବିପରୀତ ଦିଗରେ ଘୁରି ବୁଲୁଛି ।

ପୂର୍ବରୁ 2019 ରେ ବଙ୍ଗୋପସାଗର ରେ ସାମୁଦ୍ରିକ ଝଡ ଫନୀ ସୃଷ୍ଟି ହୋଇଥିବା ବେଳେ । ଦକ୍ଷିଣ ଭାରତ ମହାସାଗର ରେ ବାତ୍ୟା ଲୋର୍ଣ୍ଣା ସୃଷ୍ଟି ହୋଇଥିଲା ବୋଲି ରିପୋର୍ଟରେ ଦର୍ଶା ଜାଇଛି ଦି ୱେଦର ଚେନ୍ନାଲ ପକ୍ଷରୁ କୁହା ଯାଇଛି କି ଯେତେବଳେ ଏପରି ଯୁଗଳ ବାତ୍ୟା ପରସ୍ପର ର ନିକଟ ତର ହୋଇଥାଏ ଅର୍ଥାତ୍ ହଜାର କିଲୋମିଟର ମଧ୍ୟରେ ରହିଥାଏ ସେତେବେଳେ ପରସ୍ପର ସହ ଏକ ପ୍ରଭାବ ରହିଥାଏ ।

Karim

ହେଲେ ଅସାନୀ ଓ କରିମ ମଧ୍ୟରେ 2800 କିଲୋମିଟର ରୁ ଅଧିକ ଦୂରତା ରହିଥିବାରୁ । ପରସ୍ପର ଉପରେ ପ୍ରଭାବ ପକେଇବେ ନାହିଁ ସେ ନେଇ ବର୍ତମାନ ସମୟରେ କୌଣସି ଆକଳନ କରାଯାଇ ପାରୁନାହିଁ । ତେବେ ଆଗାମୀ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବା ପରେ ଏ ନେଇ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଭାଗ ସୂତ୍ର ରୁ ଜଣା ପଡ଼ିଛି । ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ ବାତ୍ୟା କରିମ ର ତୀବ୍ରତା ଓ ଗତିପଥ କେତେ ଭୟଙ୍କର ରହିବ ସବୁକିଛି ର ଡିଟେଲ୍ସ ସୂଚନା ଆପଣ ମାନଙ୍କୁ ମିଳିପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *