ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପାଠ ପଢୁଥିବା ପ୍ରଥମ ରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଲାଗି ଆସୁଛି ଆଉ କିଛି ବଡ ଖବର । ଏହା ସହିତ ଯୁକ୍ତଦୁଇ ରେଜଲ୍ଟ କେବେ ସୁଧା ପ୍ରକାଶ ପାଇବ ଏହି ନେଇ ଆସିଛି ନୂଆ ଘୋଷଣା ନଜର ପକେଇବା ସଂମ୍ପର୍ଣ୍ଣ ଖବର ଅନ୍ୟ ପଟେ 18 ଲକ୍ଷ ପିଲା ସ୍କୁଲ ନଆସିବା ପ୍ରଶଂଙ୍ଗ ଶିକ୍ଷକ ଙ୍କୁ ସହାୟତା କରିବେ ସରପଞ୍ଚ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା । ବହୁତ ସାରା ପିଲା ସ୍କୁଲ କୁ ଆସୁ ନାହାଁନ୍ତି ତେବେ ପିଲା ମାନେ ଅଧା ରୁ ପାଠ ପଢା ଛାଡି ଦେଇଛନ୍ତି କି ।
ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ରେ 30 ଶତକଡା ଅର୍ଥାତ 18 ଲକ୍ଷ ପିଲା ଦୈନିକ ସ୍କୁଲ ଆସୁନଥିବା ନେଇ ଜଣା ପଡିବା ପରେ ଗଣଶିକ୍ଷା ବିଭାଗ ଖୋଲତାଳ ଆରମ୍ଭ କରିଛି । ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁ ପଦ ସେଠୀ ଗତ କାଲି ଏହି ନେଇ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଥିଲେ ଆଉ ଆଜି ମଧ୍ୟ ବିଭାଗିୟ ମନ୍ତ୍ରୀ ସମିର ରଂଞୀନ ଦାସ କହିଛନ୍ତି ଯେ ଯେଉଁ ପିଲା ମାନେ ନିୟମିତ ଭାବେ ସ୍କୁଲ ଆସୁ ନାହାଁନ୍ତି । ସେମାନଙ୍କ ଘରକୁ ଶିକ୍ଷକ ମାନେ ଯିବେ ସେମାନେ କାହିଁକି ସ୍କୁଲ ଆସୁ ନାହାଁନ୍ତି । ଏବଂ ସେମାନଙ୍କୁ ସ୍କୁଲ କୁ ଫେରେଇ ଆଣିବା ପାଇଁ ପଦକ୍ଷେପ ନେବେ ।
ସରକାର ଙ୍କ ବିଭିନ୍ନ ଯୋଜନା ସଂମ୍ପର୍କରେ ଅଭିଭାବକ ଙ୍କୁ ବୁଝେଇବେ ଏବଂ ଆବଶ୍ୟକ ପଡିଲେ ସରପଞ୍ଚ ମାନଙ୍କ ସହାୟତା ରେ ସେମାନଙ୍କ ପିଲାଙ୍କ ସଂମ୍ପର୍ଣ୍ଣ ତଥ୍ୟ ସଂଙ୍ଗ୍ରହ କରିବେ । ସ୍କୁଲ ପରିଚାଳନା କମିଟି ଲୋକ ପ୍ରତିନିଧି , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସହଯୋଗ ନେଇ ପାରିବେ । ଆସନ୍ତା ଶିକ୍ଷା ବର୍ଷ ରୁ ଏହି ସବୁ ପିଲା ମାନେ ଯେମିତି ପୁଣି ଥରେ ସ୍କୁଲ କୁ ଫେରିବେ ସେହି ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ।
ଏବଂ ଗତ କାଲି ଜାରି ହୋଇଥିବା 5 ଟି ସୂତ୍ର ଫର୍ମୁଲା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଧେଶ ଦିଆଜାଇଛି । ଆଉ ଏହା ସହିତ +2 ପରିକ୍ଷା ର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଦ୍ୱତୀୟ ପର୍ଯ୍ୟୟ ଗତ 11 ତାରିଖ ରୁ ଆରମ୍ଭ ହୋଇଛି । ଏହା 31 ତାରିଖ ଯାଏ ଚାଲିବ । ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ପକ୍ରିୟା ଆସନ୍ତା 22 ତାରିଖ ପରିବର୍ତେ 25 ତାରିଖ ରୁ ଆରମ୍ଭ ହେବ ।
ତେବେ ଖାତା ଦେଖା ପ୍ରାୟ 24 ରୁ 26 ଦିନ ମଧ୍ୟରେ ଲାଗିବ ଅନ୍ୟାନ ପକ୍ରିୟା ଶେଷ ହେବା ପରେ ଜୁଲାଇ ଶେଷ ସପ୍ତାହରେ ଫଳ ପ୍ରକାଶ ହେବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଛି । ଖାତା ଦେଖିବା ପାଇଁ ଏଥର 64 ଟି ଅଫଲାଇନ ଏବଂ 37 ଟି ଇ ମୂଲ୍ୟାୟନ କେନ୍ଦ୍ର ଗଠନ ହେବ । ତେବେ ବିଜ୍ଞ୍ୟାନ ଏବଂ ବାଣିଜ୍ୟ ର ସମସ୍ତ ଖାତା ଇ ମୂଲ୍ୟାୟନ ପଦ୍ଧତି ରେ ଦେଖାଯିବ । ଚାରୋଟି ଜୁନ ଯଥା ବ୍ରହ୍ମପୁର , ସମ୍ବଲପୁର , ବାରିପଦା , ଏବଂ ସେଣ୍ଟ୍ରାଲଜୋନ ରେ ମୋଟ 37 ଟି ଇ ମୂଲ୍ୟାୟନ କେନ୍ଦ୍ର ଗଠନ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।