ମାଡି ଆସୁଛି ବାତ୍ୟା ଆସାନୀ,ଓଡ଼ିଶା ଉପକୂଳରେ କରିବ ହିଟ୍‌,ଏହି ଜିଲ୍ଲାରେ ହେଇପାରେ ସବୁଠୁ ଅଧିକ କ୍ଷତି,Phaani ଠାରୁ ଅଧିକ ହେବ ଏହି ଜିଲ୍ଲାର ଦେଖନ୍ତୁ Video

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟା ପାଇଁ ଅନୁକୂଳ ହେଲା ପାଗ। ବଙ୍ଗୋପସାଗରରେ ଏକାଠି ହେଉଛି ମେଘ ଖଣ୍ଡ। ସାଟେଲାଇଟ ଠାରୁ ମିଳିଲା ଚିତ୍ର। ଦିନକ ପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ 24 ଘଣ୍ଟାରେ ନେବ ଲଘୁଚାପର ରୂପ। ସମ୍ଭାବ୍ୟ ବାତ୍ୟା କୁ ନେଇ IMDG ର ଘନ ଘନ ବୈଠକ ବସୁଛି । ସିଷ୍ଟମ ଉପରେ ସଂମ୍ପର୍ଣ୍ଣ ନଜର। ଆସନ୍ତା 6 ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ନିଶ୍ଚିତ ଅଟେ।

ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଅବପାତର ର ରୂପ ନେବ ଏବଂ ବାତ୍ୟାରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି ।ପାଣିପାଗ ମଡେଲ wendy ପକ୍ଷରୁ ଜାରି ହୋଇଥିବା ଗ୍ରାଫିକ୍ସ ଅନୁଯାୟୀ ବାତ୍ୟାଟି ଅତି ତୀବ୍ର ବେଗରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରି ପାରେ ।ହେଲେ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣା ପଡିବ ବୋଲି ଜଣା ପଡିଛି ।ସେପଟେ ଲଘୁଚାପ ସୃଷ୍ଟି ପରେ ବାତ୍ୟା ବିଷୟ ରେ ସ୍ପଷ୍ଟ ଚିତ୍ର ଆସିବ ବୋଲି IMDG କହିଛି ।

rain

ସୂଚନା ମିଳିଛି ଯେ ଆଣ୍ଡମାନ ସାଗରରେ ଏକ ଲଘୁଚାପର ରୂପ ଜଣା ପଡୁଛି ।ତାହା 5 ତାରିଖରେ ସୃଷ୍ଟି ହେବ। 5- 6 ମଧ୍ୟରେ ଏହାର ପ୍ରଭାବ ଦେଖା ଦେବ। ସେହିପରି 6 ତାରିଖ ପରେ ଏହା ସ୍ପଷ୍ଟ ହେବ। ସେହିପରି ବାତ୍ୟା ପାଇଁ ପାଗ ଅନୁକୂଳ ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା 2 ରୁ 3 ଦିନ ପରେ ବାତ୍ୟା ସମ୍ପର୍କରେ ସ୍ପଷ୍ଟତା ମିଳି ପାରିବ। ବାତ୍ୟା ସମୟରେ ଘଣ୍ଟା ପ୍ରତି 80 ରୁ 90 କିମି ବେଗରେ ପବନ ବହିବାର ଆଶଙ୍କା ଅଛି।

ସେହିପରି ଉପକୂଳ ଓଡିଶାରେ କେତେକ ଅଞ୍ଚଳରେ ଆଜି ସାମାନ୍ୟ ତାତି ବଢିଥିବାର ସୂଚନା ରହିଛି । ସେହିପରି 5 ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିବ ବୋଲି ଜଣା ପଡିଛି।

rains

ଯଦି ଲଘୁଚାପ ବାତ୍ୟାରେ ପରିଣତ ହେବ ତେବେ ଏହାର ପ୍ରଭାବ ଉପକୂଳ ଓଡିଶାରେ ପଡିବ। ବିଶେଷ କରି ନୟାଗଡ଼,କଟକ, ଜଗତସିଂହପୁର,ଖୋର୍ଦ୍ଧା,ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର ,ଭଦ୍ରକ, ବାଲେଶ୍ଵର ଓ ମୟୁରଭଞୀରେ ବର୍ଷା ଓ ପବନ ହେବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *