ବର୍ଷା ଖୋଲିଲେ ମୁହଁ – କହିଲେ ସବୁ ଦିନ ରାତିରେ ସୋ ମୋ ସହ କରନ୍ତି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ମାସ ହେବ ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ଅନୁଭବ ମହାନ୍ତି ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ରେ ରହିଛନ୍ତି। ବର୍ଷା ଏବଂ ଅନୁଭବ ଦୁହେଁ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରନ୍ତି ଏବଂ ଦୁହେଁ ଦୁହିଁଙ୍କୁ ଭଲ ପାଇ 2014 ମସିହାରେ ବିବାହ କରିଥିଲେ। ହେଲେ ବିବାହ ପରେ ଦୁହିଁଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ଦୁହେଁ ବର୍ତ୍ତମାନ ବିବାହ ବନ୍ଧନରୁ ଅଲଗା ହେବା ପାଇଁ କୋର୍ଟରେ କେସ ଲଢ଼ୁଛନ୍ତି। 19 ତାରିଖ ଗୁରୁବାର ଦିନ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡ଼ିଓ କରି ସେୟାର କରିଥିଲେ ଯାହାକି ତାଙ୍କର ସମସ୍ତ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ତେବେ ସେ ଭିଡ଼ିଓରେ ଅନୁଭବ ମହାନ୍ତି ମାନସିକ ଯନ୍ତ୍ରଣାରେ ଥିବା କଥା କହିଛନ୍ତି ଏବଂ ସେ ଏହି ଯନ୍ତ୍ରଣାରେ ନିଜେ କେତେବେଳେ ଭୁଲ ଅବା ଆତ୍ମହତ୍ୟା କରି ବସିବେ ସେ କଥା ମଧ୍ୟ ଆପଣ ଶୁଣିବାକୁ ପାଇବେ। ଯାହାକି ଆପଣ ସ୍ତବ୍ଧ ହୋଇଯିବେ । ଅନୁଭବ ମହାନ୍ତି ସେୟାର କରିଥିବା ଭିଡ଼ିଓ ରେ ନିଜର ବ୍ୟକ୍ତି ଗତ ଜୀବନ ବିଷୟରେ କହିଛନ୍ତି। ସେ ନିଜେ ନେଇଥିବା ନିଷ୍ପତ୍ତି ପାଇଁ ଆଜି ପଶ୍ଚାତପ କରୁଛନ୍ତି ବୋଲି ତାହା ଜଣା ପଡ଼ିଛି। ସୋସିଆଲ ମିଡିଆରେ ସେୟାର କରିଥିବା ଏହି ଭିଡ଼ିଓରେ ଅନୁଭବ ମହାନ୍ତି କହିଛନ୍ତି । ମୁଁ ଜାଣି ସାରିଲାଣି ନ୍ୟାୟ ଅପେକ୍ଷାଠୁ ଭଲ ମୃତ୍ୟୁକୁ ଆପଣେଇ ନେବା।

anubhav

ଏହି କଥା ଓଡ଼ିଶାର ସମସ୍ତ ଲୋକମାନଙ୍କୁ ସ୍ତବ୍ଧ କରିଦେଇଛି। ଅନୁଭବ ଙ୍କ ଭଳି ଜଣେ ଷ୍ଟ୍ରଙ୍ଗ ଲୋକେ ଆଜି ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ସେ ନିଜ ବୈବାହିକ ଜୀବନକୁ ବହୁତ କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ମୁଁ ଜୀବନରେ ବହୁ ପରିଶ୍ରମ କଲି ଝାଳ ରକ୍ତ ବୁହାଇଲି। ବାପା ମାଆଙ୍କ ସ୍ୱପ୍ନ ପୂରଣ କଲି ହେଲେ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ମୁଁ ଭୁଲ କରିଦେଲି। ମୁଁ ଜୀବନ ସାଥି ବାଛିବାରେ ଭୁଲ କରି ଦେଲି। ଭଲ ପାଇ ମଣିଷ ଖୁସିରେ ରୁହନ୍ତି ହେଲେ ମୁଁ କେବେ ଦେଖି ନଥିବା ଥାନା କୋର୍ଟ କଚେରୀ ଓ ପୋଲିସ ପାଖକୁ ଦୌଡୁଛି।

ତେବେ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ କମ୍ ସମୟରେ ଭାଇରାଲ ହେବାରେ ଲାଗିଥିଲା। ଅନୁଭବ ଙ୍କ ମୁଁହରୁ ଏଭଳି କଥା ଶୁଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ ଏବଂ ଏହାକୁ ନେଇ ଅନେକ ନିଜର ମତାମତ ମଧ୍ୟ ଦେଇଛନ୍ତି। ତେବେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି। ବ୍ୟୋମକେଶ ତ୍ରିପାଠୀ ଗଣମାଧ୍ୟମରେ ଆସି କହିଛନ୍ତି ଯେ ଜଣେ ମିଡ଼ିଆର ଶତ୍ରୁ ମିଡ଼ିଆ ହୋଇଥାଏ ସେହିଭଳି ପୁରୁଷର ପୁରୁଷ ଏବଂ ପୋଲିସର ଜଣେ ପୋଲିସ ହିଁ ଶତ୍ରୁ ହୋଇଥାଏ।

Tripathi

ତେବେ ଅନୁଭବ କେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା ସେ କେବଳ ହିଁ ଭଲ ଭାବରେ ଜାଣିଥିବେ। ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ତେବେ ଯେଉଁ ଆତ୍ମହତ୍ୟା କରିବା କଥା କହିଛନ୍ତି ତାହା ସଂମ୍ପୂର୍ଣ୍ଣ ଭୁଲ କଥା ଅଟେ। ସେ ଜଣେ ସେଲିବ୍ରେଟି ଅଟନ୍ତି ତାଙ୍କୁ ଅନେକ ଅନେକ ଲୋକମାନେ ଅନୁସରଣ କରନ୍ତି। ଯାହାକି ତାଙ୍କର ନିଷ୍ପତ୍ତି ଏବଂ କାର୍ଯ୍ୟକଳାପ ତାହାର ପ୍ରଭାବ ତାଙ୍କ ଫ୍ୟାନ ଉପରେ ପଡି ପାରେ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *