ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଆସିବା ବଡ ଖବର ଓଡ଼ିଶାକୁ ମାଡ଼ି ଆସୁଛି ପୁଣି ଏକ ଭୟଙ୍କର ବାତ୍ୟା ଆସନୀ ଓଡ଼ିଶା ପ୍ରତି ଆଶଙ୍କା ଅଧିକ ସତର୍କ ରୁହନ୍ତୁ । ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଆପଡେଟ ଆସନ୍ତୁ ଜାଣିବା। ତେବେ ଦକ୍ଷିଣ ଆଣ୍ଡମାନ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ଆସନୀ କୁ ନେଇ ଆଶଙ୍କା ଧିରେ ଧିରେ ଦୃଢୀଭୂତ ହେବାରେ ଲାଗିଛି । 4 ତାରିଖ ବେଳକୁ ଆଣ୍ଡମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଅଛି ଏହାର ପ୍ରଭାବରେ 6 ତାରିଖ ବେଳକୁ ସମାନ ଅଞ୍ଚଳରେ ଆଉ ଘୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ |
ଏହାର ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଅଛି ଏମିତିକି ଆସନ୍ତା 10 ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ଆସନୀ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ତେବେ 6 ତାରିଖ ପରେ ଏହାକୁ ନେଇ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ସେମାନେ ମତବ୍ୟକ୍ତ ଦେଇଛନ୍ତି ଏହାକୁ ନେଇ IMDG ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞୀୟ ମହାପାତ୍ର ଅଧିକ ସୂଚନା ଦେଇ କହିଛନ୍ତି ଯେ ମେ ମାସରେ କୌଣସି ବି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ଅଧିକ ତୀବ୍ର ହେବାର ସମ୍ଭାବନା ରହିଥାଏ ।
ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଜ୍ଞାନୀ ମାନେ କୌଣସି ବି ପୂର୍ବାନୁମାନ କରା ଯାଇନାହିଁ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ସଂମ୍ପର୍ଣ୍ଣ ଗତିପଥ ବିଷୟରେ ଅଧିକ ସୂଚନା ଦିଆଯିବ ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ଅନ୍ୟପଟେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ପ୍ରାଥମିକ ଆକଳନ ଅନୁସାରେ ଆସନ୍ତା 6 ତାରିଖରୁ ଏହି ସିଷ୍ଟମ ଟି ଆଣ୍ଡମାନ ଉପକୂଳରୁ ଧିରେ ଧିରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।
ତେବେ ଏହାର ଦୂରତା ଓ ଗତିର ତୀବ୍ରତାକୁ ଅନୁଶୀଳନ କରିଲେ ଏହା ଉପକୁଳ ଛୁଇଁବାକୁ ବେଶୀ ସମୟ ନ ନେଇପାରେ ଓ ଏହା ବେଶୀ ଘନୀଭୂତ ମଧ୍ୟ ହୋଇ ନପାରେ। ତେବେ ଏହା ଅଧିକ ଘନୀଭୂତ ହେବାର ବହୁତ ସମ୍ଭାବନା ରହୁଛି ତେଣୁ ସମ୍ଭାବ୍ୟ ବାତ୍ୟାଟି ଦକ୍ଷିଣ ଓଡ଼ିଶା କିମ୍ବା ଉତ୍ତର ଆନ୍ଧ୍ରପ୍ରଦେଶ ତଥା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ ହୋଇପାରେ ତେବେ ଓଡିଶା ପ୍ରତି ଅଧିକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।