ବଲିଉଡ଼ ର ପରେଶ ରାୱଲ ଏକ ଜଣାଶୁଣା ଅଭିନେତା ଭାବରେ ଫିଲ୍ମ ଜଗତରେ କାମ କରି ଆସିଛନ୍ତି । ତାଙ୍କୁ ଯେଉଁ ପ୍ରକାର ଚରିତ୍ର ଦିଆଯାଉନା କାହିଁ ସେ ସେହି ଚରିତ୍ରରେ ନିଜର ଦକ୍ଷତା ଦେଇ ଦର୍ଶକଙ୍କ ହୃଦୟ ଜିତିସାରିଛନ୍ତି । ତାଙ୍କୁ ଏକ ଖଳନାୟକ ଓ କମେଡିଆନ ରୂପରେ ସବୁବେଳେ ଆମେ ଦେଖିଆସିଛେ । ପରେଶ ଙ୍କ ଘର ହେଉଛି ଗୁଜୁରାଟ ରେ ଓ ସେ ଭାରତ ସରକାରଙ୍କ ତରଫରୁ ପଦ୍ମଭୂଷଣ ଉପାଧିରେ ପୁରସ୍କୃତ ହୋଇସାରିଛନ୍ତି ଓ ହାସ୍ୟାଭିନେତା ରୂପରେ ମଧ୍ୟ ବହୁତ ଆୱାର୍ଡ଼ ଜିତିସାରିଛନ୍ତି ।
ସେ ତାଙ୍କ ପ୍ରଥମ ଫିଲ୍ମ ୧୯୮୪ ମସିହାରେ ଆରମ୍ଭ କରିଥିଲେ ଯାହାର ନାମ ଥିଲା ” ହୋଲି” ଓ ସେ ତାଙ୍କ ସାକ୍ଷରତା ଏକ କଲେଜ ରେ କମର୍ସ ରେ ନିଜର ସ୍ନାତକ ହାସଲ କରିବା ପରେ ଫିଲ୍ମ ଜଗତକୁ ଆସିଥିଲେ । କିଛି ଫିଲ୍ମ ରେ ସେ ମୁଖ୍ୟ ଅଭିନେତା ଭାବରେ କାମ କରୁଥିବା ସମୟରେ ପ୍ରାୟ ଫିଲ୍ମ ରେ ସେ ହାସ୍ୟାଭିନେତା ଓ ଖଳନାୟକ ଭୂମିକାରେ ନଜରକୁ ଆସନ୍ତି ।
ତାଙ୍କର କିଛି ଫିଲ୍ମ ଯେପରିକି କବଜା ,କିଙ୍ଗ ଅଙ୍କଲ,ରାମ ଲକ୍ଷଣ ଏମିତି କିଛି ଫିଲ୍ମ ରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ୨୦୦୧ ରେ ଏକ ଫିଲ୍ମ ଆସିଥିଲା ହେରା ଫେରି ଯେଉଁଥିରେ ତାଙ୍କୁ ହାସ୍ୟାଭିନେତା ପାଇଁ ପୁରସ୍କୃତ ମଧ୍ୟ କରାଯାଇଥିଲା ଓ ସେହି ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ ଇନକମ କରିଥିଲା ।
ଓ ୧୯୯୪ ମସିହାରେ ସବୁଠାରୁ ଭଲ ଖଳନାୟକ ପାଇଁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ,ଏହା ତ ଥିଲା ପରେଶ ଙ୍କ ଜୀବନ ଉପରେ କିଛି ତଥ୍ୟ କିନ୍ତୁ ଆଜି ଆମେ ତାଙ୍କ ଧର୍ମପତ୍ନୀଙ୍କ ବିଷୟରେ ଜାଣିବା ତାଙ୍କ ଧର୍ମପତ୍ନୀ ହେଉଛନ୍ତି ସ୍ୱରୂପ ସମ୍ପତ ସେ ୧୯୭୯ ମସିହାରେ ମିସ ଇଣ୍ଡିଆ ଟାଇଟଲ ଜିତିଥିଲେ ଓ ତାଙ୍କର ବିବାହ ପରେଶ ଙ୍କ ସହ ୧୯୮୭ ମସିହାରେ ହୋଇଥିଲା ।
ପରେଶ ଙ୍କ ଭଳି ତାଙ୍କ ପତ୍ନୀ ସ୍ୱରୂପ ମଧ୍ୟ ବଲିଉଡ଼ ରେ ଅଭିନୟ ଜଗତକୁ ଆସିଥିଲେ ହେଲେ ସେ ପରେଶଙ୍କ ଭଳି ବେସି ସମୟ ତିଷ୍ଠି ପାରିନଥିଲେ । ପ୍ରଥମ କରି ସେ ୧୯୮୪ ମସିହାରେ କମଲ ହାସନ ଙ୍କ ସହ ଏକ ଫିଲ୍ମ କରିଥିଲେ ଯେଉଁଥିରେ ସେ ମଧ୍ୟ କିଛି ବିକିନି ସିନ କରିଥିଲେ । ଯେତେବେଳେ ସେ ମିସ ଇଣ୍ଡିଆ ଟାଇଟଲ ଜିତିଥିଲେ ସେ ବିଶ୍ୱାସ କରିନଥିଲେ କି ସେ ଏତେ ଗରିବ ଘରରୁ ଆସି ଏହି ଟାଇଟଲ ଜିତିପାରିବେ ।
ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।