ଇ – ଶର୍ମ କାର୍ଡ ଥିଲେ ଆପଣ ବି ପାଇ ପାରିବେ ପଇସା । ଜାଣନ୍ତୁ କେମିତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଇଶ୍ରମ କାର୍ଡ ବନେଇଛନ୍ତି ଏବଂ ଆପଣ ମାନଙ୍କ ପାଖରେ ଇଶ୍ରମ କାର୍ଡ ରହିଛି ତେବେ ଜାଣି ରଖନ୍ତୁ ଆପଣ ମାନଙ୍କୁ ବର୍ଷକୁ 36 ହଜାର ଏବଂ ମାସକୁ 3 ହଜାର ଟଙ୍କା ମିଳି ପାରିବ ପେନସନ ଏହିଥି ପାଇଁ ସରକାର ଜାରି କରିଛନ୍ତି ନୂଆ ସ୍କିମ ଏହା ତ ଆପଣ ମାନେ ଜାଣିଥିବେ ଇଶ୍ରମ କାର୍ଡ ର ଯୋଗ୍ୟତା ରହିଛି ଯେଉଁ ମାନେ ଅସଂଙ୍ଗଠିତ ଶ୍ରମିକ ବା ଅଣସଂଙ୍ଗଠିତ ଶ୍ରମିକ ସେମାନେ ମଧ୍ୟ ବନେଇ ପାରିବେ ।

ଠିକ୍ ସେମିତି ଏହି ଅସଂଙ୍ଗଠିକ ଶ୍ରମିକ ମାନଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍ ଯେଉଁଥିରେ ଆପଣ ମାନେ ମାସକୁ 3 ହଜାର ପାଇ ପାରିବେ । ତେବେ ଆସନ୍ତୁ ନଜର ପକେଇବା ଅସଂଙ୍ଗଠିକ କ୍ଷେତ୍ର ରେ କାମ କରୁଥିବା କର୍ମଚାରୀ ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏକ ନୂତନ ଯୋଜନା ଲାଗୁ ହୋଇଛି । ଏହି ଯୋଜନା ରେ ଅସଂଙ୍ଗଠିକ ଶ୍ରମିକ ମାନଙ୍କୁ ପେନସନ ମିଳିବ ।

modi

ପ୍ରଧାନ ମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ରାସ୍ତା କଡରେ ଲଗାଜାଇଥିବା ଦୋକାନୀ , ରିକ୍ସା ଚାଳକ , ଏବଂ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଏହି ଯୋଜନା ର ଲାଭ ଉଠେଇ ପାରିବେ । ଏହି ଯୋଜନା ରେ ଦୈନିକ 2 ଟଙ୍କା ରୁ କମ୍ ନିବେଶ କରି ବାର୍ଷିକ 36 ହଜାର ଟଙ୍କା ପେନସନ ମିଳିବ । ଏହି ଯୋଜନା ରେ ମାସିକ 55 ଟଙ୍କା ନିବେଶ କରିବାକୁ ପଡେ । ଅର୍ଥାତ ଦିନକୁ 2 ଟଙ୍କାରୁ କମ୍ ନିବେଶ ରେ ଆପଣ 36 ହଜାର ପେନସର ଉଠେଇ ପାରିବେ ଯାହା ମଧ୍ୟ ମାସକୁ 3 ହଜାର ଲେଖାଏଁ ।

ଏହି ଯୋଜନା ରେ ସାମିଲ ହେବା ପାଇଁ ସର୍ବନିମ୍ନ ବୟସ ସୀମା 18 ଏବଂ ସର୍ବାଧିକ ବୟସ ସୀମା 40 ରହିଛି । ତେବେ 40 ବର୍ଷ ବୟସ ରେ ଆପଣ ଏହି ସେବା ପାଇଁ ଆବେଦନ କରୁଛନ୍ତି । ତେବେ ଆପଣ ମାନଙ୍କୁ 200 ଟଙ୍କା ଜମା କରିବାକୁ ହେବ ଏହି ଯୋଜନା ର ଫାଇଦା ଉଠେଇବା ପାଇଁ କମନ ସର୍ଭିସ ସେଣ୍ଟର ରେ ଆପଣ ମାନଙ୍କୁ ପଞୀକରଣ କରିବାକୁ ହେବ ।

money

CSC ସେଣ୍ଟର ପୋର୍ଟାଲ ରେ ଅନଲାଇନ ପଞୀକରଣ ପାଇଁ ଆଧାର କାର୍ଡ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ଆବଶ୍ୟକ ଏହି ବ୍ୟବସ୍ଥା ରେ ଆକାଉଣ୍ଟ ଯୋଡିବା ପରେ ମାସକୁ ମାସ ଅଟୋମେଟିକ ପଇସା କଟିଯିବ । ଆଉ ଯେତେ ବେଳେ ଆପଣ ମାନଙ୍କର 60 ବର୍ଷ ବୟସ ହୋଇଯିବ । ସେତେବେଳେ ଆପଣ ମାନଙ୍କୁ ପେନସନ ଆକାରରେ ମାସକୁ 3 ହଜାର ଏବଂ ବର୍ଷ କୁ 36 ହଜାର ମିଳିବ । ଯେଉଁ ମାନେ ଇଶ୍ରମ କାର୍ଡ ଥିବ ସେମାନେ ଆପ୍ଲାୟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *