ବଦଳିବ ଖରାଛୁଟି ? ସ୍କୁଲ ଛୁଟି କୁ ନେଇ କିଛି ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Dash, ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା ମେ ମାସ ପହିଲାରୁ ସକାଳୁଆ ସ୍କୁଲ ଆରମ୍ଭ ହେବ । ସକାଳ 6ଟା ରୁ 9ଟା ପର୍ଯ୍ୟନ୍ତ ପାଠପଢା ଯିବ । ବର୍ତ୍ତମାନ ସକାଳ ସ୍କୁଲ 7ଟା ରୁ 10:30 ଯାଏଁ କ୍ଳାସ କରାଯାଉଛି । ଆଉ ଏହି ସମୟ ବେଳକୁ ଖରା ବହୁତ ଅଧିକ ବଢିଯାଉଛି ବୋଲି ଅନେକ ଅଭିଯୋଗ ଆଣିଛନ୍ତି । ତେବେ କୋଭିଡ ପରିସ୍ଥିତି ଯୋଗୁଁ ଗତ ଦୁଇ ବର୍ଷ ଧରି ପିଲାଙ୍କ ପାଠପଢା ବ୍ୟାହତ ହୋଇ ଆସିଛି । ତେଣୁ ଚଳିତ ବର୍ଷ ଖରାଛୁଟି ଅବଧିକୁ କମେଇବା ପାଇଁ କ୍ଳାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଜୁନ୍ ମାସରେ ପିଲାଙ୍କୁ ଖରାଛୁଟି ଦେବାକୁ କୁହା ଯାଇଥିବା ବେଳେ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ମେ ମାସରେ କ୍ଳାସ ହେବା ନେଇ ଯଦି ପରିସ୍ଥିତି କିଛି ସେପରି ଉପୁଜେ ତେବେ ବିଭାଗ ଏନେଇ ଚିନ୍ତା କରିବା ବୋଲି ମନ୍ତ୍ରୀ କହିଛନ୍ତି । କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ଆଗକୁ କରୋନାର ଚତୁର୍ଥ ଲହର ମଧ୍ୟ ଆସିବା କଥା ଶୁଣାଯାଉଛି ।

school

ଆଗକୁ ଯଦି ସେପରି କିଛି ହୁଏ ତେବେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁସାରେ ପିଲାଙ୍କ ପାଠପଢା ନେଇ ପଦକ୍ଷେପ ନିଆଯିବ ବୋଲି ସମୀର ରଞ୍ଜନ ଦାସ କହିଛନ୍ତି । ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ତେବେ ମେ ମାସରେ ସବୁଠୁ ଅଧିକ ଖରା ଗରମ ହୁଏ । ସେଥିପାଇଁ ସବୁ ବର୍ଷ ମେ ମାସଟା ପିଲାମାନଙ୍କୁ ପୁରା ଛୁଟି ଦିଆଯାଏ ଓ ଜୁନ ଅଧା ବେଳକୁ ସ୍କୁଲ ଖୋଲାଯାଇଥାଏ ।

କିନ୍ତୁ ଏଥର ମେ ମାସରେ ମଧ୍ୟ ସ୍କୁଲ ଖୋଲିବା ପାଇଁ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସହମତ ହେଉ ନାହାନ୍ତି । ତେବେ ଶିକ୍ଷାବିତଙ୍କ କହିବା ଅନୁସାରେ ମେ ମାସରେ ଯେପ୍ରକାର ପିଲାଙ୍କୁ ଖରାଛୁଟି ଦିଆଯାଏ ସେପରି ଦେବା ଉଚିତ୍ ବୋଲି । ତେବେ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ କରୋନା ସମୟରେ ପିଲାଙ୍କ ପାଠପଢା ରେ ଯେଉଁ କ୍ଷତି ହୋଇଛି ତାହା ପୂରଣ କରିବାକୁ ଚେଷ୍ଟା କରୁଛି ଶିକ୍ଷା ବିଭାଗ । ଯାହାଫଳରେ ସୀମିତ ସମୟରେ ତାଙ୍କୁ ଅନେକ କିଛି ପଢିବାକୁ ପଢୁଛି ।


ତେବେ ଅନେକ ଦିନ ଶ୍ରେଣୀଗୃହ ପାଠପଢାରୁ ଦୂରେଇ ରହିବା ପରେ ବର୍ତ୍ତମାନ ପିଲାମାନେ ପାଠପଢାରେ ମନୋନିବେଶ କରିବା ମଧ୍ୟ କଷ୍ଟକର ହେଉଥିବ । ସେଥିପାଇଁ ସବୁକିଛି ଦୃଷ୍ଟିରେ ରଖି ପିଲାମାନଙ୍କ ପାଠପଢା ପାଇଁ ଠିକ୍ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *