ମହିଳାମାନଙ୍କୁ 2 ଲକ୍ଷ ଟଙ୍କା ଦେଉଛନ୍ତି ମୋଦି ସରକାର! ଜାଣନ୍ତୁ କାହିଁକି

modi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳାମାନଙ୍କ ପାଇଁ କେନ୍ଦ୍ର ସରକାର ଅନେକ ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି । ଯାହା ଅଧୀନରେ ସରକାର ଦେଶର ଗରିବ, ଅଭାବୀ ଓ ବିଧବା ମହିଳାଙ୍କୁ ଟଙ୍କା ସାହାଯ୍ୟରେ ସାହାଯ୍ୟ କରୁଛନ୍ତି । ନିକଟରେ ୟୁଟ୍ୟୁବ୍ରେ ଏକ ଭିଡ଼ିଓରେ ଦାବି କରାଯାଇଛି ଯେ ସରକାର ମହିଳା ମାନଙ୍କୁ 2 ଲକ୍ଷ ଟଙ୍କା ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ସଂମ୍ପର୍ଣ୍ଣ ବିଷୟ ।

ପ୍ରଧାନ ମନ୍ତ୍ରୀ ମହିଳା ସହାୟତା ଯୋଜନା ଅଧୀନରେ ଦେଶର ସମସ୍ତ ମହିଳାଙ୍କୁ କେନ୍ଦ୍ର ସରକାର 2 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଆମେ ଆପଣଙ୍କୁ ଜଣେଇବୁ କି ସରକାର ଏହି ଟଙ୍କା ମହିଳାମାନଙ୍କୁ ଦେଉଛନ୍ତି ନା ନାହିଁ । PIB ଏହାର ଅଫିସିଆଲ ଟ୍ୱିଟରରେ ଲେଖିଛି କି ଏକ ୟୁଟ୍ୟୁବ୍ ଭିଡିଓ ରେ ଦାବି କରାଯାଇଛି ଯେ ପ୍ରଧାନ ମନ୍ତ୍ରୀ ମହିଳା ସହାୟତା ଯୋଜନା ଅଧୀନରେ ସମସ୍ତ ମହିଳାଙ୍କୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ 2 ଲକ୍ଷ ଟଙ୍କା ପ୍ରଦାନ କରାଜାଉଛି ।

modi

ମିଥ୍ୟା ଗୁଜବରୁ ସାବଧାନ ରୁହନ୍ତୁ,ଜାଣନ୍ତୁ ।
ଯେତେବେଳେ PIB ଏହି ଭିଡିଓକୁ ଫ୍ୟାକ୍ଟ ଚେକ୍ କଲା। ଏହାର ସତ୍ୟତା ସାମ୍ନାକୁ ଆସିଜାଇଛି । PIB କହିଛି କି ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସେପରି କୈଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି । ତେବେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏଭଳି ନକଲି ଗୁଜବରୁ ସାବଧାନ ରୁହନ୍ତୁ ।

ଏହି ପ୍ରକାର ଖବର ରୁ ସାବଧାନ ରୁହନ୍ତୁ, ।
ଫ୍ୟାକ୍ଟ ଯାଞ୍ଚ ପରେ PIB ଏହି ବାର୍ତ୍ତାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାର୍ତ୍ତା ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି ପିଆଇବି କହିଛି । PIB ଲୋକଙ୍କୁ ଏପରି ବାର୍ତ୍ତା ପଠାଇବାକୁ ନଦେବାକୁ କହିଛି ।

ଆପଣ ମାନେ ଫ୍ୟାକ୍ଟ ଚେକ୍ ମଧ୍ୟ କରିପାରିବେ ।
ଯଦି ଏପରି କୈଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସେ । ତେବେ ଆପଣ ଏହାର ସତ୍ୟତା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଆପଣ PIB ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଫିସିଆଲ ଲିଙ୍କ https://factcheck.pib.gov.in ରେ ଯିବାକୁ ପଡିବ । ଏହା ବ୍ୟତିତ ଆପଣ ଭିଡିଓକୁ ହ୍ଵାଟ୍ସଆପ ଆପ୍ ନମ୍ବର +918799711259 କିମ୍ବା ଇମେଲ pibfactcheck@gmail.com କୁ ପଠାଇ ପାରିବେ । ଏହା ପରେ ଆପଣ ମାନଙ୍କୁ ଏହାର ସତ୍ୟାସତ ଜଣା ପଡିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *