ଗୁଟଖା ଓ ତମାଖୁ ବିଜ୍ଞାପନକୁ ନେଇ ମୁଁହା-ମୁହିଁ ହେଲେ ପ୍ରକୃତି (Prakruti)ଓ ଏଲିନା (Elina), ଲାଜ ସରମ ଛାଡି ପ୍ରକୃତି କହିଲେ ଏମିତି କଥା ଦେଖନ୍ତୁ ଭିଡିଓ

Elina

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ନିଜର ଅଭିନୟ ଏବଂ ଦକ୍ଷତା ବଳରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ଆମ ଓଡ଼ିଆ ସିନେ ଜଗତର ସେହିଭଳି ଦୁଇ ଜଣ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ ଏବଂ ପ୍ରକୃତି ମିଶ୍ର।ଏହି ଦୁଇ ଅଭିନେତ୍ରି ଙ୍କୁ ଓଡ଼ିଶାରେ କିଏ ବା ନ ଜାଣିଛି । ନିଜର ଜବରଦସ୍ତ ଅଭିନୟ ପାଇଁ ଦୁହେଁ ଦର୍ଶକ ମାନଙ୍କ ମନରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

elina

ଓଡ଼ିଆ ଦର୍ଶକ ମାନଙ୍କୁ ଦୁହେଁ ଅନେକ ସୁପରହିଟ ସିନେମା ମଧ୍ୟ ଭେଟି ଦେଇଛନ୍ତି। ସିନେମା ବ୍ୟତିତ ଦୁହେଁ ଅନେକ ଟିଭି କମର୍ସିଆଲ ରେ ମଧ୍ୟ ନଜର ଆସିଥାନ୍ତି। ହେଲେ ନିକଟରେ ଗୁଟଖା ଓ ତମ୍ବାକୁ ବିଜ୍ଞାପନ ଘଟଣାରେ ମୁହାଁ ମୁହିଁ ହୋଇଛନ୍ତି ଏହି ଦୁଇ ଜଣ ଅଭିନେତ୍ରୀ।ଯେପରିକି ସମସ୍ତେ ଜାଣିଥିବେ କିଛି ଦିନ ହେବ ଗୁଟଖା ଓ ତମ୍ବାକୁ ବିଜ୍ଞାପନ କରି ବଲିଉଡ୍ ର ବଡ ସେଲିବ୍ରେଟି ଅକ୍ଷୟ କୁମାର ହଟହଟା ହେଉଛନ୍ତି।

ଲୋକ ମାନଙ୍କ କହିବା ଅନୁସାରେ ଟଙ୍କା ପାଇବା ପାଇଁ ଏଭଳି ବିଜ୍ଞାପନକୁ ପ୍ରଚାର କରି ସେ ସମାଜ ଏବଂ ଯୁବ ପୀଢ଼ି ଙ୍କ ପାଇଁ ଖରାପ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ସାଧାରଣ ଲୋକ ମାନଙ୍କ ସମାଲୋଚନା ର ଶିକାର ହେବାକୁ ପଡ଼ିଛି। ତେବେ ଏହି ଘଟଣା ରେ ଯେତେବେଳେ ଏହି ଦୁଇ ଅଭିନେତ୍ରୀ ମାନଙ୍କୁ ନିଜର ମତାମତ ବିଷୟରେ ପଚରା ଗଲା। ଏହାର ଉତ୍ତରରେ ପ୍ରକୃତି କହିଥିଲେ ଆମର କାମ ହେଉଛି ବ୍ରାଣ୍ଡ ପ୍ରମୋଟ କରିବା।

ହେଲେ ମୋର ପ୍ରଥମ କଥା ହେଲା ଯଦି ଏହା ଦେହ ପାଇଁ ଏତେ ଖରାପ ତେବେ ସରକାର ଏହାକୁ ବ୍ୟାନ କଣ ପାଇଁ କରୁନାହାଁନ୍ତି। ଯଦି ଏହା ସମାଜରେ ବିକ୍ରୀ ହେବ ନାହିଁ ତାହାଲେ ବିଜ୍ଞାପନ ବି ହେବ ନାହିଁ। ସେହିପରି ଏଲିନା ଏ ବିଷୟରେ ନିଜର ମନ୍ତବ୍ୟ ରଖି କହିଛନ୍ତି ଯେ ପ୍ରମୋସନ୍ କରିବା ପାଇଁ ମୋ ପାଖକୁ ବି କିଛି କିଛି ତମ୍ବାଖୁ ବ୍ରାଣ୍ଡ ଆସନ୍ତି ହେଲେ ମୁଁ ସିଧା ମନା କରେ। ମୁଁ ଏହି ସବୁକୁ ସମର୍ଥ କରେ ନାହିଁ। ଏହା ବ୍ୟତିତ ଏଲିନା ଅକ୍ଷୟ କୁମାର ଙ୍କର ପ୍ରସଂଶା କରିଛନ୍ତି ଯେ ସେ ଏହି ବିଜ୍ଞାପନ କରିବାରୁ ଓହରି ଜାଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *