ଚୈତ୍ର ନବରାତ୍ରିରେ ପରିବର୍ତ୍ତନ ହେବାକୁ ଯାଉଛି ଗ୍ରହ ଚଳନ । ଏହି ରାଶିର ଲୋକଙ୍କୁ ହେବ ବହୁତ ଫାଇଦା ।

Chaitra Navratri

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚୈତ୍ର ନବରାତ୍ରିର 9 ଦିନ ପର୍ଯ୍ୟନ୍ତ ବହୁତ ମହତ୍ତ୍ଵପୂର୍ଣ୍ଣ ମାନା ଯାଇଛି । ଜ୍ୟୋତିଷ ମାନଙ୍କ ମତରେ ଏହି ସମୟ ରେ ଗ୍ରହ ମାନଙ୍କ ଚଳନ ରେ ପରିବର୍ତନ ଦେଖିବାକୁ ମିଳିବ । ଶନି ଏବଂ ମଙ୍ଗଳ ଗ୍ରହ 9 ଦିନରେ ଗୋଚର କରିବେ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରୁ ହିନ୍ଦୁ ନବବର୍ଷ ଆରମ୍ଭ ହେବାକୁ ଯାଉଛି। ଏହିଦିନକୁ ଗୁଡ଼ି ପଡବା ମଧ୍ୟ କୁହାଯାଏ।

Maa Durga

ଏହିଦିନ ଚୈତ୍ର ନବରାତ୍ରିର ନବମ ଦିବସ ପାଳନ କରାଯାଏ। ଏହିଦିନ ଦେବୀ ଦୁର୍ଗାଙ୍କର ନବମ ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଏ ଓ ଘଟ ସ୍ଥାପନ କରାଯାଏ। ଘୋଡା ରେ ଚଢି ଆସୁଛନ୍ତି ଦେବୀ ଦୂର୍ଗା । ଏହି ବର୍ଷ ଏପ୍ରିଲ 2 ତାରିଖ ଶନିବାର ଚୈତ୍ର ନବରାତ୍ରୀ ଅର୍ଭ ହେବାକୁ ଯାଉଛି । ଯାହା ଏପ୍ରିଲ 11 ତାରିଖ ଦିନ ଶେଷ ହେବାକୁ ଯାଉଛି । ଏହି 9 ଦିନ ରେ ଦେବୀ ଦୂର୍ଗା ଙ୍କ ପ୍ରତ୍ୟୋକ ସ୍ୱରୂପ ର ବିଧି ବିଧାନ ର ସହିତ ପୂଜା ଅର୍ଚ୍ଚନା ହେବ ।

ମାଆ ଦୁର୍ଗାଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବାସ କରିଥାଏ।ଏଥର ଦେବୀ ଦୁର୍ଗା ଘୋଡାରେ ସବାର ହୋଇ ଆଗମନ କରିବେ ଓ ମେଣ୍ଢା ଉପରେ ସବାର ହୋଇ ପ୍ରସ୍ଥାନ କରିବେ। କିନ୍ତୁ ଏହି ସମୟରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗୋଚରରେ ପରିବର୍ତ୍ତନ ହୋଇଥିବାରୁ ଏହାର ପ୍ରଭାବ କିଛି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି । ଚୈତ୍ର ନବରାତ୍ରୀ ଦୁଇଟି ଗ୍ରହର ପରିବର୍ତନ ହେବାକୁ ଯାଉଛି।

rasi

ଜ୍ୟୋତିଷ ମାନଙ୍କ ମତରେ ନବରାତ୍ରୀ ନଅ ଦିନରେ ଶନି ଏବଂ ମଙ୍ଗଳ ଗ୍ରହ ମକର ରାଶିରେ ଗୋଚର କରିବାକୁ ଯାଉଛି । ଏହି ଦୁଇଟି ଗ୍ରହ ପରସ୍ଫର ଶତୃ ଅଟନ୍ତି । ତେଣୁ ଏହି ଦୁଇଟି ଗ୍ରହ ର ସଂଯୋଗ କର୍କଟ, କନ୍ୟା ଓ ଧନୁ ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ। ଏହି ସମୟ ରେ ଏହି ତିନୋଟି ରାଶିର ଲୋକ ମାନେ ସତର୍କ ରହିବା ଆବଶ୍ୟକ ଅଟେ । ସେହି ପରି ମେଷ, ମକର , ଏବଂ କୁମ୍ଭ ରାଶି ର ଲୋକ ମାନଙ୍କ ପାଇଁ ଶୁଭ ସମୟ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *