ଆଉ ଦୁଇ ଦିନ ଖରାରେ ସିଝିବ ଓଡିଶା,ଏପ୍ରିଲ 4 ରୁ ବର୍ଷା

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରବିବାର ଏବଂ ସୋମବାର ଗ୍ରୀଷ୍ମ ପ୍ରଭାବ ଜାରି ରହିବ । ଆସନ୍ତା 4 ଓ 5 ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଅଛି । ବର୍ଷା ଯୋଗୁ ତାତିରୁ ଆଶ୍ୱସ୍ତି ମିଳିବ । ସୂଚନା ଅନୁଯାୟୀ, କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , ରାୟଗଡ଼ା ଓ ଗଜପତି ସମେତ ଉତ୍ତର ଉପକୂଳ ଓଡ଼ିଶାରେ ଏହି ଦୁଇ ଦିନ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

rain

ଆସନ୍ତା 3 ଦିନ ପରେ ରାଜ୍ୟର ତାପମାତ୍ରା 2 ଡିଗ୍ରୀ କମିବ ବୋଲି ଆକଳନ କରାଯାଇଛି । ରାଜ୍ୟର 8 ଟି ଜିଲ୍ଲାର ତାପମାତ୍ରା ଏବେ 40 ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42.2 ଡିଗ୍ରୀ ରେକର୍ଡ ହୋଇଛି ।

ଝାରସୁଗୁଡ଼ାରେ 41.2 ଭବାନୀପାଟଣାରେ 41.2 ବଲାଙ୍ଗୀର ଜିଲ୍ଲାରେ 41.2 ବୌଦ୍ଧ ଜିଲ୍ଲାରେ 41.0 ସମ୍ବଲପୁର ଜିଲ୍ଲାରେ 40.01 ଓ ସୁନ୍ଦରଗଡ଼ରେ 40 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ସହିତ ପୁରୀ, କଟକ, ପାରାଦୀପ, ବାଲେଶ୍ୱର ଏବଂ ଗୋପାଳପୁରରେ ଦିନବେଳାର ତାପମାତ୍ରା ଅପେକ୍ଷାକୃତ କମ ରହିଥିଲା ।

Increase in temperature

ସେହିପରି ଫୁଲବାଣୀରେ ରାତିବେଳା ସର୍ବନିମ୍ନ ତାପମାତ୍ରା ମାତ୍ର 19.5 ଡିଗ୍ରୀ ରେକର୍ଡ ହୋଇଛି । ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ ।

ରବିବାର ଦିନ ଏବଂ ରବିବାର ଦିନ ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ବରଗଡ଼ ଜିଲ୍ଲା, ବୈଦ୍ଧ ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ବହିବାର ଆଶଙ୍କା ରହିଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହା ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଆସିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *