ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ । ବିବାହ ଋତୁରେ ମୂଲ୍ୟର ହ୍ରାସ ହେବା ବଜାରରେ ସୁନା ଗହଣାର ଚାହିଦାକୁ ମଧ୍ୟ ବୃଦ୍ଧି କରିଛି। ଚଳିତ କାରବାର ସପ୍ତାହ ପ୍ରଥମ ଦିନରେ ସୁନା ସହିତ ରୂପା ମୂଲ୍ୟରେ ମଧ୍ୟ ବହୁତ ହ୍ରାସ ହୋଇଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ଦିନ ଲଗାତାର ପଞ୍ଚମ ଦିନ ମଧ୍ୟ ବଜାରରେ ମୂଲ୍ୟ ହ୍ରାସ ହେବା ସହିତ ଗ୍ରାହକମାନଙ୍କ ପାଇଁ ବର୍ତ୍ତମାନ ଅଫର ହୋଇଜାଇଛି ।
ସୋମବାର ଦିନ ସୁନା ପ୍ରତି 10 ଗ୍ରାମ 397 ଟଙ୍କା ଶସ୍ତା ହୋଇ ଥିବା ବେଳେ। ସେହି ଅନୁସାରେ ରୂପା କେଜି ପିଛା ଦରରେ 1 ହଜାର 519 ଟଙ୍କାର ହ୍ରାସ ହୋଇଛି। ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ସୁନା 10 ଗ୍ରାମ ଦରରେ 66 ଟଙ୍କା ଓ ରୂପା କେଜି ପିଛା 645 ଟଙ୍କା ଶସ୍ତା ହୋଇଥିଲା। ମଙ୍ଗଳବାର ଦିନ ମୂଲ୍ୟ ହ୍ରାସ ହେବା ପରେ ସୁନା 4 ହଜାର 123 ଓ ରୂପା 14 ହଜାର 814 ଟଙ୍କା ଶସ୍ତା ହୋଇଯାଇଛି।
ସୋମବାର ଦିନ ସୁନା 10 ଗ୍ରାମ ପ୍ରତି 397 ଟଙ୍କା ଶସ୍ତା ହେବା ଯୋଗୁଁ 52 ହଜାର 77 ଟଙ୍କାରେ କାରବାର ହୋଇଥିଲା। ଏହା ପୂର୍ବରୁ ଗତ ଶୁକ୍ରବାର ଦିନ 52 ହଜାର 474 ଟଙ୍କାରେ କାରବାର ହେଉଥିଲା। 24 କ୍ୟାରେଟ ସୁନା ଦର ଏହି ସମୟରେ 23 ଏବଂ 22 କ୍ୟାରେଟ ସୁନା କେତେ ଦରରେ କାରବାର ହୋଇଛି ଆସନ୍ତୁ ଜାଣିନେବା।23 କ୍ୟାରେଟ ସୁନା ପ୍ରତି 10 ଗ୍ରାମ 396 ଟଙ୍କା ଶସ୍ତା ହୋଇ 51 ହଜାର 868 ଟଙ୍କା ଦରରେ କାରବାର ହୋଇଯାଇଛି।
ସେହିପରି 22 କ୍ୟାରେଟ ସୁନା ପ୍ରତି 10 ଗ୍ରାମ 336 ଟଙ୍କା ଶସ୍ତା ହୋଇଥିବା ବେଲେ 47 ହଜାର 703 ଟଙ୍କାରେ ବିକ୍ରି ହୋଇଛି। ସେହିପରି 18 କ୍ୟାରେଟ ବାଲା ସୁନା 10 ଗ୍ରାମ ପିଛା 298 ଟଙ୍କା ଶସ୍ତା ହୋଇଥିବା ବେଳେ 39 ହଜାର 58 ଟଙ୍କା ଏବଂ 14 କ୍ୟାରେଟ ସୁନା 10 ଗ୍ରାମ ପିଛା 223 ଟଙ୍କା ଶସ୍ତା ହୋଇଥିବା ବେଳେ 30 ହଜାର 465 ଟଙ୍କାରେ କାରବାର ହୋଇଛି। ଫଳରେ ସୁନା 4 ହଜାର 123 ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।