ଆସୁଛି ବାତ୍ୟା 7 ରେ ଲଘୁଚାପ ସୃଷ୍ଟି, Effects ରେ 9 ରୁ ଅବପାତ ଓ 11 ରେ ବାତ୍ୟାରେ ପରିଣତ ହେବା ନେଇ ଆସିଲା ବଡ ସୂଚନା ଏହି ଜାଗାରେ ପଡିପାରେ ପ୍ରଭାବ…ଦେଖନ୍ତୁ

batya

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି। ବାତ୍ୟା ବଙ୍ଗୋପସାଗରରେ ଗୋଟାଉଛି ବଳ। ଆସନ୍ତା 11 ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି। 7 ତାରିଖରେ ଲଘୁଚାପ ସୃଷ୍ଟି ହେବାପରେ 9 ତାରିଖରେ ଅଵପାଦ ରୂପ ନେଇ 11 ତାରିଖରେ ବାତ୍ୟା ହେବ ବୋଲି ପାଣିପାଗ ବିଶେଷଜ୍ଞ୍ୟ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

କିନ୍ତୁ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ବାତ୍ୟା ହେବ କି ନାହିଁ ସେହି ଚିତ୍ର ସ୍ପଷ୍ଟ ହେଉନାହିଁ। ସେହିପରି ମଙ୍ଗଳବାର ଏବଂ ବୁଧବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ 7 ତାରିଖ ସୁଦ୍ଧା ଲଘୁଚାପର ରୂପ ନେବ। ତେବେ ଏହାପରେ ପାଣିପାଗ କେତେ ଘନୀଭୂତ ହେବ ତାହାର ପୂର୍ବାନୁମାନ କରାଯାଉଛି।

rains

ଲଘୁଚାପ ପରେ ଏହା ଅଧିକ ଘନୀଭୂତ ହେବ ନାହିଁ ବୋଲି ୟୁରୋପିୟାନ ମଡେଲ ଅଷ୍ଟ୍ରେଲିଆନ ମଡେଲ ଆକଳନ କରିଛନ୍ତି।ଲଘୁଚାପ ପରେ ଏହା ତାମିଲନାଡୁ ଆଡ଼କୁ ଗତି କରିବ। NCF ଏବଂ GFX ମଡେଲ କହୁଛି 7 ତାରିଖରେ ଲଘୁଚାପର ରୂପ ନେଇ ଏହାପରେ ଅଵପାଦର ରୂପ ନେଇ ପରେ ବାତ୍ୟାର ରୂପ ନେଇପାରେ। ଏହାପରେ ପଶ୍ଚିମ ଦିଗରେ ଗତିକରି ଦକ୍ଷିଣପଶ୍ଚିମ ବଙ୍ଗୋପସଗାରକୁ ମୁହାଁଇବ। ତେବେ ଏହା ଉତ୍ତରକୁ ଯାଇ ମିଆଁମାର ଆଉ ବାଂଲାଦେଶ ଆଡ଼କୁ ଯିବ।

ଦିଗ ନବଦଳାଇଲେ ଏହା ଦେଶର ପୂର୍ବ ଉପକୂଳ ଛୁଇଁପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ତେବେ ରାଜ୍ୟରେ ଗତ ଦୁଇ ଦିନ ବର୍ଷା ସମ୍ଭାବନା ହେବାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ହେଲେ କୈଣସି ସ୍ଥାନରେ ବର୍ଷା ହୋଇ ନାହିଁ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞାମ ବାଲେଶ୍ଵରରେ ବର୍ଷା ହୋଇପାରେ। 9 ତାରିଖ ଦିନ ମଧ୍ୟ ଏହି ସବୁ ଜିଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *