ଆସୁଛି ଆଉ ଏକ ବାତ୍ୟା ! ଏହି ତାରିଖରେ ଓଡିଶାରେ ମାଡ

rain

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏପ୍ରିଲ ରେ ଆତଙ୍କ ବଙ୍ଗୋପସାଗର ରେ ଆସୁଛି ଲଘୁଚାପ । ବାତ୍ୟା ସମ୍ଭାବନା ନେଇ ଆରମ୍ଭ ହୋଇଛି ଅଙ୍କ କଷା ଭିନ୍ନ ଭିନ୍ନ ମୋଡେଲ ର ଭିନ୍ନ ଭିନ୍ନ ଆକଳନ କିଏ କହୁୁ ବାତ୍ୟା ତାମିଲ ନାଡୁ ଆନ୍ଧ୍ର ଉପକୂଳ ଛୁଇଁବ ତ କିଏ କହୁଛି ମିଆଁମାର ବାଙ୍ଗଲାଦେଶ ଉପକୂଳ ଛିଇଁବ 6 ତାରିଖ ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣବଳୟ 7 ତାରିଖ ରେ ଲଘୁଚାପ ର ରୂପ ନେବ ବୋଲି ଅନୁମାନ କରିଛି ଆମେରିକାନ GFX ମଡେଲ । 9 ତାରିଖ ରେ ଘନିଭୂତ ହୋଇ ଅବପାତ ରେ ପରିଣତ ହେବ 11 ତାରିଖ ବେଳକୁ ଏହା ବାତ୍ୟା ର ରୂପ ନେଇ 12 ତାରିଖ ବେଳକୁ ରି କର୍ଭ କରି ମିଆଁମାର ବାଙ୍ଗଲାଦେଶ ଉପକୂଳ ଛିଇଁବ ।

ସେହି ପରି ଇଉରୋପିୟନ ମଡେଲ ର ଆକଳନ କହିଛି ବାତ୍ୟା ତାମିଲନାଡୁ ଏବଂ ଆନ୍ଧ୍ର ଉପକୂଳ ରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ ରହିଛି । ହେଲେ ପାଣିପାଗ ବିଶେଷଜ୍ଞ୍ୟ ସୁରେନ୍ଦ୍ର ନାଥ ପଶୁପାଳକ କହିବାନୁସାରେ ଚିତ୍ର ସ୍ପଷ୍ଟ ହେବ । ସେପଟେ ଆସନ୍ତା 15 ଦିନ ପର୍ଯ୍ୟନ୍ତ ତାତି ରୁ ମିଳିବ ମୁକ୍ତି । ଆଭ୍ୟନ୍ତରଣ ଓଡିଶା କୁ ଛାଡିଦେଲେ ବାକି ଉପକୂଳ ଏବଂ ଦକ୍ଷିଣ ଓଡିଶା ରେ ତାପମାତ୍ରା କମ୍ ରହିବ ।

rain

ଉପକୂଳ ସମେତ ଦକ୍ଷିଣ ଓଡିଶା ରେ ବର୍ଷା ସମ୍ଭାବନା ରହିଛି । ସେହିଥି ପାଇଁ ସ୍ୱଭାବିକ ଠାରୁ 2 ରୁ 3 ଡୀଗ୍ରି ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗର ରୁ ଉପକୂଳ ଓଡିଶା କୁ ପ୍ରେବେଶ କରୁଥିବା ଜଳିୟ ବାସ୍ପ ପୂର୍ଣ୍ଣ ବାୟୁ ପ୍ରଭାବ ରେ ମେଘୁଆ ରହିବ ପାଗ । ସେହି ପରି ଆଭ୍ୟନ୍ତରଣିୟ ଓଡିଶା ରେ ସୁଷ୍କ ବାୟୁ ଏବଂ ନିର୍ମଳ ଆକାଶ ପାଇଁ ତାତି ବୃଦ୍ଧି ପାଇବ । ସ୍ୱଭାବିକ ଠାରୁ 2 ରୁ 3 ଡୀଗ୍ରି ପାରଦ ବଢିବ ।

ପାଣିପାଗ ସୂଚନା ଅନୁସାରେ ଆସନ୍ତା 6 ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ରେ ସମ୍ଭାଭ୍ୟ ଲଘୁଚାପ ର ମୂଳଦୁଆ ବଢିବ ବାୟୁମଣ୍ଡଳ ର ଉପରି ଭାଗରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ । ପରବର୍ତି 24 ଘଣ୍ଟା ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଲଘୁଚାପ ରୂପ ନେବ । କିନ୍ତୁ କିନ୍ତୁ ଏହା ବାତ୍ୟା ରୂପ ନେବକି ନାହିଁ ତହା 8 ତାରିଖ ବେଳକୁ ଜଣାପଡିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *