ମେଷ – ବିଳମ୍ବ କିମ୍ବା ଅବରୋଧ ପରେ ନିର୍ଦ୍ଧାରିତ ରୂପରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ସଫଳ କରି ପାରିବେ। ଭଲ ଭୋଜନ ପ୍ରାପ୍ତ ହେବ। ବିଦ୍ୟାର୍ଥିମାନଙ୍କ ଅଧ୍ୟୟନ ପାଇଁ ମଧ୍ୟମ ଦିନ ଅଟେ। ସ୍ନେହୀଜନମାନଙ୍କର ସାକ୍ଷାତ ହେବ। ଠିକାଦାରୀ, ସଡକ, ଗୃହ ନିର୍ମାଣ, ଗୃହୋପକରଣ, ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । ପ୍ରତିଦ୍ୱନ୍ଦିତା ବା ପ୍ରତିଯୋଗିତା କରିବା ସୁଯୋଗ ପାଇ ସଫଳ ହେବେ । ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ମିଳିଯିବ ଓ ଭୂମିଲାଭ ଯୋଗ ମଧ୍ୟ ଘଟିବ। ବିଦେଶୀ ବା ଦୂର ବନ୍ଧୁ ଖୁବ୍ ସାହାଯ୍ୟ କରିବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।
ବୃଷ- ଆଜିର ଦିନ ମିଶ୍ରିତ ଫଳଦାୟୀ ହେବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। କୋର୍ଟ କଚେରୀ ମାମଲାରେ ସାବଧାନ ରହିବାକୁ ଉପଦେଶ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ବ୍ୟବସାୟୀମାନେ ଘର ଅପେକ୍ଷା ବ୍ୟବସାୟକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ। ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ମନୋକାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।
ମିଥୁନ- ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ରହିବ। ପିତା ତଥା ବରିଷ୍ଠ ନାଗରୀକମାନଙ୍କ ସହଯୋଗ ପ୍ରାପ୍ତ କରିବେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ, ଏହା ଉପରେ ଅଂକୁଶ ରଖିବାକୁ ଉପଦେଶ। ମୁଣ୍ଡବ୍ୟଥା ତଥା ପେଟ ସମ୍ବନ୍ଧୀତ ଅଭିଯୋଗ ହୋଇପାରେ। ଦାମ୍ପତ୍ୟଜୀବନରେ ମିଳାମିଶା ରହିବ।ଗୃହସ୍ଥ ଜୀବନରେ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ଆୟ ବୃଦ୍ଧିର ଯୋଗ ଅଛି। ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ପ୍ରମୋସନ ମିଳିବାରର ସଂକେତ ଅଛି। ପାରିବାରିକ ସଦସ୍ୟ ତଥା ମିତ୍ର ମାନଙ୍କ ସହିତ ଖୁସି ରହିବେ। ଆନନ୍ଦଦାୟକ ପର୍ଯ୍ୟଟନ ହେବ। ବ୍ୟାପାର ବର୍ଗଙ୍କୁ ଲାଭଦାୟକ ବ୍ୟାପାର ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।
କର୍କଟ- ପରିବାରରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବ। ଅଫିସ୍ ଏବଂ ଚାକିରିରେ ଆୟ ବୃଦ୍ଧି ପ୍ରମୋଶନ ପାଇଁ ସଂଯୋଗ ନିର୍ମିତ ହେବ। ମାତାଙ୍କର ତରଫରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ । ଋଣଭାରରୁ ମୁକ୍ତି ପାଇବେ । ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ। ସାଙ୍ଗସାଥି ଭାଗିଦାରମାନଙ୍କ ପାଇଁ ଅତ୍ୟଧିକ ପରିଶ୍ରମ କଲେମଧ୍ୟ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରିପାରିବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।
ସିଂହ : ଆଜି ମାନସିକ ଅସୁବିଧା ଆପଣଙ୍କୁ ହୋଇପାରେ। ଦ୍ୱନ୍ଦ୍ୱତା ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ ଏବଂ ମନକୁ ଶାନ୍ତ ରଖିକରି ହିଁ କୌଣସି ନିର୍ଣ୍ଣୟ ନିଅନ୍ତୁ। ଭଲ ହେବ କି ଆଜି ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ ସୃଜନ କରିବାପାଇଁ ଆପଣଙ୍କୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ। ମହିଳା ମିତ୍ରମାନଙ୍କର ସହଯୋଗ ଅଧିକ ମିଳିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଆପଣ ଧାର୍ମିକ ପରୋପକାର କାର୍ଯ୍ୟ କରି ଧନ୍ୟ ଅନୁଭବ କରିବେ।ପ୍ରତିକାର– ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।
କନ୍ୟା : ଆଜି ଆପଣଙ୍କର ରଣନୀତିରେ ଶତ୍ରୁମାନଙ୍କୁ ପରାସ୍ତ କରିବେ। ନୂଆ କାର୍ଯ୍ୟର ଆରମ୍ଭ ପାଇଁ ପ୍ରସ୍ତୁତ ରୁହନ୍ତୁ। ସଫଳତା ମିଳିବ। ଆପଣ ପ୍ରତ୍ୟେକ କାର୍ଯ୍ୟ ହୃଦୟରେ ସ୍ଵସ୍ଥ ରହିକରି କରିବେ। ବ୍ୟାପାର- ଧନ୍ଦାରେ ଲାଭ ହେବ। ଶେୟାର-ସଟ୍ଟାରେ ଲଗାଇଥିବା ଅର୍ଥ ଲାଭ ଦେଇପାରେ। ମିତ୍ର ତଥା ସ୍ଵଜନ ଏବଂ ଭାଇ-ଭଉଣୀମାନଙ୍କ ସହିତ ମିଳାମିଶା ରହିବ। ମନର ଚିନ୍ତା ଦୂର ହେବ। କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସୁସ୍ଥତାର କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିବେ। ଅତ୍ୟଧିକ କାମର ବୋଝରେ ଥକିଯିବା ଏବଂ ମାନସିକ ଅଣନିଶ୍ୱାସୀ ରହିବ। ଯାତ୍ରାରେ ବିଘ୍ନ ଆସିବାର ସମ୍ଭାବନା ରହିବ। ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ଖାଇବା ପିଇବାରେ ଧ୍ୟାନ ରଖିବେ। ଯୋଗ୍ୟ ଧ୍ୟାନରେ ଆପଣ ମାନସିକ ରୁପରେ ସୁସ୍ଥ ରହି ପାରନ୍ତି।ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ
ତୁଳା : ଜଗନ୍ନାଥଙ୍କର କୃପାରେ ଦାମ୍ପତ୍ୟଜୀବନ ସୁଖଦ କ୍ଷଣର ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଆପଣ ପ୍ରତିଷ୍ଠା ପ୍ରାପ୍ତ କରିବେ। ମନୋରଞ୍ଜନ ପାଇଁ ସମୟ ବାହାର କରି ପାରିବେ। ବସ୍ତ୍ର, ଗହଣା ଏବଂ ବାହନର କ୍ରୟ କରିବାର ଯୋଗ ଅଛି। ବ୍ୟାପାରରେ ଭାଗୀଦାର ସହିତ ସମ୍ବନ୍ଧ ଭଲ ରହିବ। ଧନ ଲାଭ ହେବ। ଆଜିର ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିକୂଳତା ଅନୁଭବ କରିବେ। ସ୍ଵାସ୍ଥ୍ୟ ଖରାପ ହେବ। ମନ ଚିନ୍ତାଗ୍ରସ୍ତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରେ କୁଟୁମ୍ବରେ ଅଶାନ୍ତି ରହିବ। ସାର୍ବଜନିକ ରୂପରେ ମାନହାନି ହେବାର ସମ୍ଭାବନା ରହିବ। ପାଣିରେ ଭୟ ରହିବ। ସେଥିପାଇଁ ଜଲାଶୟ ନିକଟକୁ ଯିବାକୁ ଦୁଃ ସାହସ କରନ୍ତୁ ନାହିଁ। ସ୍ଥାୟୀ ସଂପତ୍ତି, ବାହନ ଆଦିର କାଗଜ ଉପରେ ହସ୍ତାକ୍ଷର କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି।
ବିଚ୍ଛା : ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତି ବିଶେଷର ପ୍ରଭାବ ରହିବ। କୌଣସି ନିର୍ଣ୍ଣୟ ନେବାରେ ଅସୁବିଧା ହୋଇପାରେ। ଅର୍ଥର ଦେବା-ନେବା କିମ୍ବା ଆର୍ଥିକ ବ୍ୟବହାର ନ କରିବାପାଇଁ ଉପଦେଶ। ଶାରୀରିକ ଏବଂ ମାନସିକ ଚିନ୍ତା ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ଯୋଗ ଅଛି। ଭାଇ- ବନ୍ଧୁମାନଙ୍କ ସହିତ ସୌହାର୍ଦପୂର୍ଣ୍ଣ ବାତାବରଣରେ ଘର ବିଷୟରେ ଚର୍ଚ୍ଚା ହେବ। ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯିବେ। ବିଦେଶରୁ ଭଲ ସମାଚାର ଆସିବ। ଆଜି ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ କରିପାରନ୍ତି। ଧନ ଲାଭର ଯୋଗ ଅଛି। ପୁଞ୍ଜି ନିବେଶ ପାଇଁ ଅନୁକୂଳ ଦିନ ହେବାର ସୂଚନା ମିଳୁଛି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।
ଧନୁ – ବୌଦ୍ଧିକ କିମ୍ବା ସାହିତ୍ୟ ପ୍ରେମୀମାନଙ୍କ ସହିତ ସାକ୍ଷାତ କରିପାରନ୍ତି। ନୂଆ କାର୍ଯ୍ୟର ଆରମ୍ଭ କରି ପାରିବେ। ବିଦେଶଗମନର ସୂଯୋଗ ବନି ପାରେ। ସ୍ଵାସ୍ଥ୍ୟ ଅଳ୍ପ ନରମ-ଗରମ ରହିବ। ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତା ଉତ୍ପନ୍ନ ହେବ। ଯଦି ଆପଣଙ୍କ ବନ୍ଧୁ କିମ୍ବା ଆତ୍ମୀୟସଜ୍ଜନ ବିଦେଶରୁ ଆସୁଥାନ୍ତି ,ତେବେ ବୋଧହୁଏ ସେ ଆଜି ଆପଣଙ୍କ ଘରକୁ ଆପଣଙ୍କୁ ଭେଟିବା ପାଇଁ ଆସିବେ । ସେଥିପାଇଁ ନିଜ ଘରକୁ ସଫାସୁତୁରା କରନ୍ତୁ ।ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତାର ଅନୁଭବ କରିପାରନ୍ତି। ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ,ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।
ମକର – ପାର୍ଟି, ପିକନିକ, ଯାତ୍ରା, ସୁନ୍ଦର ଭୋଜନ ଏବଂ ବସ୍ତ୍ର ପରିଧାନ ଆଜିର ଦିନର ବିଶେଷତା ରହିବ। ମନୋରଞ୍ଜନର ଦୁନିଆରେ ବିହାର କରିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ତମ ସୁଖ ପ୍ରାପ୍ତି ହେବ। ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆପଣଙ୍କ ସ୍ଵାସ୍ଥ୍ୟ ଆଜି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବ। ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ। ପରିଜନମାନଙ୍କ ସହିତ ଆପଣ ସମୟ ଆନନ୍ଦପୂର୍ବକ ବିତାଇ ପାରିବେ। ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।
କୁମ୍ଭ – ବାଣୀ ଏବଂ ବ୍ୟବହାର ଉପରେ ଆଜି ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ। ଦୈନିକ କାର୍ଯ୍ୟଗୁଡ଼ିକରେ ଅତିରିକ୍ତ ନୂଆ କାର୍ଯ୍ୟ ହାତକୁ ନେବା ଉଚିତ ନୁହେଁ। ରୋଗାକ୍ରନ୍ତ ହୋଇପାରନ୍ତି। ସେଥିପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଅଚାନକ ଧନ ଲାଭ ହେବ। ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ ।ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ପ୍ରସନ୍ନତାରେ ପୂର୍ଣ୍ଣ ରହିବ। ଉତ୍ସାହପୂର୍ଣ୍ଣ ବାତାବରଣ ହେବାରୁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ। ପାରିବାରିକ ବାତାବରଣରେ ସୁଖ-ଶାନ୍ତି ବନି ରହିବ।
ମୀନ – ପରିବାରରେ ମନମାଳିନ୍ୟ ହୋଇପାରେ। ମାନସିକ ରୂପରେ ଚିନ୍ତିତ ରହିବେ। ମନରେ ଦ୍ୱନ୍ଦ୍ୱ ହୋଇପାରେ। ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ବର୍ତ୍ତମାନ ନିଅନ୍ତୁ ନାହିଁ। କାହା ସହିତ ଭୁଲ ବୁଝାବଣା କିମ୍ବା ବାଦ-ବିବାଦ ହୋଇପାରେ। କୋର୍ଟ କଚେରୀ ମାମଲାରେ ସମ୍ଭାଳିକରି କାମ କରନ୍ତୁ। ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ଯେଉଁଥି ପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ ।ଶାରୀରିକ ଏବଂ ମାନସିକ ରୂପରେ ଆଜି ସମ୍ପୂର୍ଣ୍ଣ ଦିନ ପ୍ରସନ୍ନତା ରହିବ। ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବାରୁ କାର୍ଯ୍ୟ ପ୍ରତି ଉତ୍ସାହ ମଧ୍ୟ ବଢ଼ିବ। ସାଥିରେ କାମ କରୁଥିବା ଲୋକଙ୍କର ମଧ୍ୟ ସହଯୋଗ ପ୍ରାପ୍ତ ହେବ। ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।