ଏହା ମୋର ଶେଷ ବାର୍ତ୍ତା ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ୍‌କୁ କହିଲେ ଜେଲେନସ୍କି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରୁଷର ପ୍ରଚଣ୍ଡ ଆକ୍ରମଣରୁ ୟୁକ୍ରେନକୁ ରକ୍ଷା କରିବାରେ ଅସମର୍ଥ ରାଷ୍ଟ୍ରପତି ବୋଲଡିମିରି ଜେଲେନସ୍କି ଗତରାତିରେ ପୁଣି ଆମେରିକାକୁ ସାମରିକ ସହାୟତା ପାଇଁ ନିବେଦନ କରିଛନ୍ତି। ଆମେରିକା ର ରାଷ୍ଟ୍ରପତି ଜୋବାଇଡେନ ଙ୍କୁ କଲ କରି ଦେଶ ର ସାଂପ୍ରତିକ ସ୍ଥିତି ସଂମ୍ପର୍କରେ ଅବଗତ କରିବା ସହିତ ତୁରନ୍ତ ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ନ ଅନ୍ତ୍ର ର ସହାୟତା ଲୋଡିଛନ୍ତି ।

ୟୁକ୍ରେନ କୁ ମହାସଂଙ୍କଟ ରୁ ରକ୍ଷା କରିବା ପାଇଁ ଆମେରିକା ୟୁରୋପ୍‌ ଆଗକୁ ନ ଆସିଲେ ପ୍ରଳୟଙ୍କରୀ କ୍ଷୟ କ୍ଷେତି ହେବ ବୋଲି ଜେଲେନସ୍କି କହିଛନ୍ତି। ଏହି ଆଲୋଚନା ରେ ବାଇଡେନ ଋଷ ବିପକ୍ଷ ରେ ଲଗେଇ ଥିବା ଆର୍ଥିକ କଟକଣା ସଂମ୍ପର୍କ ରେ ଜେଲେନସ୍କି ଙ୍କୁ ସୂଚନା ଦେଇଥିଲେ । ତେବେ ଋଷ ପରି ବିଶାଳ ରାଷ୍ଟ୍ର ବିରୋଧ ରେ ଆର୍ଥିକ କଟକଣା କାମ କରୁ ନଥିବାରୁ ୟୁକ୍ରେନ ସେନା କୁ ତୁରନ୍ତ ସହାୟତା ଯୋଗେଇ ଦେବାକୁ ଜେଲେନସ୍କି ଗୁରୁତ୍ୱାରୋପ କରିଥିଲେ ।

Zelensky

ସହାୟତା ପ୍ରକୋଟ କରି ଜେଲେନସ୍କି କହିଥିଲେ ଯଦି ସାମରିକ ସହାୟତା ନମିଳେ । ତାହାଲେ ହୋଇପାରେ ଆପଣ ଙ୍କ ସହିତ ମୋର ଶେଷ ଦେଖା । ତେବେ ଜେଲେନସ୍କି ଙ୍କୁ ତୁରନ୍ତ ସାମରିକ ସହାୟତା ଦେବା ପାଇଁ ବାଇଡେନ କୈଣସି ଆଶ୍ୱସନା ଦେଖେଇନଥିଲେ ।

ତେବେ ରାଜଧାନୀ କିବକୁ ରକ୍ଷା କରିବା ପାଇଁ ଜେଲେନସ୍କି ପଶ୍ଚିମ ରାଷ୍ଟ୍ରମାନଙ୍କୁ ନିବେଦନ କରୁଥିଲେ ମଧ୍ୟ ରୁଷ୍‌ ସହ ସିଧାସଳଖ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ କୈଣସି ରାଷ୍ଟ୍ର ଆଗଭର ହେଉନାହାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *