ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମିଳିତ ଜାତି ସଙ୍ଘର ସାଧାରଣ ସଭାରେ 2 ତାରିଖ ରେ ଋଷ୍ ବିରୋଧ ରେ ଏକ ନିନ୍ଦନିୟ ପ୍ରସ୍ତାବ ଅଣା ଜାଇଥିଲା । ଏହି ପ୍ରସ୍ତାବ ସପକ୍ଷରେ 141 ଟି ଦେଶ ଭୋଟ ଦେଇଥିଲେ । ଏବଂ 5 ଟି ଦେଶ ଏହାର ବିପୋକ୍ଷ ରେ ଭୋଟ ଦେଇଥିଲେ । ଭାରତ, ପାକିସ୍ଥାନ ଏବଂ ଚୀନ୍ ସମେତ 35 ଟି ଦେଶ ଏହି ନିନ୍ଦା ପ୍ରସ୍ତାବ ଉପରେ ଭୋଟ୍ ଦେବା ଠାରୁ ଦୂରଇ ରହିଥିଲେ । ତେବେ ଉତ୍ତର କୋରିଆ, ଋଷ, ସିରିଆ, ବେଲାଋଷ ଏବଂ ଇରିଟ୍ରିଆ ଭଳି ଦେଶ ମାନେ ଏହି ନିନ୍ଦା ପ୍ରସ୍ତାବ ବିରୋଧ ରେ ଭୋଟ ଦେଇଥିଲେ । ଆଫ୍ରିକିୟ ଦେଶ ମାନଙ୍କ ମଧ୍ୟରୁ ଇରିଟ୍ରିଆ ନିନ୍ଦା ପ୍ରସ୍ତାବ ବିରୋଧରେ ଋଷର ସପକ୍ଷରେ ଭୋଟ୍ ଦେଇଥିଲା ।
ଖୋଲାଖୋଲି ଭାବେ ଋଷ ର ସମର୍ଥନ କରିଥିଲା ସିରିଆ । ଋଷ ଇୟୁକ୍ରେନ ଉପରେ ଆକ୍ରମଣ ଉପରେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଆସାଦ ଋଷ କୁ ସମର୍ଥନ କରିଥିଲେ । ନିକଟରେ ସେ କହିଛନ୍ତି ଯେ ପୁତିନ ଇତିହାସ ଠିକ୍ କରୁଛନ୍ତି । ଗତ କିଛି ବର୍ଷ ଧରି ଆମେରିକା ଅସଦଙ୍କୁ ସିରିଆର ସିଂହାସନରୁ ହଟାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ପୁତିନଙ୍କ ସାହାଯ୍ୟରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷମତାରେ ରହିଛନ୍ତି ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଋଷର ସମର୍ଥନରେ ଏଥିପାଇଁ ସିରିଆ ନଜର ଆସୁଛି । ୟୁକ୍ରେନ ଯୁଦ୍ଧ ରେ ବେଲାଋଷ କ୍ରମାଗତ ଭାବେ ଋଷ କୁ ସାହାଯ୍ୟ କରି ଆସୁଛି । 2020 ମସିହା ରେ ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କ ବିରୋଧରେ ଦେଶରେ ଏକ ବିରାଟ ବିଦ୍ରୋହ ହୋଇଥିଲା । ଲୋକ ମାନେ ମାସ ମାସ ଧରି ଲୁକାଶେଙ୍କୋଙ୍କ ବିରୋଧରେ ତୀବ୍ର ବିରୋଧ କରିଥିଲେ ।
ଏଠାରେ ଲୋକ ମାନେ କହିଥିଲେ କି ଲୁକାଶେଙ୍କୋ ନିର୍ବାଚନକୁ କବ୍ଜା କରି ରାଷ୍ଟ୍ରପତି ହେବାକୁ ଚେଷ୍ଟା କରୁଛନ୍ତି । ବେଲାଋଷରେ ଗଣତନ୍ତ୍ରକୁ ଋଷ ଦୃଢ଼ ବିରୋଧ କରିଛି । ବେଲାଋଷର ଅର୍ଥନୀତିକୁ ଋଷ ଅନେକ ଥର ପୁନର୍ଜୀବିତ କରିଛି । ଏପରି ପରିସ୍ଥିତିରେ, ଯେତେବେଳେ ଋଷ ୟୁକ୍ରେନରେ ବେଲାଋଷର ସାହାଯ୍ୟ ଆବଶ୍ୟକ କରୁଥିଲା । ବେଲାଋଷ ନାଁ କହିବା ସ୍ଥିତିରେ ମଧ୍ୟ ନଥିଲା ।
ସେହି ପରି ବେଳେ ଉତ୍ତର କୋରିଆ ଉପରେ ଆମେରିକା ମଧ୍ୟ ଅନେକ ପ୍ରତିବନ୍ଧକ ଲଗେଇଛି । ଏହି କାରଣ ପାଇଁ ଦୁଇ ଦେଶ ମଧ୍ୟରେ ସଂମ୍ପର୍କ ଏବେ ଖରାପ ଅବସ୍ଥା ରେ । ତେବେ ବିଶେଷଜ୍ଞ୍ୟ ମାନେ କହିଛନ୍ତି କି ଏହି ପ୍ରତିବନ୍ଧକ ଗୁଡିକୁ ପ୍ରଭାବ ହ୍ରାସ କରିବାରେ ଋଷ କ୍ରମାଗତ ଭାବେ କୋରିଆ କୁ ସାହାଯ୍ୟ କରିଛି । ଯେଉଁଥି ପାଇଁ ଇୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆ ଋଷ ସହିତ ରହିିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।