ଏହି ଓଲିଉଡ ଅଭିନେତା ଙ୍କର ଅଚାନକ ମୃତ୍ୟୁ, ରାଜ୍ୟରେ ଖେଳିଗଲା ଶୋକର ଲହରୀ |

rabi

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ 2020 ମସିହା ଆମ ପାଇଁ ଅଶୁଭ ଥିଲା ଅନେକ କଳାକାର ଙ୍କୁ ଆମେ ହରାଇଥିଲୁ ନୂଆ ବର୍ଷ  ଆରମ୍ଭ ହେଉ ହେଉ ଓଲିଉଡ ଜଗତରୁ ଆସୁଛି ଏକ ବଡ଼ ଦୁଖଃ ଖବର। ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଖବର ହସ୍ତଗତ ହୋଇଛି।ଗତ କାଲି ସୁଟିଂ କରୁଥିବାବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ତେବେ ଏହା ଗ୍ୟାସ ଜନିତ ବୋଲି ଭାବି ସେ ସୁଟିଂ ଶେଷ କରିଥିଲେ । ଗତ ରାତିରେ ତାଙ୍କର ଯନ୍ତ୍ରଣା ବଢିବାପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଭୁବନେଶ୍ବରସ୍ଥିତ  ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

rabi

ନବେ ଦଶକରେ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଗୋପାଳ ରହସ୍ୟରେ ଗୋପାଳ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ । ଉଭୟ ମଞ୍ଚ ଓ ଚଳଚ୍ଚିତ୍ର ଜଗତରେ ସେ ଅଭିନୟ କରିଥିଲେ ।ବର୍ଷିଆନ ଅଭିନେତା ରବି ମିଶ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି ।

ଏକ ଟ୍ବିଟ କରି ସେ ଲେଖିଛନ୍ତି, “ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।“

ଆମେ ଆପଣଙ୍କ ପାଇଁ ଏମିତି ଜରୁରୀ ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *